ମାତୃଭୂମିର ବୀର ପୁତ୍ର
ମାତୃଭୂମିର ବୀର ପୁତ୍ର ମୁଁ
ସଭିଏଁ ଏଠି ମୋ ଆପଣା
ଏ ମାଟି ସୁଗନ୍ଧ ଜାଗ୍ରତ କରାଏ
ଭରିଥାଏ ମନେ ପ୍ରେରଣା ll
ଓଡିଶାର ବୀର ଓଡ଼ିଆ ପୁଅ ମୁଁ
ମନେ ନାହିଁ ରାଗ ହିଂସା
ବଢ଼ିବି ଲଢ଼ିବି ଆଗରେ ରହିବି
ଧନ୍ୟ ମୋ ପଖାଳ କଂସା ll
ନୃତ୍ୟ କଳାରେ ମୋ ପରିଚୟ ଥାଏ
ଧୈର୍ଯ୍ୟ ଅଛି ନାହିଁ ଆତଙ୍କ
ମାଲଖମ୍ବ ଆଉ ପର୍ବତ ଶିଖରେ ଚଢ଼ିବି
ବାଜିଗଲେ ଶୁଭଶଙ୍ଖ ll
ଆମ କଳା କିର୍ତ୍ତୀ ଆମ ଏ ସଂସ୍କୃତି
ରହିଥିବ ଚିରଦିନ
ଚିତ୍ରୋତ୍ପଳା ଆଖି ମନରେ ସାହାସ
କୋଟି ଓଡ଼ିଆଙ୍କ ମାନ
ସୁଭ୍ରାନ୍ତ ବେହେରା, ଅନୁଗୋଳ