May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କବିତା ସମୀକ୍ଷା ପର୍ଯ୍ୟାୟ-୨୦୨୩

ନବପ୍ରତିଭା ନବ ଅନ୍ୱେଷଣ ପର୍ଯ୍ୟାୟ-୦୪

କବିତା ସମୀକ୍ଷା ପର୍ଯ୍ୟାୟର ନିୟମାବଳୀ

1- ସୋପାନ-କ ଏବଂ ସୋପାନ-ଖ ରେ ପ୍ରଦତ୍ତ ସମସ୍ତ କବିତା କୁ ଭଲ ଭାବରେ ପଢିବେ।

2- ନିଜର ଚେତନା କୁ ଯଥାଯୋଗ୍ୟ ମାନ୍ୟ ପ୍ରଦାନ ପୂର୍ଵକ ସୋପାନ-କ ରୁ ଗୋଟିଏ କବିତା ଏବଂ ସୋପାନ-ଖ ରୁ ଗୋଟିଏ କବିତା ଚୟନ କରିବେ।

3- ସୋପାନ-କ ରେ ପ୍ରଦତ୍ତ କବିତା ଗୁଡିକ ର ସ୍ରଷ୍ଟା/କବି ମାନଙ୍କ ର ଅତ୍ମଜୀବନୀ ଟି ଅନ୍ୟୁନ ୧୦୦ ଟି ଅକ୍ଷର ରେ ଲେଖିବା ସହିତ ସୋପାନ-ଖ ରେ ଦିଆଯାଇଥିବା କବିତା ମାନଙ୍କ ମଧ୍ୟରେ ଆପଣ ବାଛିଥିବା କବିତା ର କବିଙ୍କ ବାବଦରେ କିଞ୍ଚିତ ତଥ୍ୟ ସଂଗ୍ରହ କରି ଲେଖିଲେ ଖୁବ ଭଲ।

4- କବିତା ସମୀକ୍ଷା କରିବା ସମୟରେ କବିତାର ପୃଷ୍ଟଭୂମି , ଗଠନ ର କାରୁକାର୍ଯ୍ୟ, ଚେତନା, ଅନୁସୂଚନା, ଭାବଭଙ୍ଗି ଆଦି ସମସ୍ତ ବିଷୟରେ ଧ୍ୟାନ ଦେଇ ଆଲୋଚନା କୁ ଆରମ୍ଭ କରିବା ବେଳେ ମେଣ୍ଟର ମାନଙ୍କ ସାହାଯ୍ୟ ନେବେ। କବିତା ସମୀକ୍ଷାର ଏକ ସମ୍ଭ୍ରାନ୍ତୀୟ ଶୀର୍ଷକ ରଖିବେ।

5- ପ୍ରତ୍ୟେକ ସମୀକ୍ଷା ର ଶବ୍ଦ ସୀମା ଅନ୍ୟୁନ ୨୦୦ରୁ ଅଧିକ ଶବ୍ଦରେ ହେବା ବିଧେୟ।

6- ଯୋଡିଏ କବିତାର ସମୀକ୍ଷା ପ୍ରସ୍ତୁତ କରି ସାରିବା ପରେ ନିମ୍ନ ଲିଖିତ E-mail ରେ ପଠାଇବା ହେବା ସହିତ ଏହା ସମ୍ପର୍କରେ ଆପଣଙ୍କ ମେଣ୍ଟର ମାନଙ୍କୁ ସୂଚନା ଦେବେ।

Mail- [email protected]

7- ସମୀକ୍ଷା ଲିଖନ ବେଳେ ଶବ୍ଦଗତ ତଥା ବ୍ୟାକରଣଗତ ତ୍ରୁଟି ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ସହିତ ମାର୍ଜିତ ତଥା ସମ୍ଭ୍ରାନ୍ତ ଆଲେଖ୍ୟଟିଏ ପ୍ରସ୍ତୁତ କରିବେ।

