ଗଳ୍ପ – ମା ଓ ମାଟି
କେଉଁ ରାଜଉଆସ ଠାରୁ କମ୍ ନୁହେଁ ତାର କୋଳ ! ମାସ ମାସ ବର୍ଷ ବର୍ଷ ଧରି ସୋଇଛି ମୁଁ ତାର ସେଇ ସ୍ଵର୍ଣମହଲ ସଦୃଶ କୋଳରେ।ଅଭୟ ବର ସବୁକୁ ଦାନ କରୁଥିବା ତାର ସେଇ ହାତ ଟା ଯେତେବେଳେ ସେ ମୋ ଶୂନ୍ୟ କପାଳରେ ଥୋଇଦିଏ ସେତେବେଳେ ଏ ସାରା ଦୁନିଆଁ ର ସୌଭାଗ୍ୟ ସବୁ ମୋ କପାଳରେ ଆସି ଲାଖିହେଇଯାଆନ୍ତି ।
ମୁଁ ଟିକିଏ ଚାଲାକ୍ ସେଥିପାଇଁ ନିର୍ଘାତ ମୋ ଗୋଡ଼ ଦିଟା କୁ କଚାଡ଼ି ହୁଏ ତାରି ଆଗରେ କି ମୋର ଏଇ ଚକଲେଟ ଟା ଏବେ ଦରକାର…. ଆଉ ସେ ବି ଖୁବ୍ ଦେଢ଼ ଚାଲାକ୍ କେତେ ସୁନ୍ଦର ସେ ତା ଗାଲରେ ମୋ ଗାଲକୁ ଲଗେଇଦେଇ କହେ
” ମୋ ବାପା ଟା ତୁ ମୋ ଧନ ଟା ତୁ…ତୁ ମୋ ମୋତିମାଣିକ
ଜାଣିଛୁ କି ତୁ ଚକଲେଟ ଖାଇଲେ ଦାନ୍ତ କୁ ତୋ ଖାଇବେ ପୋକ ।
ବାସ୍ ଏତିକି କଥା କହି ସେ ମୋତେ ଚକଲେଟ ନଦେଇ ଭୁଲେଇ ଦିଏ ଆଉ ମୁଁ ବି ତା ଅସରନ୍ତି ସ୍ନେହଭରା ଦେଢ଼ ଚାଲାକିଆ ଗୁଣ ଆଗରେ ସବୁକିଛି କୁ ଭୁଲିଯାଏ ଆଉ ମୋ ମୁହଁ ଟାକୁ ପରିବାରର ବୋଝ ଉଠାଉଥିବା ତା କାନ୍ଧରେ ମୁଁ ଜାକିଦିଏ। ବେସ୍ କିଛି ସମୟ ଖୁବ୍ ଆରାମ୍ ଲାଗେ ମୋତେ ଆଉ ମନେ ମନେ ମୁଁ ଖାଲି କହୁଥାଏ ମୋ ମାଆ ମୋ ମାଆ ।
ଠିକ୍ ଏଇଭଳି ଆମ ମାଟି ମଧ୍ୟ । ଆମର ସବୁ ଅଳି ଅର୍ଦଳି ମଥା ପାତି ସହିଯାଏ । ତା ବକ୍ଷ ଚିରି ଆମେ ଖାଦ୍ୟ ଉତ୍ପାଦନ କରି ପରିବାରର ପେଟ ପୋଷିଥାଉ । ଦିନ ତମାମ ତାକୁ କଷ୍ଟ ଦେଇ ପୁଣି ରାତିରେ ତାରି କୋଳରେ ଶାନ୍ତିରେ ସୋଇଯାଉ ଆମେ ତଥାପି ସେ ନିରବ କାରଣ ମା ଓ ମାଟି ଦୁହେଁ ସମାନ ପରା !
ଜିତେନ୍ଦ୍ର ଗିରି
ରୁପ୍ସା
ବାଲେଶ୍ୱର।
ବାସ୍ତବରେ ମା ଙ୍କ ନିମନ୍ତେ ଶବ୍ଦ ଏବଂ ବର୍ଣ୍ଣନା ସର୍ବଦା ଅବର୍ଣ୍ଣନୀୟ sir
ବହୁତ ସୁନ୍ଦର ଆଜ୍ଞା ମାଁ ଓ ମାଟି ଗଳ୍ପକୁ ମନଛୁଆଁ ଭାବରେ ବର୍ଣ୍ଣନା କରି ଲେଖି ଦେଇଛନ୍ତି ହୃଦୟ ଭରା ଶୁଭକାମନା ଜଣାଉଛି ଆପଣଙ୍କୁ
tha great post writing is very nice
ସତରେ ବହୁତ ସୁନ୍ଦର ଗଳ୍ପଟିଏ । ସୁନ୍ଦର ହେବନାହିଁ ବି କେମିତି ? ଦୁଇ ମାଆଙ୍କ ପ୍ରତି ଥିବା ସମ୍ମାନକୁ ପରା ହୃଦୟର ଦରଜା ଖୋଲି ପ୍ରକାଶ କରିଛନ୍ତି । ବହୁତ ବହୁତ ଧନ୍ୟବାଦ ସାର୍ ଆମକୁ ଏମିତି ସୁନ୍ଦର ସୁନ୍ଦର ଗଳ୍ପ ସବୁ ଉପହାର ସ୍ବରୂପ ଦେଉଥିବାରୁ
Sundar kahani tie❤❤