କାନିଘୋଡା
****************************
କାନିଘୋଡା ସୂରୁଯ ସକାଳୁ
ଚାହେଁ ମୁଣ୍ଡ ଟେକି ପାହାଡ଼ ଉହାଡୁ
ବନ୍ଧୁବର୍ଗେ ଖେଳିବ ସେ ଆଜି
ପାହିଅଛି ରାତି ଲୁଚିଲେଣି ତାରା
କେତେବେଳୁ ଅନ୍ଧାରୀ ପହରୁ
ଏହି ଏକା ଅଳି ପେଟାନ୍ତ ଖେଳରେ
ଅଚିନ୍ତା ଜୀବନ ବୁଝେନାହିଁ
ହାନିଲାଭ ନିତ୍ୟ ଦୈନଦିନ
ସୁଧାଭରା ମୂହୁର୍ତ୍ତଙ୍କ ଅଦ୍ଭୂତ ପ୍ରୟାସ
ଚିରଧ୍ରୁବ ଅକାଟ୍ୟ ସୋପାନ ।
ସେ ଥିଲା ବିନ୍ଦୁ ଏକ ଅପୂର୍ବ ସୃଷ୍ଟିର
ତାରାମେଳେ ଅଖଣ୍ଡ ଅଧିର
ବ୍ରହ୍ମାଣ୍ଡରେ କ୍ଷମତାର ଯୁଦ୍ଧ
ଶିଶୁ ସିଏ ହାତଧରି ଆସେ
ପଳାତକ ସୂର୍ଯ୍ୟ ପରିବାର
ଶୈଶବର ପରଦାରେ ନାଚେ
ବେଶ ବଦଳାଇ ହସେ ଖେଳେ
ବୁଝିପାରେ ନାହିଁ ସ୍ବସୃଷ୍ଟିକୁ
ଧୂଳିକଣା ଠାରୁ ଏ ବ୍ରହ୍ମାଣ୍ଡ
ବହୁରୂପୀ ଏକ ହିଁ ଆଧାର ।
ସମୟର କୃଷ୍ଣଗର୍ତ୍ତେ ଲୀନ
ଅନାଦି ଭାସ୍କର ପରମ ଆଧାର
ତଥାପି ଗୁରୁଣ୍ଡି ଗୁରୁଣ୍ଡି ଧାଏଁ
ଦିବ୍ୟ ଏ ପ୍ରୟାସ ଧାଇଁବାର
ଧାଇଁବାରେ ମିଳେ କ୍ଷମସତ୍ୟ
ଅକ୍ଷମର ଭ୍ରମ ଅନାସ୍ଥାର
ଆସ୍ଥା ନେଇ ଭଙ୍ଗାଗଢା ରଚେ
ଅଣୁ ପରମାଣୁ ପ୍ରୋଟନ୍ ନିଉଟ୍ରନ୍
ଦୃଶ୍ୟରୁ ଅଦୃଶ୍ୟ ହୁଏ ସ୍ଥିତି
ଅଦୃଶ୍ୟ ରୁ ଦୃଶ୍ୟେ ପଟାନ୍ତର ।
କାଳିକିଙ୍କର ରଥ
664 total views, 1 views today
I mentioned it to their company! The company looks very formal and the environment is beautiful. Thank you customer service, overall, it is beautiful.
Pretty good, not thick, cool