ମହରଗ
ବିଚିତ୍ର ସଂସାର ଥିଲା କି ସୁନ୍ଦର
ସାମାଜିକ ରୀତି ନୀତି
ସ୍ନେହ ଶ୍ରଦ୍ଧା ପ୍ରୀତି ସାଥେ ଶୁଖ ଶାନ୍ତି
ଆବର ଭାତୃତ୍ବ ମୈତ୍ରୀ।
ଏହି ସବୁ ଆଜି ଯାଇଅଛି ହଜି
ସମାଜରେ ମିଳୁନାହିଁ
ସ୍ବାର୍ଥର ବେପାରୀ ବୁଲି ଘିରିଘିରି
କିଣି ନେଇଅଛି ସେହି।
ଏ ଚିଜ ଅଭାବ ହୋଇଛି ଦୁର୍ଲଭ
ଖୋଜୁଛି ସମାଜେ ରହି
ଟାଟାକୁ ଆମ୍ବାନୀ ବିରଳା ଆଦାନି
ଟଙ୍କା ଧରି ବୁଲୁଛଇଁ।
ମହରଗ ଅତି କିଣି ନପାରନ୍ତି
ଅତ୍ୟନ୍ତ ଦୁର୍ଲଭ ସେହି
କରନ୍ତି ବିଳାପ ହୃଦରେ ସନ୍ତାପ
ଧନର ଅଭାବ ନାହିଁ।
ନିଷ୍ଠୁରତା ପଣ କୁଢ଼ କୁଢ଼ ଜାଣ
ପସରା ତା ମାଳ ମାଳ
ହତ୍ୟା ଧରଷଣ ଆବର ଲୁଣ୍ଠନ
ଗଢ଼ା ସୁପର ମହଲ।
ଖୋଲା ସେ ବିପଣି ଚୋରୀ ରାହାଜାନି
ଏ ସବୁ ସସ୍ତା ଅଟଇ
ଅଲୋଡ଼ା ଯେତେକ ସସ୍ତାଅଟେ ଦେଖ
କି କରିବ ୟାକୁ ନେଇ।
ଯେତେ ଅପଦାର୍ଥ ସେ ଆଜି ପଦାର୍ଥ
ଭାବରେ ଗଣନା ହୋଇ
ଦେଖି ଏ ଅବସ୍ଥା ଘୁରିଯାଏ ମଥା
ବୁଦ୍ଧି ବଣା ହୋଇଯାଇ।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