ମାନବିକତାର ଫୁଲ….
ଈଶ୍ୱର ଦତ୍ତ ଏ ମାନବିକତାର ଫୁଲ
ସ୍ନେହ ପ୍ରେମ ଦୟା କ୍ଷମା ମୂଲ ତା ଅମୂଲ ମୂଲ।
ପ୍ରତିଟି ହୃଦୟେ ରୋପଣ କରିଛନ୍ତି ଈଶ୍ୱର
ଏ ଗୁଣ ବିକଶିତ କରିପାରିଲେ
ବୋଲାଇବ। ଶ୍ରେଷ୍ଠ ନର।
ସେ ଚାରାକୁ କରିବା ଆଦର
ବିକଶିତ ହେଲେ ପ୍ରସ୍ଫୁଟିତ ହେବ ଫୁଲ
ସୁଗନ୍ଧ ଭରିବ ହୃଦୟ ସବୁର।
କେହି ଏଠି ନୁହେଁ ନ୍ୟୁନ
ସଭିଏଁ ପରା ସମାନ।
ନିଜେ ହେଲେ ଭଲ
ଦୁନିଆ ଲାଗିବ ଭାରି ଭଲ
ବିତରି ଯିବ ସୁଗନ୍ଧ ଚତୁର୍ଦ୍ଦିଗ ହସି ହସି
ମାନବିକତାର ଫୁଲ।
ପରକୁ ମଣି ଆପଣାର
ସ୍ନେହ ପ୍ରେମ ଦୟା କ୍ଷମା ଗୁଣେ
ସଭିଙ୍କୁ କରିବା ଆଦର।
ଏକ ରୁ ଅନେକ ସଞ୍ଚରିବ ସେ ସୁଗନ୍ଧ
ହସିବ ସାରା ଦୁନିଆ ହୋଇ ପ୍ରେମେ ଅନ୍ଧ।
ପ୍ରତି ଅଙ୍ଗୁ ଝରିବ ଆବେଗ ମମତାର ଫୁଲ
ଦୁନିଆରେ ରହିବେନି ଆଉ କେହି ଭେଲ।
ହସିବ ସାରା ଦୁନିଆ
ଲାଗିବ ନୂଆ ନୂଆ।
ମମତାର ଫୁଲ ହୋଇ ଝରିଯିବା ହସି ହସି
ବାଣ୍ଟି କିଛି ସ୍ନେହ ପ୍ରେମ ଆଉ ହସ ଖୁସି।
ସଭିଏଁ ଭାରତ ମା ର ସନ୍ତାନ ପରା
ମାନବିକତାର ଫୁଲ ପ୍ରସ୍ପୁଟିତ ହେଲେ
ହସିବ ଏ ଧରା।
ଭଲ ମଣିଷ ଟିଏ ଯିବା ହୋଇ
ଗାଇବା ମା ର ବନ୍ଦନା
ମାନ ଅଭିମାନ ଯେତେ ହ୍ରୁଦୟ ରୁ
ପୋଛି ଦେଇ।
ମାଳତୀ ତ୍ରିପାଠୀ©®™
Yes, my wife likes it! It’s really nice! worth buying.
After choosing for a long time, he finally chose this one and gave it to her husband. He liked it very much.