ଏମିତି ଜୀଵନ
ମନୋଜ କୁମାର ଦାସ
ଜନ୍ମରୁ ମୃତ୍ୟୁ
ଜୀଵନ ଚଲାପଥରେ
କେତେ ଖାଲ ଢିପ
ଝଡ ଝଞ୍ଜା ଦେଖା ଦିଏ
ସେ ଯନ୍ତ୍ରଣା କଷ୍ଟକୁ
ପିଠିରେ ପକାଇ ଆଗକୁ
ଆଶା ନେଇ ବଢେ l
ଏମିତି ଜୀଵନ
ବଞ୍ଚୁଥାଏ ଜୀଵନ ଭିତରେ
କେବେ ପ୍ରଶଂସାତ
କେବେ ଅପନିନ୍ଦା ମୁଣ୍ଡେର
ପଥ ଚାଲିବାକୁ ହୁଏ,
ଛାତିକୁ ପଥର କରି
ଅନ୍ଧାର ଭିତରୁ ମୁକୁଳି
ନୂତନ ଆଲୋକ ଦେଖୁଥାଏ l
ଈଶ୍ୱର ଦତ୍ତ ଜୀବନକୁ
ସକାରାତ୍ମକ ଧାରାରେ ନେଇ
ଝଡ଼ ଝଞ୍ଜାକୁ ସାମ୍ନା କରି
ଅମୂଲ୍ୟ ଜୀବନକୁ ବୁଝି
ସଂସାରରେ ଥିବାଯାଏ
ସାଉଁଟିବା ପ୍ରଶଂସା l
ଆଳିଜଂଗl, କପାଳେଶ୍ବର, ଠାକୁରପାଟଣା, କେନ୍ଦ୍ରାପଡ଼ା,9937178755