#ଏ_ସମୟ_ଦିନେ_ଚାଲିଯିବ*
ଏ ସମୟ ଟା ଦିନେ ଚାଲିଯିବ
ଗାଡି ମଟର ପରି ଜୀଵନ ରାସ୍ତାରେ
ବଜାଇ ମୃତ୍ୟୁ ର ବିହ୍ଵଳିତ ଧ୍ୱନୀ……
ହଁ ଏ ସମୟ ଟା ଦିନେ ଚାଲିଯିବ
ଫୁଟପାଥର ସେହି ଅଭାବି ମା ଠାରୁ
ତାର ଅଝଟ ପୁଅକୁ ଛଡାଇନେଇ,ଯାହାକୁ ସେ ଦିନେ
ଶୁଣାଉଥିଲା ବାଇ ଚଢ଼େଇ ଗୀତ …..
ହଁ ଏ ସମୟ ଦିନେ ଚାଲିଯିବ
ବିଶ୍ଵାସ ରେ ନେପି ମେଞ୍ଚାଏ ଅନ୍ଧାର
ଏବଂ କାନ ମୋଡି ଯାଚିଦେଵ ଭୂଗୋଳ ବହିର
ସେହି ଛଅ ଫୁଟ ଦୁଇ ଇଞ୍ଚର ମାନଚିତ୍ର……
ଏ ସମୟ ଟା ପୁଣି ଚାଲିଯିବ
ସମସ୍ତଙ୍କୁ ସଜାଇ ଦସ୍ୟୁ ରତ୍ନାକର
ଖଞ୍ଜିଦେଇ ମାନବିକତାର ଜରାୟୁରେ
ଅଲଟ୍ରା ମର୍ଡନ ଡିନାମାଇଟ୍…
ଏ ସମୟ ଟା ପୁଣି ଚାଲିଯିବ
ବିଶ୍ଵମାନବକୁ ରଖି ନୃଶଂସତା ଓ ଛଦ୍ମଚାରିତାର ଷଠିଘରେ
ଭୋଗିବାକୁ ଦେଇ ଗୋଟିଏ ଯୁଦ୍ଧଖୋର ଫଗୁଣ
ଶୁଣାଇ ନିଶୂନ ରାତିରେ କଳଙ୍କର ଗଜଲ…..
ଏ ସମୟ ଟା ପୁଣି ଚାଲିଯିବ ଅନାର୍ତ୍ତର ନର୍ତ୍ତନରେ
ବିଧି ଅଭିପ୍ରେତ ସବୁକିଛି କୁ ବଳବତ୍ତର ରଖି
ପେଟ୍ରୋଲ ଢାଳି ମଣିଷ କୁ ହତ୍ୟା କଲା ପରେ….।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଏବଂ ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
582 total views, 1 views today