ମୋବାଇଲ୍, କବି ଏବଂ ସାହିତ୍ଯ
ସୁଧୀର ପଣ୍ଡା
ଲୁପ୍ତ ଭବିଲାଣି ତାଳପତ୍ର ପୋଥୀ
ନହେବ ଗୁପତ ବେଦ
ବ୍ରହ୍ମାଙ୍କ ମୂଖରୁ ନିଶ୍ରୁତ ଏ ବାଣୀ
ପଠନେ ପାଇବ ଭେଦ। ୧
ଆଦି ଯୁଗଠାରୁ ବର୍ତ୍ତମାନ ଯାଏ
ବାଣୀ ପଦେ ଆରାଧନା
ସାହିତ୍ଯ ସେବାରେ ସଦାକର୍ମେ ରତ
କେତେକବି ଧନ୍ଯଧନ୍ଯା।୨
ଯୁଗ ପ୍ରବର୍ତ୍ତନେ ତାସଙ୍ଗେ ସାହିତ୍ଯ
ଗମୁଅଛି ସମପଥେ
ପରିବର୍ତ୍ତନଟା ସର୍ବଦୃଶ୍ଯମାନ
ଜାଣନ୍ତି ଜନେ ସମସ୍ତେ। ୩
ପାଠକର ମତ୍ତେ ସାହିତ୍ଯ ନୀର୍ଭର
ରହିଲାଣି ଏହିଯୁଗେ
ଉତ୍ତମ ସାହିତ୍ଯ ବିବେଚନା ପାଇଁ
କଠିଣ ହେଲାଣି ଏବେ।୪
ଉତ୍ତମ ସାହିତ୍ଯ ସ୍ରଷ୍ଟାଗଣମାନ୍ଯ
ଯାହାବି ପାରନ୍ତି ରଚି
ଅଧୁନା ପାଠକେ ଲୋଡାନାହିଁ ତାଙ୍କୁ
ନଥାଏ କାମନେ ରୂଚି।୫
ପାଠକ ଇଚ୍ଛାରେ କବିର ଲେଖନୀ
କରି ପାରିବକି ଗତି
ଜାଣିଜାଣି କବି ହାରିଦିଏ ତାର
ବାଣୀ ପ୍ରଦାନ ସଂପତ୍ତି।୬
ମହାକବି ଭାବେ ହେବାପାଇଁ ଗଣା
ଯଦି କବିକରେ ଇଚ୍ଛା
ଆତ୍ମବଳୀ ବିନା ନୁହଇ ସମ୍ଭବ,
ପାଠକର ମନୋବାଞ୍ଛା।୭
କବିର ଗଳାରେ ଲାଗିଛି ଲଗାମ
ରହେ ଉପଦେଷ୍ଟା ହସ୍ତେ
ବିନା ତପସ୍ଯାରେ ସର୍ବସିଦ୍ଧିମାନ
ଗଣା ସାହିତ୍ଯ ଜଗତେ।୮
ପାଣ୍ଡୁଲିପି ବୋଲି ଥିଲା ମୂଖ୍ଯଦ୍ରବ୍ଯ
ହେଲାଣି ତାହା ବିଲିନ
କବିର କଳ୍ପନା ମୋବାଇଲ ଗର୍ଭେ
ସଦା ରହିଲା ବନ୍ଧନ।୯
ଯାନ୍ତ୍ରୀକ ତ୍ରୁଟିରେ କିମ୍ବା ହରାଇଲେ
ସେ ମହା ଦୁର୍ଲଭ ବସ୍ତୁ
କବି ବିଚରାର ମେରୁଦଣ୍ଡ ବକ୍ର
ଭାଷନ୍ତି ସର୍ବେ ତଥାସ୍ତୁ।୧୦
ଦଶପଂକ୍ତି ମାତ୍ରେ ମନ୍ତ୍ର ଉଚ୍ଚାରଣ
ଯଦି କବିଥାଏ ଲେଖି
ଶିକ୍ଷିତ ପାଠକେ ଭଲିଭ୍ରାନ୍ତି କେବେ
ତାକୁହିଁ ପାରନ୍ତି ଦେଖି।୧୧
ପୁରାଣ କଥନ କିମ୍ବା ସତ୍ୟକଥା
ରଚିଲେ ବିସ୍ତାର ଭାବେ
କାପାଖେ ସେତିକି ରହିଛି ସମୟ
ନପଢ଼ନ୍ତି କେହିକେବେ।୧୨
କବିର ମର୍ଯ୍ୟଦା ହୁଅଇ ନୀର୍ଣ୍ଣୟ
ଟିପ୍ପଣୀର ଅନୁସାରେ
ଚତୁର କବିଏ ମାନ୍ୟ ଯୋଡ଼ିଥାନ୍ତି
ଉପଦେଷ୍ଟା ପରିବାରେ।୧୩
ବୈଦ୍ଯୁତିକ ସମାଚାର ମାଧ୍ୟମରେ
ରଚନା ଲଭେ ପ୍ରକାଶ
ଉଚ୍ଚଶ୍ରେଣୀ ସୃଷ୍ଟି ପାଇଁ ମାନପତ୍ର
ସମ୍ମାନ ପ୍ରାପ୍ତି ଅବଶ୍ଯ।୧୪
କାଗଜ ଲେଖନୀ ଲୋଡାନାହିଁ ଏବେ
ସାହିତ୍ଯର ହୁଏ ସୃଷ୍ଟି
ପ୍ରକୃତ ଲେଖକ ଚିହ୍ନିବା ପାଇଁକି
ସୃଷ୍ଟି ହୁଅଇ ଅରିଷ୍ଠି। ୧୫
ବିଜ୍ଞାନ ଯୁଗରେ ବିଜ୍ଞାନୀ ସାଧକେ
ଦାନି ପାରୁଛନ୍ତି ଜ୍ଞାନ
କେଉଁ ପରକାରେ ସମସ୍ତେ ଲଭିବେ
ଏକଥାକୁ ଦେଇ ଧ୍ୟାନ।୧୬
କବିସଂଖ୍ୟା ସିନା ପାଉଅଛି ବୃଦ୍ଧି
ସାହିତ୍ୟ ଲଭଇ ହ୍ରାସ
କିପ୍ରକାରେ ଆମେ ବଂଚାଇବା ତାକୁ
କେହି ହେବେନି ନିରାଶ। ୧୭
କାଚଗୃହ ପ୍ରାୟେ ସୁନ୍ଦର ସାହିତ୍ୟ
ଗଢ଼ି ଚାଲିଛନ୍ତି କବି
ସାମାନ୍ୟ ଆଘାତେ ହୋଇଯାଏ ଭଗ୍ନ
କେହି ନପାରନ୍ତି ଭାବି। ୧୮
ଅଳ୍ପ ପରିଶ୍ରମେ ଫଳ ପ୍ରାପ୍ତି ପାଇଁ
ଅଶ୍ବଧାବମାନେ ବ୍ୟସ୍ତ
ଲକ୍ଷ୍ୟସ୍ଥଳେ ଥରେ ପହଂଚିଲା ମାତ୍ରେ
ଭବି ଯାଆନ୍ତି ତଟସ୍ଥ। ୧୯
ସରସ୍ବତୀ ଦାନ ପ୍ରାପ୍ତକଲେ ମଧ୍ୟ
କବି ଭବେନାହିଁ ଧନୀ
ମୃତ୍ୟୁ ପରିଯନ୍ତେ ନନିଏ ବିରାମ
ଚାଲିରହେ ତା ଲେଖନୀ। ୨୦