କୁନି ଫୁଲ
ମାନବ ରୂପରେ ଧରାପୃଷ୍ଟେ ଆଗମନ
କୋମଳ ପିତୁଳା ସୁରମ୍ୟ ବଦନ
ନିରୀହ ଚାହାଣୀ କୁନି ଓଠର ଗୁଞ୍ଜନ
ସାର୍ଥକ କର ମାତୃତ୍ୱ ଜୀବନ…..
ଶିଶୁ ହୋଇ ଆସ ହସ ହସ ମୁଖ
ପ୍ରେମ ଆଉ ଅମାପ ଲୋଭ ର ଭଣ୍ଡାର
ଛୋଟ ରୁ ବଡ ସଭିଙ୍କ ଆଦର
ଶିଶୁ ରୂପେ ଆହା ସୁନ୍ଦର ଅବତାର….
ଆଖି ଦୁଇ ତୋର ଆନନ୍ଦ ଉଜ୍ବଳ
ଓଠରେ ଅମୃତ ର ବାରିଧାରା
ପ୍ରଥମ କଥା ତୋ ଭାରି ମନଲୋଭା
ପୁରିଉଠେ ମନ ଲାଗେ ଆତ୍ମହରା….
ଅମୃତ ସନ୍ତାନ ପୃଥିବୀ ମାତାର
ସାର୍ଥକ ମାନବ ଚରଣର ପିଢ଼ି
ଦେଶ ପ୍ରଗତିର ପ୍ରଥମ କାରକ
ଉନ୍ନତି ପଥରେ ଆଗକୁ ରେ ଯାଅ ମାଡି….
ମଧୁସ୍ମିତା ରାଉତ
ତାଳବରକୋଟ