ଓଡ଼ିଶାର ପୁଅ ମୁଁ
ଓଡ଼ିଶାର ପୁଅ ଓଡ଼ିଆ ମୁଁ
କରୁଅଛି ବହୁତ ଗର୍ବ ଆଜି,
ଓଡିଶା ମାଟିରେ ଜନ୍ମ ହୋଇ
ଆସିଛି ମୁଁ ସାହାସୀ ସାଜି।
ସାହାସୀ ହୋଇ ରଖିବି ମୁଁ
ଏହି ମାଟି ମାଆ ର ନାଆଁ,
ଓଡିଶା ମାଟିରେ ଜନ୍ମ ମୋର
ଆମ ଭାଷା ତ ଭାରି ବଢିଆ।
ବୀରଜବାନ ହୋଇ ଗର୍ବ କରୁଛି
ଏଇ ମୋ ମାଟି ମାଁ ପାଇଁ,
ଏଇଠି ଜନ୍ମ ଏଇଠି ମରଣ
କେବେବି ଭୁଲିବି ମୁଁ ନାହିଁ।
ସାହାସ ରଖି ଲଢିବି ମୁହି
ଯେତେ ଯାହା ହେଲେବି,
ନ୍ୟାୟ ପଥେ ଚାଲିବି ମୁହିଁ
ଅନ୍ୟାୟ ପଥକୁ ସାମ୍ନା କରିବି।
ଦୀପାଳି ମେହେର
ଖଇରପାଲି, ପଦ୍ମପୁର, ବରଗଡ଼