ଲୁହରେ ଲେଖୁଛି ଚିଠି
ବହୁଦିନ ପରେ ଆଜି ମୋ ମନରେ
ଭାବନାର ସୀମା ନାହିଁ
କେଉଁ ଭାବନାକୁ ଲେଖିବି ତାହାକୁ
ବୁଝିତ ପାରୁନି ମୁହିଁ।
କି ଥିଲା ମୋ ଜାତି ଆଜି ସେ ସୁଷୁପ୍ତି
ପୂର୍ବ ତେଜ ତା’ର ନାହିଁ
ସାଜି ଗୋଡ଼ାଣିଆ ହେଲାଣି ହାଲିଆ
ବୁଝି ନପାରୁଛି ସେହି।
ବିଶ୍ବରେ ଯା ଖ୍ୟାତି ତାହାର ସଂସ୍କୃତି
ଏ କଥା ପାଶୋରି ସେହି
ପାଶ୍ଜ୍ୟାତ ସଂସ୍କୃତି ପଛରେ ସେ ମାତି
ବାହାସ୍ଫୋଟ ମାରେ ରହି।
ଜଗତ ଠାକୁର ଲେଖୁଛି ପତର
କୋହ ଚାପି ପାରୁନାହିଁ
ଲୁହରେ ଲେଖୁଛି ଚିଠି ଭିଜୁଅଛି
ରୋକି ପାରୁନାହିଁ ମୁହିଁ।
ବିଷ ବଳୟରେ ପରିବେଶ ଥରେ
ପ୍ରଦୂଷିତ ଅଟେ ମହୀ
ନିଜ ବଡ଼ପଣେ ଏଠି ଜଣେ ଜଣେ
କେ କାହାକୁ ମାନେନାହିଁ।
କିସୁନ୍ଦର ବିଶ୍ବ କରୁଛନ୍ତି ଧ୍ବଂସ
ସତେକି ଗଢ଼ିଛି ସେହି
ଏ ଜୀବ ଜଗତ ସକଳେ କ୍ଷତାକ୍ତ
ବୁଝି ନପାରନ୍ତି କେହି।
ନିଜେ ଅଧିକାର କରିବ ସଂସାର
ମନରେ ବିଚାରେ ରହି
ବିଜ୍ଞାନୀ ହୋଇଣ ହୁଅନ୍ତି ଅଜ୍ଞାନ
ଚକିତ ହେଉଛି ମୂହିଁ।
*************
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