### ଅନୁଭୂତି ରେ ସୂର୍ଯ୍ୟୋଦୟ ####
ବ୍ୟସ୍ତବହୁଳତା ଜୀବନ ଭିତରେ ଜୀବନକୁ ଗଢ଼ି ତୋଳିବା ଓ ଜୀବନ ର ଆଶା ଟିକାକୁ ପୂରଣ କରିବା ପାଇଁ ଚେଷ୍ଟିତ ଏଇ ଜୀବନରେ ଇଛାଟିଏ ଅଙ୍କୁରିତ ହୋଇଥାଏ। ମୋର ବି ଠିକ ସେଇଭଳି ଇଚ୍ଛାଟିଏ ଥିଲା ନିଜ ଭାଷାକୁ ଆଗେଇ ନେବାପାଇଁ ଏବଂ ସାହିତ୍ୟ ଜଗତ ରେ ନୂଆ କରି ପାଦ ରଖିଥିବା ମଣିଷଟିଏ ଆସ୍ତେ ଆସ୍ତେ କରି କଲମ ଚଳାଉଥିବା ନୂଆ ପରିଚାଳିକା ଟିଏ ମୁଁ l
ଡିବିରି କଣ ମୂଲ୍ୟ କଷିପାରେ ସୂର୍ଯ୍ୟର, ଦୀପ୍ତିମାନ ସୂର୍ଯ୍ୟ ଭଳି ଆମ ସୂର୍ଯ୍ୟୋଦୟ ପରିବାର । ଏହାର ସମସ୍ତ କର୍ମକର୍ତ୍ତା ମାନେ ଗୋଟିଏ ଗୋଟିଏ ସୂର୍ଯ୍ୟ ଠାରୁ କେଉଁଉ ଗୁଣରେ ଵି କମ୍ ନୁହନ୍ତି l ଆବଦ୍ଧ ଚାରିକାନ୍ଥ ମଧ୍ୟରେ ମସିଆ ଲାଗି ପଡିରହିଥିବା ଛୋଟ ଡିବିରି ଟିକୁ ଉଠାଇ ଆଣି ଘସି ମାଜି ଚକ୍ ଚକ୍ କରି ଗଢ଼ି ତୋଳି ଦୀପ୍ତିମାନ ସୂର୍ଯ୍ୟଟିଏ କରିବା ଏବଂ ପରେ ଏହାକୁ ବିଶ୍ୱଦରବାର ରେ ପରିଚିତ କରାଉଥିବା ଅନୁଷ୍ଠାନ ହେଉଛି ସୂର୍ଯ୍ୟୋଦୟ ପରିବାର l
ମତେ ସବୁଠାରୁ ଭଲଲାଗେ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଆୟୋଜିତ ହେଉଥିବା ପାକ୍ଷିକ ପ୍ରତିଯୋଗିତା, କାରଣ ଏହାର ନୂଆନୂଆ ଶୀର୍ଷକ ନୂଆନୂଆ ଶବ୍ଦଉଦ୍ଭାବନ ପାଇଁ ପ୍ରେରଣା ଯୋଗାଇ ଥାଏ ପ୍ରତିଯୋଗିତା ରେ ବିଜୟୀ ହୁଏ ବା ନହୁଏ ମତେ ସବୁବେଳେ ଭଲ ଲାଗେ ଭାଗ ନେବାପାଇଁ, କିଛି କିଛି ନୂଆ ଲେଖା ମଧ୍ୟ ପଢିବାକୁ ମିଳେ ମୋ କଲମ ଏଇ ପ୍ରତିଯୋଗିତା ରେ କିଛି ନୂଆ ଲେଖିବାପାଇଁ ଚେଷ୍ଟିତ ଯାହାଦ୍ୱାରା ମୋର ନୂଆ ଭାବନା ସୃଷ୍ଟି ହୁଏ l
