ଲୁହ
ରଶ୍ମୀବାଳା ଶତପଥୀ
ନିଶବ୍ଦ ନିରୋଳା ଜାଗାର ଅନୁସନ୍ଧାନରେ
ଯାଏ ଭ୍ରମି ଭ୍ରମି ଏଠି ସେଠି ବହୁ ଦୂରେ
ଯେଉଁଠି ନ ଥିବେ ଜଣେ କେହି,
ଲୁହକୁ କରିବାକୁ ପଡ଼ିବନି ଅପେକ୍ଷା
ଅନାୟସରେ ପାରିବ ବହି।
ଆଖି ଗଲାଣି ଥକି ଲୁହର ବୋଝ ଉଠାଇ
ହୃଦୟ ଗଲାଣି ଥକି କୋହକୁ ସମ୍ଭାଳି
କିଛି ବି ଦୃଶ୍ୟମାନ ହେଉନାହିଁ ସଫା,
ଆଉ ମିଛରେ ଲାଗିଯାଏ ସିନା
କଳଙ୍କର ପ୍ରତାରିତ ବିରହ ଦଫା।
ହୃଦୟର ଯନ୍ତ୍ରଣା ଯେବେ ହୁଏ ଅସମ୍ଭାଳ
ଆଖିରୁ ଅଜସ୍ର ଲୁହ ଯାଏ ବହି
ହେଲେ ପରିସ୍ଥିତି ଚାପରେ ହୁଏ କବଳିତ,
ହେଲେ ଏ ମନ ହୁଏ ବାର ବାର ଆନ୍ଦୋଳିତ
ଏଥିପାଇଁ ଅବା କାହାକୁ କରିବି ଦାୟୀ।
ବହିଯାରେ ଲୁହ ତୁ ଦେଖେନା ଆଉ
ସ୍ଥାନ କାଳ ପାତ୍ର କି
ହୋଇଯାଆନି ତୁ ପରିସ୍ଥିତିର ଦାସ
ସଭିଏଁ ପଛେ ତତେ କରନ୍ତୁ ଦାୟୀ,
ହେଲେ ମୁଁ ତତେ କେବେ ଦୋଷୀ ମାନିବି ନାହିଁ
ବହିଯାରେ ଲୁହ ବହିଯା
ଏ ଅମାନିଆ ହୃଦୟର କୋହ ଥମିଯା।
ସ୍ଥାନ – ଯାଜପୁର ଟାଉନ୍,ଯାଜପୁର