8- ପ୍ରସ୍ତୁତ କରିଥିବା ଆଲେଖ୍ୟ ଯୋଡିଏ କୁ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ମେଲ ରେ ପଇଠ କରିବା ହେବେ।

9- ଆପଣ ପଠାଇଥିବା ଆଲେଖ୍ୟର ମୂଲ୍ୟାଙ୍କନ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ବିଭିନ୍ନ ବର୍ଗର ବିଶିଷ୍ଟ ସାହିତ୍ୟିକ ଙ୍କ ଦ୍ଵାରା କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଣାଇ ଦିଆଯିବ।

10- କବିତା ସମୀକ୍ଷା ଆଲେଖ୍ୟ ମଧ୍ୟରେ ଆମେ ଯେପରି ଆପଣ ଚୟନ କରିଥିବା କବିତାକୁ ହୃଦବୋଧ କରିପାରିବୁ ସେ ପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ ଅନୁରୋଧ।

ସୌଜନ୍ୟ- ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

କବିତା ସମୀକ୍ଷା ନିମିତ୍ତ କବିତା ସମୂହ

ସୋପାନ-କ
★■◆★■◆★■◆★■◆★■◆★■◆★■◆★■◆

1- ବନ୍ଦିର ଆତ୍ମକଥା (ଉତ୍କଳମଣୀ ଗୋପବନ୍ଧୁ ଦାସ)
2- ଜଗତେ କେବଳ(କବିସୂର୍ଯ୍ୟ ବଳଦେବ ରଥ)

କବିତା- “ଜଗତେ କେବଳ”
କବି-(କବିସୂର୍ଯ୍ୟ ବଳଦେବ ରଥ)
ଜଟିଳ କରି ସ୍କନ୍ଧ ରୋମରାଜି
ଶିଖରି ଦରିରେ ମରୁ ଗରଜି,
କୁଟୀଳ କରି ଭ୍ରୂକୁଟୀ କି ଚାହୁଁ
ସରମା କଣ୍ଠୀରବ ହେବ କାହୁଁ…?
ଜଗତେ କେବଳ…
ଜନେ ହସିବେ ଏହି ତହୁଁ ଫଳ…(୧).

ଅଲକତ ଦ୍ରବ୍ୟ ନୟନେ ବୋଳି
ରସାଳ ଗହଳ ଶାଖାରେ ଖେଳି
କବଳ କରି ତା କରୁ କଳାପ,
କାକ କି କରିବ ପଞ୍ଚମାଳାପ…?
ଜଗତେ କେବଳ……(୨)

ବର ଜୀବ ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ
ଗ୍ରାମ ଶୁକରୀ କି ହୋଇବ ଗାଈ…?
ଜଗତେ କେବଳ….(୩)

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ
ନିଜ ତୁଣ୍ଡେ ମଣ୍ଡି ଖଣ୍ଡ ମୃଣାଳ
ଚାଲୁ ପୂର୍ବ ଅଙ୍ଗ ବୁଲାଇ ବକୀ
ତେବେ ସେ ମରାଳୀ ବୋଲାଇବ କି…?
ଜଗତେ କେବଳ…
ଜନେ ହସିବେ ଏହି ତହୁଁ ଫଳ..(୪)

3- କଳାମାଣିକରେ-( ଅଭିମନ୍ୟୁ ସାମନ୍ତସିଂହାର)

4- ମଣିଷ- (ବିପ୍ଲବୀ କବି ରବି ସିଂ)

କବିତା:- “ମଣିଷ”
ବିପ୍ଳବୀ କବି ରବି ସିଂ

ମଣିଷକୁ ଥରେ ପଢ ପଢ,
ମଣିଷ ଠାରୁ କେ ଅଛି ବଡ,
ମଣିଷ ତ ବଡ ଗ୍ରନ୍ଥ କିତାବ,
ସାରା ଦୁନିଆର କାରିଗର,
ମଣିଷକୁ ଥରେ–‘

