ମୋ ଜାତି ଓଡ଼ିଆ
********************
ସୁପ୍ତ ସିଂହ କ୍ଷଣେ ଜାଗ୍ରତ ହୁଅଇ
ମୋ ଓଡ଼ିଆ ଗର୍ବକୁ ଦେଖି
ଓଡ଼ିଆ ଜାତିର ଗୁଣ ବଖାଣିବାକୁ
ଇତିହାସ ଅଛି ସାକ୍ଷୀ
ଦେଖିଛି ବିଦେଶୀ କୁତି
କେମିତି ଠେଙ୍ଗାରେ ବିନା ବନ୍ଧୁକରେ
ପିଟିଛି ଓଡ଼ିଆ ଜାତି |
ଅଭୁଲା ଅତୀତ କାଳେ କବଳିତ
ଏବେବି ଦିଶୁଛି ଆଜି
ବୀରତ୍ୱର ଗାଥା ଏବେବି ବଞ୍ଚିଛି
ଓଡ଼ିଆ ଅସ୍ମିତା ସାଜି
ସଭିଏଁ ହେଲେରେ ରାଜି
ପୁରୁବ ଗରବ ପୁଣି ଫେରିଆସି
ଭୀରୁତା ଯେ ଯିବ ହଜି |
କେତେ ଜାତି ଆସି ଧୂଳି ଚାଟିଅଛି
ପାଇକ ଖଡ୍ଗର ଧାରେ
ସେ ପାଇକ ଜାତି ଅନ୍ୟାୟ ଉପରେ
ଅନ୍ୟାୟ ବି କରିପାରେ
ଜୀବନ ବି ନେଇପାରେ
ନହେଲେ ଏହି ମାଟି ମାଆ ପାଇଁ
ଜୀବନ ବି ଦେଇପାରେ |
ଆଜି ମୁହିଁ ଏଠି ଗର୍ବରେ କହୁଛି
ଓଡିଶା ମାଟିରେ ଜନ୍ମିଛି
ଯେଉଁ ମାଟି ସ୍ପର୍ଶେ ପ୍ରତି ଘରେ ଘରେ
କଳା ଯେ ଅନେକ ବଞ୍ଚିଛି
ଅତୁଳନୀୟା ହୋଇ ଯାଇଛି
ଏ ଜାତି ପରିକା ଆଉ କେଉଁ ଜାତି
ମହୀରେ ଜନମ ନେଇଛି ?
ଅଙ୍କିତ କୁମାର ସ୍ୱାଇଁ
ଯାଜପୁର