*ତୁମେ*
ମୁଁ ନିତି ଜଳେ ଦୀପ ସଳିତା ର ଶିଖାଭଳି
ତୁମେ ଧୌର୍ଯ୍ୟକୁ ଅନ୍ତକରିବାର ଛଳରେ
ଲିଭାଇଦେବ ଦୁନିଆଁର ଚର୍ମଚକ୍ଷୁଜ୍ବଳନକୁ।
ମୁଁ ମରୁଭୂମିର ମରୀଚିକା ଦ୍ବନ୍ଦ୍ୱ ରୁ ଦୂର
ତୁମେ ତୃଷାମେଣ୍ଟିବ ଆଞ୍ଜୁଳେ ପ୍ରେମରେ
ସଞ୍ଚରିଦେବ ସତେଜ ଫୁଲର ଅଭୁଲା ବାସ୍ନାକୁ।
ମୁଁ ଗୋଲାପର ଅଗଣିତ କଣ୍ଟାରେ କ୍ଷତାକ୍ତ
ତୁମେ ଅପେକ୍ଷାର ଶେଷ ପ୍ରହରୀରେ ଆସ
ତଥାପି ମନର ସୀମାହୀନ ଆଶାକୁ ଅପୂର୍ଣ୍ଣ ରଖ।
ମୁଁ କାଗଜ ଛାତିରେ ଲେଖିଛି ନାଁ ରୁଧିରେ
ତୁମେବି ପଢିବ ଥରେ ଆଶା ଆମେ ସାଜି
ସାଉଁଟି ନେବ ହୃଦୟ ତଳର ଯେତକ ଦୁଃଖକୁ।
ମୁଁ ଘୁଙ୍ଗୁର ପିନ୍ଧି ନାଚେ ପ୍ରେମରେ ତଲ୍ଲୀନ
ତୁମେ ସାତସୁର ତାଳଲୟକର ଏକାକାର
ସଜେଇ ହୁଏ ‘ଆମେ’ ସମାହାରେ ପ୍ରେମ କୁଞ୍ଜବନ।
ମୁଁନୀଳରଙ୍ଗ ପ୍ରେମେ ଦେଖେ ନୀଳାକାଶ
ତୁମେ ବିଛାଅ ଦୁନିଆଁମୟ ନୀଳ ଚାଦର
ଯାହା ପ୍ରେମ ବଗିଚାକୁ ପରିଣତ କରେ ଘଞ୍ଚ ଅରଣ୍ୟ।
ମୁଁ ଜହ୍ନରକଳଙ୍କ ଲେପିଏବେବି ପ୍ରତୀକ୍ଷାରତ
ତୁମେ ପୋଛିଦେଵ କଳଙ୍କ ଶୀତଳ ଜୋଛନେ
ସିକ୍ତହେବ ମୁକ୍ତହେବ ଏ ଝରାଶେଫାଳୀର ତନୁରୁ ପ୍ରାଣ।
☘️☘️☘️☘️☘️
ମନୋରମା ସାହୁ, କଟକ