ସୂନା ଋପା ହିରା ନୀଳା ମୋତି,
ଆଣିଛି ମଣିଷ ମେହନତି,
ତାଡିଛି ପଥର କାଟିଛି କୋଇଲା,
ଚୁରି ବାରବାର ମେରୁହାଡ,
ମଣିଷକୁ ଥରେ–

ଉଆସ ନଅର ରାଜବାଟୀ,
ତୋଳିଛି ମଣିଷ ବେଠି ଖଟି,
ଏଇ ରାଜଧାନୀ ସଚିବାଳୟର,
ପ୍ରତିଟି ଇଟାର ଯେତେ ଯୋଡ,
ମଣିଷକୁ ଥରେ —

ରକତେ ଗୋଳାଇ ଚୂନବାଲି,
ମୁଣ୍ଡର ଝାଳକୁ ତୁଣ୍ଡେ ମାରି,
ମୁଠାଏ ତ ଚୁଡା ପିଠିରେ କୋରଡା,
ଯତନ ନଗର କେତେ ବଡ,
ମଣିଷକୁ ଥରେ–

 

ରତ୍ନାକର ତଳେ ବୁଡି ବୁଡି,
ମଣିଷ ଆଣିଛି ରତ୍ନ ଚୁଡି,ୟ
ପୃଥିବୀମାଆର ହାତେ ପିନ୍ଧାଇଛି,
ଫୁଟାଇଛି କେତେ ଫୁଲ କଢ,
ମଣିଷକୁ ଥରେ —

ସେ ମଣିଷ ଆଉ କେହି ନୁହଁ,
କାହିଁକି ଶୁଖିଛି ତାର ମୁହଁ,
ଆଖି ତାର କିଆଁ ଲୁହ ଛଳ ଛଳ,
ଗଣି ହୋଇଯାଏ ଛାତି ହାଡ,
ମଣିଷକୁ ଥରେ–

ଏଇ କଥାର ତ କଇଫତ,
ତୁମେହିଁ ଦେବରେ ଅଲବତ,
କୁଟାଖଣ୍ଡକୁ ଯେ ଦିଖଣ୍ଡ କରେନି,
ନିତି ନୂଆ ନୂଆ ଗାଡି ଚଢ,
ମଣିଷକୁ ଥରେ ପଢ ପଢ।

ଖଟିଖିଆ ଆଉ ଲୁଟିଖିଆ,
ଦୁଇଟି ଜାତିର ଏ ଦୁନିଆ,
ହୋଇଛି ଦିଫାଳ-ହୋଇଛି ପ୍ରବଳ,
ଝଂଜା ତୋଫାନ ବାଲିଝଡ,
ମଣିଷକୁ ଥରେ—

ମଣିଷ ଯାଗିବ ବୋଲି ଡରି,
ପୋଷୁଛ ପୋଲିସ ମିଲିଟାରୀ,।
କରିଅଛ ତାକୁ ହତିଆର ହରା,
ଛାତିତଳେ ତାର ନିଆଁରଡ,
ମଣିଷକୁ ଥରେ–

ମଣିଷ ଖୋଲିଲେ ତା ନୟନ,
ହେବ ଏ ରାତିର ଅବସାନ,
ଭେଉ ତୋଳି ତାର ପତାକା ଉଡିବ,
ଲାଲରଂଗ ତାର ଭାରି ଗାଢ,
ମଣିଷକୁ ଥରେ–

ରକତସାଗରୁ ଉଠେ ରବି,
ଶୁଭେ ସକାଳର ଭଇରବି,
ରକତପାତକୁ ଡରେନା ମଣିଷ,
ବରମାଗି ଜାଣେ ଦେଇମାଡ,
ମଣିଷକୁ ଥରେ–

ମଣିଷ ନୁହେଁତ ଦୁରୂବଳ,
ଯାଣିଥାଅ ତୁମେ କୁରୂବଳ,
ନାଆଁଟି ତାହାର ନରନାରାୟଣ ,
ମଣିଷଜାତିକୁ ହାତ ଯୋଡ,
ମଣିଷକୁ ଥରେ-


