April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ମଣିଷ ଜୀବନ – ହେମନ୍ତ କୁମାର ସାହୁ

ମଣିଷ ଜୀବନ

************

ମଣିଷ ଜୀବନ ପାଣି ଫୋଟକାଟେ

କେତେବେଳେ ଅବା ଫାଟିଯିବ

କେହି ଜାଣିନାହିଁ ଜାଣି ପାରିବେନି

କେତେବେଳେ ବେଳ ଆସିଯିବ ।।

ଜୀବନ ମାତ୍ରକେ ମରଣ ରହିଛି

ମର୍ତ୍ତ ମଣ୍ଡଳରେ ଦେହ ଧରି

କେହି ବର୍ତ୍ତୀ ନାହିଁ ମରଣ ମୁହଁରୁ

ଜଣ ଜଣ କରି ଯାନ୍ତି ଚାଲି ।।

ବଡ଼ ସାନ କିଛି ମାନେ ରଖେ ନାହିଁ

ଧନୀ ଗରୀବର ପାଚେରୀ

ଲାଞ୍ଚ କିମ୍ବା ଖୋଷାମତି କାମ ନାହିଁ

ସମସ୍ତଙ୍କୁ ନେବ ଘୋଷାରି ।।

ଆଶ୍ଚର୍ଯ୍ୟର କଥା ମରଣ ସମୟ

କେହି କେବେ ଜାଣି ନାହାଁନ୍ତି

ଆଜି କିମ୍ବା କାଲି ଯା ପାଳି ପଡ଼ିବ

ଦେହ ଛାଡି ଚାଲି ଯାଆନ୍ତି ।।

ଜୀବନ ଯନ୍ତ୍ରଣା ସହିବାକୁ ହୁଏ

ଉଚ୍ଚ ନୀଚ୍ଚ ପଥ ଦେଇଣ

ସୁଖ ଓ ଦୁଃଖକୁ ଆପଣାର କରି

ଚାଲିବାଟା ପରା ଜୀବନ ।।

ଜୀବନ ଜଞ୍ଜାଳ ମଧ୍ୟରେ କଟଇ

ପରିବାର ନେଇ ସାଥୀରେ

ରୋଗ ଯନ୍ତ୍ରଣାକୁ ସାଂଗ କରି ସାଥେ

ବିତାଏ ସମୟ ଭବରେ ।।

ବିଭିନ୍ନ ପ୍ରକାର ଅଭିନୟ କରି

ବିତାନ୍ତି ମଣିଷ ଜୀବନ

କିଏ ଚୋର କିଏ ସାଧୁ ବୋଲାବନ୍ତି

ନିଜର କର୍ତ୍ତବ୍ୟ କରିଣ ।।

କିଏ ପର ତଣ୍ଟି ଚିପି ଆଣେ ଧନ

କିଏ ଚାଲେ ସତ୍ୟ ଧାରରେ

କିଏ ଈଶ୍ବରଙ୍କ ପାଦେ ଧ୍ୟାନ ରଖି

ଯୋଗ ତପସ୍ୟା ଏ ମହିରେ।।

କେ କରେ ବାଣିଜ୍ୟ କେ ଚଳାଏ ରାଜ୍ୟ

କିଏ ସରକାରି ଚାକିରୀ

କାହାକୁ ନ ମିଳେ ଦାନା ଦୁଇ ମୁଠା

କରେ ଥାଏଟି ଭିକ୍ଷା ଗିରି ।।

ଏହିପରି ଭାବେ ଜୀବନ ଚଳଇ

ତାହାର ଗନ୍ତବ୍ୟ ପଥରେ

ମରଣଟି କିନ୍ତୁ ଦିନ ଗଣୁଥାଏ

କା ପାଳି ପଡ଼ିବ କେ ବେଳେ ।।

ଛୋଟ ଛୁଆ ହେଉ କିମ୍ବା ବୁଢ଼ା ହେଉ

ସମୟ ତ ନିଶ୍ଚେ ଆସିବ

ଜନମ ରହିଛି ମରଣ ନିଶ୍ଚିତ

ଅକସ୍ମାତେ କାମ କରିବ ।।

ଖବର ଅନ୍ତର କିଛି ନାହିଁ ତା’ର

କରିବନି ଅବା ଫୋନ୍

ବାଘ ପରି ସେହୁ ଛକି ବସିଥିବ

ଘେନିଯିବ ପରା ପରାଣ ?

ଧନ୍ୟ ହେ ଈଶ୍ବର ଧନ୍ୟ ତୁମ ସୃଷ୍ଟି

ଲଗାଇଛ ପ୍ରଭୁ ଏହି ଲୀଳା

ମର୍ତ୍ତ୍ୟକୁ ପେଷୁଛ ଘୋଷାରି ନେଉଛ

ଭାଙ୍ଗି ଦେଉଅଛ ଭବ ଭେଳା ।।

 

ହେମନ୍ତ କୁମାର ସାହୁ।

ମାହାଙ୍ଗା।

Loading

Leave a Reply

Your email address will not be published. Required fields are marked *