April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଓଡିଆ ସଂସ୍କୃତିରେ ବିଷୁବ — ଡ. ପ୍ରିୟମ୍ବଦା ସାମଲ

ଓଡିଆ ସଂସ୍କୃତିରେ ବିଷୁବ

ଡ. ପ୍ରିୟମ୍ବଦା ସାମଲ

ଭାରତବର୍ଷରେ ଚିରହାସ୍ଯମୟୀ ବୀର ପ୍ରସବିନୀ କିର୍ତ୍ତୀ କିରିଟିନୀ ମନ୍ଦିରମାଳିନୀ ଉତ୍କଳ ଏକ ପୂଣ୍ୟଭୂମି। ଓଡିଶାର ପ୍ରାଣର ଈଶ୍ବର ଶ୍ରୀ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥଙ୍କ ପରଂପରାରେ ଜଗନ୍ନାଥ ପଂଜିକା କିମ୍ବା ସୌରମାସ ଅନୁସାରେ ମହା ବିଷୁବ ସଂକ୍ରାନ୍ତି ଓଡିଆର ନୂତନ ବର୍ଷ ରୂପେ ଗ୍ରହଣୀୟ। ଗୋଟିଏ ସଂକ୍ରାନ୍ତି ରୁ ଆଉ ଗୋଟିଏ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋଟିଏ ମାସ ମାନିଥାଉ। ବିଷୁବ ସଂକ୍ରାନ୍ତି ଠାରୁ ଓଡିଶା ରେ ନବବର୍ଷ ଆରମ୍ଭ ହୁଏ। କୁହାଯାଏ ଓଡିଶା ରେ ବାର ମାସରେ ତେର ପର୍ବ। ସୂର୍ଯ୍ୟଙ୍କର ଗତିକୁ ନେଇ ସୌରମାସ ବୈଶାଖ ରୁ ହିଁ ବିଷୁବ ସଂକ୍ରାନ୍ତି ନୂତନ ବର୍ଷ ଆରମ୍ଭ ର ଦିନ। ଏହି ମହା ବିଷୁବ ସଂକ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ପାଇଁ ଏହି ଦିନଠାରୁ ଏକମାସ ପର୍ଯ୍ୟନ୍ତ ଓଡିଆ ଘର ଚଉରାରେ ଠେକି ବସାଯାଇ ପାଣି ଢଳାଯାଏ। ତେଣୁ ଏହାକୁ ଜଳ ସଂକ୍ରାନ୍ତି ମଧ୍ଯ କହନ୍ତି। ପଣାଦାନ କରାଯାଉଥିହାରୁ ପଣାସଂକ୍ରାନ୍ତି ମଧ୍ଯ କୁହାଯାଏ। ଏହି ପର୍ବ ଧାର୍ମିକ ସଂସ୍କୃତି ଓ ପରଂପରାର ଏକ ବଡ ପର୍ବ। ପୁରାଣ ଅନୁଯାୟୀ ବୈଶାଖ ମାସଠାରୁ ପୂଣ୍ଯମାସ ଆଉକିଛି ନାହିଁ। ଏହି ଦିନ ସୂର୍ଯ୍ୟ ବିଷୁବ ରେଖାର ନିକଟତର ହୋଇଥାନ୍ତି। ମେଷ ସଂକ୍ରାନ୍ତି ରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କାରଣରୁ ବିଷୁବରେଖାର ଉତ୍ତରରେ ଥିବା ଭାରତ ଆଡକୁ ସୂର୍ଯ୍ୟଙ୍କର ଆଗମନ ହୁଏ। ବିଷୁବ ସଂକ୍ରାନ୍ତି ଓଡିଶା ର ସାମାଜିକ, ପାରିବାରିକ ଓ ଆଧ୍ଯାତ୍ମିକ ଭିତ୍ତି ସ୍ତରକୁ ସୁଦୃଢ଼ କରୁଥିବା ପର୍ବ। ବାରଟି ସଂକ୍ରାନ୍ତି ମଧ୍ଯ ରୁ ଚାରିଟି ମୁଖ୍ଯ ସଂକ୍ରାନ୍ତି ରହିଛି। କିନ୍ତୁ ସର୍ବଶ୍ରେଷ୍ଠ ସଂକ୍ରାନ୍ତି ବିଷୁବ ସଂକ୍ରାନ୍ତି।

ଓଡିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତି କୁ ବୁଝାଏ। ତେଣୁ ଶ୍ରୀମନ୍ଦିର ରୁ ହିଁ ସବୁ ପର୍ବର ଆରମ୍ଭ ହୋଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ର ଆରମ୍ଭ ହେତୁ ଥଣ୍ଡା ଓ ସ୍ବାସ୍ଥ୍ଯକର ଖାଦ୍ୟର ବ୍ଯବହାର ହୁଏ। ଛତୁଆ, ଦହି, ଗୁଡ, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ନିକଟରେ ଭୋଗ ଲଗାଯାଏ। ଏହିମାସରେ ବିଭିନ୍ନ ପର୍ବ ପର୍ବାଣି ପାଳନ କରାଯାଏ। ନିଦାଘ ନିଘନ ଧରଣୀ ଯେତେବେଳେ ଆତପ ତାପ ତାପିତ ଗ୍ରୀଷ୍ମ ଦୁର୍ବିସହ ଥାଏ, ସାରା ସ୍ଥଳଭାଗ ଜଳଭାଗ ମାର୍ତ୍ତଣ୍ଡ ର କୋପାନଳରେ ଉତ୍ତପ୍ତ ଥାଏ ସେହି ସମୟକୁ ଆନନ୍ଦ ମୁଖର କରିବା ପାଇଁ ସଂସ୍କୃତି ସଂପନ୍ନ ଉତ୍କଳୀୟ ପାଳନ କରନ୍ତି ଓଷାବ୍ରତ। ମହା ବିଷୁବ ସଂକ୍ରାନ୍ତି ଅସାମାନ୍ୟ ପବିତ୍ରତାକୁ ନେଇ ଆସେ। ଚଉରାରେ ତୁଳସୀ ଠାରେ ଜଳ ଘଟିକା ଚଢେ। ବୁଟ, ତଣ୍ଡୁଳ ଇତ୍ୟାଦି ର ଛତୁଆରେ ଗୁଡଚିନି ମିଶ୍ରିତ କରାଇ ସୁସ୍ବାଦୁ ପଣା କରି ନୈବେଦ୍ଯ ଚଢାଇ ପାନକରି ଉପଭୋଗ୍ୟ କରନ୍ତି। ପବନ ପୁତ୍ର ହନୁମାନଙ୍କର ଜୟନ୍ତୀ ପାଳନ ହୁଏ। ଅକ୍ଷୟ ତ୍ରୁତୀୟାରେ ଚଷାଭାଇମାନେ ପ୍ରଥମ ଚାଷକରି ବୀଜବପନ ଅନୁକୂଳ କରନ୍ତି। ଦିଅଁମାନଙ୍କର ଶୀତଳ ଉପଚାର ପାଇଁ ଚନ୍ଦନଯାତ୍ରା ମଧ୍ଯ ହୁଏ। ସଧବା ସୀମନ୍ତିନୀ ପତିଙ୍କର ଆୟୁ ଆରୋଗ୍ୟ କାମନା କରି ସାବିତ୍ରୀ ଅମାବାସ୍ଯା ପାଳନ କରନ୍ତି। ନୂଆ ଶାଢୀ ଶଙ୍ଖା ସିନ୍ଦୁର ଓ ଫଳଫୁଲର ନୈବେଦ୍ଯ ରେ ଏକ ଆଧ୍ଯାତ୍ମିକ ବାତାବରଣ ରେ ନିଷ୍ଠାର ସହିତ ବ୍ରତ ପାଳନକରି ବେଶ ଖୁସି ଓ ଶାନ୍ତି ଲାଭ କରନ୍ତି। ଶିବପାର୍ବତୀ ଙ୍କ ବିବାହର ପର୍ବ ଶୀତଳଷଷ୍ଠୀ ପାଳନ ହୁଏ ବେଶ୍ ଜାକଜମକରେ। ଶାକ୍ତ ଓ ଶୈବପୀଠ ସ୍ଥଳୀ ଆନନ୍ଦ ଉତ୍ସବ ମୁଖର ହୋଇଉଠେ ପାଟୁଆ ଭକ୍ତମାନଙ୍କ ନିଷ୍ଠାପର ସାଧନାରେ।

ତେଣୁ ବିଷୁବ ଓଡିଶା ର ସଂସ୍କୃତି ରେ ଓଡିଆ ଙ୍କ ଜୀବନଚର୍ଯ୍ୟାରେ ଆଣେ ଅଫୁରନ୍ତ ଆନନ୍ଦର ସ୍ରୋତ। ଗ୍ରୀଷ୍ମ ଯଦିଓ ପ୍ରତ୍ଯକ୍ଷ ଭାବରେ କଷ୍ଟ ଦାୟକ କିନ୍ତୁ ପରୋକ୍ଷରେ ଏହା ମଙ୍ଗଳକାରୀ। ଗ୍ରୀଷ୍ମ ଜଳଚକ୍ର ତିଆରି କରି ବର୍ଷାର ସଂରଚନା କରେ। ସେଥିପାଇଁ କୁହାଯାଇଛି-

ନିଦାଘ ସମୟ ହେଲେହେଁ ଦାରୁଣ

ଅଟେ ଜଗତର ମିତ୍ର

ଜନମାଇ ମେଘ ସାଧେ ପ୍ରାଣୀହିତ

ବିଧିବିଧାନ ବିଚିତ୍ର।

ନନ୍ଦନ ବିହାର, ପଟିଆ, ଭୁବନେଶ୍ୱର।

Loading

Leave a Reply

Your email address will not be published. Required fields are marked *