5- ପାଗଳିନୀର ପ୍ରେମ ସଂଗୀତ- (ଦେବଦାସ ଛୋଟରାୟ)

ସୋପାନ-ଖ

1- ଅଜଣା ଅନ୍ୟଜଣେ- ମମତା ଦାଶ


2- ବିଲେଇ- ରକ୍ଷକ ନାୟକ


3- ଅସହାୟ ଈଶ୍ୱର- କୈଳାସ ରାୟ


4- ଖୁଦାଇ ଖିଦମତଗାର- ପବିତ୍ର ମୋହନ ଦାଶ
5- ମଣିଷ- ଆର୍ତ୍ତତ୍ରାଣ ପାଣି

” ମଣିଷ ”

ଚାଲ ଫେରି ଯିବା ସେଇ ଅନ୍ଧାରି ଯୁଗକୁ
ଯେଉଁଠି ବହଳ ଅନ୍ଧାର ରେ ତାରା ଫୁଲ ହସେ
ଚାନ୍ଦ ଢାଳେ ରୂପେଲି ଜୋଛନା
ଆଉ ସୂରୁଜ ଉଇଁଲେ ସକାଳ ହୁଏ ll

ଆମେ ଭୁଲିଛେ ପ୍ରକୃତି ସହ ଆମ ସମ୍ପର୍କ
ଯିଏ ଅମ୍ଳଜାନ୍ ଦେଇ ଆମ ନିଶ୍ଵାସ ଭରୁଥିଲା
ନିଜ ହାତରେ ତାର ଜୀବନ ନେଇଛେ
ଆଉ ବିଶ୍ୱାସ ବୋଲି କଣ ରହିଲା ଯେ ?
ଏବେ ଏଠି ସବୁ ଭେଜାଲ
ନା’ ଭେଜାଲ କହିଲେ ଠିକ୍ ହେବନି
ବରଂ ଏଇ ନୂଆ ମଣିଷ ଭାଷାରେ
ବିକଶିତ ll

ଜହ୍ନ ଆଉ ମାମୁଁ ହେଇ ନାହିଁ
ଶୁଷ୍କ ଖାବ ଖବଡିଆ ଖଣ୍ଡିଏ ଉପ ଗ୍ରହ
ପୃଥିବୀ ଆଉ ସୂରୁଜ ମଝିରେ
ମଧ୍ୟାକର୍ଷଣ ଶକ୍ତି ଯୋଗୁଁ ଘୁରୁଛି
ଏବେ ଯେମିତି ସ୍ୱାର୍ଥ ଚାରିପଟେ ସମ୍ପର୍କ
ଠିକ୍ ସେଇଭଳି ll

ମଣିଷ କହୁଛି! ମୁଁ ଈଶ୍ୱର
ତିଆରି କରିବ ନୂତନ ପୃଥିବୀ
ହଁ ତିଆରି ବି’ କରୁଛି
ଅନେକ ଜୀବ ପଶୁ ପକ୍ଷୀ ଆଉ ନାହାନ୍ତି
ଏହା ଏବେ ମଣିଷ ନିର୍ମିତ ନୂଆ ପୃଥିବୀ
ଯାହାର ସେ’ ଏକା ଅଧିଶ୍ୱର ll

ଆଜି ସବୁ ଥାଇ କେମିତି ଏକା ଏକା
ଧୂସର ପାହାଡ଼
ଛମ୍ ଛମ୍ ନାଚି ଯାଉଥିବା ଝରଣା,
ପାଦରେ ବେଢ଼ି ପଡିଛି
ବନ୍ଧା ହେଇଛି ପଥର ବନ୍ଧ
ମଣିଷର ଇଙ୍ଗିତ ରେ ମିଶିବ
ସାଗର ସହିତ ll