ନବ ସମ୍ଭାବନା ନବ ସ୍ଵାକ୍ଷର ପ୍ରତିଯୋଗିତା ରେ ଭାଗନେବା ପରଠାରୁ ଅନେକ କିଛି ଶିଖିବାକୁ ମିଳୁଛି ଅନେକ ଅଜ୍ଞାତ ବିଷୟ ଜ୍ଞାତ ହୋଇପାରୁଛି କବିତା ଓ ଗଳ୍ପ ଲେଖିବାର ଅନେକ ଶୈଳୀ ମଧ୍ୟ ଶିଖିବାକୁ ମିଳୁଛି ଯେତେ ଜ୍ଞାନ ମିଳୁଛି ସେତେ ମଧ୍ୟ କିଛି ନୂଆ ଶିଖିବାର ଜିଜ୍ଞାସା ବଢ଼ି ଚାଲୁଛି ଆଉ ଗୁଗୁଲ ସଭା ଦ୍ୱାରା ହେଉଥିବା ଆସର ରେ କିଛି ନୂଆ କବିତା ଶୁଣିବା ସହିତ ନିଜ କବିତାକୁ ପାଠ କରିବାର ସୁଯୋଗ ମିଳୁଛି ଓ ସୁ ସୁସାହିତ୍ୟକ ମାନଙ୍କୁ ଠାରୁ କିଛି ଆଗକୁ ବଢିବାର ପ୍ରେରଣା ମିଳୁଛି ଗୋଟିଏ ଭଲ ଅନୁଭୂତି ମିଳୁଛି l
ସୂର୍ଯ୍ୟୋଦୟ ପରିବାର ଠାରୁ ସାହିତ୍ୟ ବିଷୟରେ ମୁଁ ଯାହା ଶିଖିଛି ସାହିତ୍ୟ ହେଉଛି ସାଧନାର କଥା ସାହିତ୍ୟ ମନୁଷ୍ୟକୁ ଶୃଙ୍ଖଳିତ ଓ ସଂସ୍କାରିତ ଭାବରେ ବାଟଚାଲିବା ପାଇଁ ଅନୁପ୍ରାଣିତ କରେ ସାହିତ୍ୟ କୁ ଆମେ ଯେତେ ଗଭୀର ଭାବରେ ପଢ଼ିବା ନୂଆ ନୂଆ ଶବ୍ଦ ଉଦ୍ଭାବନ କରିପାରିବା । କେବଳ ଦେଖିବା କଥା ଆମେ ସାହିତ୍ୟକୁ କିଭଳି ଭାବରେ ତିଆରି କରୁଛୁ କିଭଳି ଅନୁସରଣ କରୁଛୁ ଏବଂ ସେଥିରୁ କଣ ଶିଖିବା ପାଇଁ ଚେଷ୍ଟା କରୁଛୁ l
ନବପ୍ରତିଭା ମାନଙ୍କର ଆଶା ଓ ସ୍ବପ୍ନ କୁ ବାସ୍ତବତାର ରୂପ ଦେବାପାଇଁ ସୂର୍ଯ୍ୟୋଦୟ ପରିବାର ର କର୍ମକର୍ତ୍ତା ମାନେ ପ୍ରୟାସ ଜାରିରଖିଛନ୍ତି ସମସ୍ତ କର୍ମକର୍ତ୍ତା ମାନେ ନିଜନିଜ କାର୍ଯ୍ୟକୁ ସୁଚାରୁ ରୂପେ ବହନ କରି ସୂର୍ଯ୍ୟୋଦୟ ପରିବାରକୁ ଆଗେଇ ନେବା ସହିତ ନବପ୍ରତିଭା ମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଦେବା ରେ କେବେବି କୁଣ୍ଠାବୋଧ କରନ୍ତି ନାହିଁ। ଆମମାନଙ୍କୁ ଆଉ ଦୁଇପଦ ଆଗେଇ ନେଇଛନ୍ତି ସେମାନେ।
ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଓ ପରିବାର ର ସମସ୍ତ କର୍ମକର୍ତ୍ତା ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ସୂର୍ଯ୍ୟୋଦୟ ପରିବାର ଆହୁରି ଉନ୍ନତ ମାନର ହେଉ ସମସ୍ତଙ୍କୁ ସ୍ନେହ ଓ ଭଲପାଇବାର ଏକତା ସୂତ୍ରରେ ବାନ୍ଧି ରଖିଥାଉ।
ପାର୍ବତୀ ପ୍ରଧାନ
ପୁରୀ, ଓଡ଼ିଶା
ବହୁତ ଭଲ ଲାଗିଲା