ଦିଗହଜା ନାଉରୀ
~~~~~~~~~
ସଂଯୁକ୍ତା ସାହୁ
ମୁଁ ଦିଗହଜା ନାଉରୀ
ସବୁ ବୃଥା ହେଲା
ବଞ୍ଚିବାର ବାଟ ଖୋଜିବା
ଭସା ବାଦଲ ସହ ମୁଁ
ସମ୍ପର୍କ ବାନ୍ଧିଲି
ମୁଁ ତ ନିଜ ହାତରେ
ଭାଙ୍ଗି ଦେଇଛି ତୁମ
ହାତଗଢା ନାଆ
ମୁଁ ଏବେ ନର୍କପଥଗାମୀ
ଭଙ୍ଗା ମନ,ହୃଦୟକୁ ନେଇ
ମୁଁ ଏବେ ନିଃସ୍ବ ଅସହାୟ
ଅତିକ୍ରମୁଛି କ୍ଷୁବ୍ଧ ମରୁବାଲି
ଏଠି କିଏ ମୋତେ ଦେବ
ବଞ୍ଚିବାର ରାହା
ମୁଁ ତ ହଜେଇ ଦେଇଛି
ମୋ ନାଆକୁ ଆଉ ମୁଁ ଏବେ
ଦିଗହଜା ନାଉରୀ
ମୁଁ ଏବେ ଏକ ଅଲୋଡା ଜୀବନ ।
ସଂଯୁକ୍ତା ସାହୁ
197 total views, 1 views today
高級 ダッチワイフ コロナウイルスのパンデミックの真っ只中にある世界の大人のおもちゃ市場2020の最新情報
ଦିଗ ହୁଡିଲେ ମଣିଷର ଯାତ୍ରା ଅନିଶ୍ଚିତ, ଖୁବ୍ ସୁନ୍ଦର ବର୍ଣ୍ଣନା ।