*କଙ୍କାଳ*
ଅଣଲେଉଟା ଏଇ ଜୀବନରେ
ଆତ୍ମାର ଝାପ୍ସା ଝାପ୍ସା କୁହାଟ
ଏଇ ଯେମିତି
କାନ୍ଥ ଆରପଟରେ
ଅଚିହ୍ନା ଏକ ଦୃଶ୍ୟ ପରି ….
ସବୁ ଯେମିତି କେମିତି କେମିତି ଲାଗେ
ଏତେ ବାଟ ଆସିବା ପରେ ବି
ପାଦ ଚିହ୍ନ ସବୁ ହଜି ଯାଏ
କେତେ କେତେ ବାଧା ବିଘ୍ନରେ …ll
ତୁମେ ତ ଜାଣିଛ
ଶବ୍ଦ ଚିତ୍କାରର ଶୃଙ୍ଖଳ ଉପରେ
କେତେବେଳେ
ନୀରବତାର ଲଗାମ ଲାଗିପାରେ
ସେପାରିରୁ ଡାକରା ଆସିପାରେ
ଆସିପାରେ କାନ୍ଦଣାର ନିମନ୍ତ୍ରଣ
ସମ୍ପର୍କର ଫୁଲମାଳରେ
ଫୁଲ ସବୁ ଶୁଖିଯାଏ
ଭିତ୍ତିହୀନ ଉଦ୍ଦେଶ୍ୟରେ ….ll
ଆଉ ତାପରେ ,
ସ୍ବ ଧର୍ମ , ସ୍ବ କର୍ମ ସବୁ
ସାକ୍ଷୀର ପୁଟୁଳି ଭିତରେ
ବାନ୍ଧି ହେଇଯାଏ କାଳ କାଳକୁ
କୁ କର୍ମ ତ ଛି ଛି ଷଡଯନ୍ତ୍ରରେ
ହଁ ସେ ମରିଛି
ଭଲ ହେଇଚିର ସମାଧାନରେ ll
ସତରେ ,
ଭଲ ମନ୍ଦର ଜୀବନ ତ ଏଠି
ପାଚିଲା ପତ୍ର ଟିଏ
ଡେମ୍ଫ ତ କଙ୍କାଳ
ଝଡ଼ିଗଲେ ପଡ଼ିଯିବ
ପଡିହୋଇ ମିଶିଯିବ
ଛିଡିଦେବ ବନ୍ଧନର ବାଇପାଞ୍ଜି
ଆଉ କଙ୍କାଳ ତ
ସମାଧି ସ୍ତମ୍ଭର ସ୍ମୃତି ଚିରଦିନ ପାଇଁ ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
🌷🌷🌷🌷🌷🌷🌷🌷🌷