ଯେଉଁଠି ଦେଖ ହିଂସ୍ରତା
ମାଂସର ଲୋଭ
ଫୁଲ ଫୁଟିବା ଆଗରୁ
କିଏ ଦଳି ଦେଇ ଅଟ୍ଟହାସ୍ୟ କରୁଛି
ଉକୁଟି ଆସୁଛି ଶବର ଗନ୍ଧ
ତଥାପି କହୁଛି ଆମେ ବିକଶିତ ll

ସତରେ ଅଣନିଶ୍ୱାସୀ ଲାଗୁଛି
ଫେରିବାକୁ ଇଚ୍ଛା ହେଉଛି
ସେଇ ଆଇ ମା’ କାହାଣୀ ଯୁଗକୁ
ଖାଲ ଖମଣ ଗାଁ ରାସ୍ତା
ଯେଉଁଠି ମଣିଷ ବିକଶିତ ନଥିଲା
କିନ୍ତୁ ‘ମଣିଷ’ ଥିଲା ll

ଆର୍ତ୍ତତ୍ରାଣ ପାଣି

6- ଲଣ୍ଠନ- ଅଜିତ କୁମାର

#ଲଣ୍ଠନ

ଧେତ୍ !
ବୁଝିପାରିବନି ତୁମେ ଥରେ ,
ସେ ଲଣ୍ଠନ ଆଉ ମୋ ପ୍ରେମ ସମ୍ପର୍କ !
କାହିଁକି ଖୋଜେ ମୁଁ ସେ ଲଣ୍ଠନ’କୁ ଏତେ
ନିରୋଳା ରାତିର ପ୍ରତି ପ୍ରହରରେ !!

କୁହ ବୁଝିବ କି ତମେ
କବାଡିଆ ଅଖାରେ , ଅଣନିଶ୍ୱାସୀ ହେଇ
କବାଡିଆ ହାତରେ , ଛଟପଟ ହେଇ
ଲଣ୍ଠନ’ଟିର ଜୀବନ ଗଲାବେଳେ
ବାଉନି ବାଉନି କେତେ କାନ୍ଦିଥିବ ସେ ??

ବୁଝିଥିଲେ , ସେ ଲଣ୍ଠନ’ର ଦେହଟାକୁ
ବିକିଦେଇ ନଥାନ୍ତ ଟଙ୍କା ଦଶଟାରେ
ଗଂଜଡ ଖିଆ କବାଡିଆ ହାତରେ !

ବ୍ୟସ୍ତ ହେବିନି କେମିତି ???
ସେଇ ଲଣ୍ଠନ ଆଲୁଅରେ ପରା
ଜନ୍ମ ନେଇଥିଲା , କେତେଗୁଡିଏ
ଏଣୁତେଣୁ କବିତା ମୋ ଜୀବନର !
ସେଇ ଲଣ୍ଠନ ଫିଲିପ୍ସ ଟର୍ଚ୍ଚ ମୋ ବୁଢ଼ୀମାର ,
ଆଉ ସେଇ ଲଣ୍ଠନ ,
ଜୀବନ୍ତ ସ୍ମୃତି ଖଣ୍ଡେ ମୋ ମେଟ୍ରିକ ପରୀକ୍ଷାର !!

ଛାଡ , ମତେ ଟିକେ ଏକା ଛାଡ !
ତମେ ଏତିକି ବୁଝ ….

ସେଇ ଲଣ୍ଠନ ମଲାପରେ ,
ମୁଁ ବି କିଛି ଅଂଶେ ମରିଯାଇଛି
କବାଡିଆ ହାତରେ
ଲୁହା ଚୁତାରେ ପିଟାହେଲା ପରେ !!

– Ajit Kumar -ଅଜିତ କୁମାର


7- ବରଷା କାଳ-ପବିତ୍ର କୁମାର ହୋତା
8- ଜୀବନ୍ମୟ- ରମେଶ ଚନ୍ଦ୍ର ପସାଏତ

= ଜୀବନ୍ମୟ =

ରାତିର ପ୍ରେମରେ ପାଗଳ ମଣିଷ ବାଃ ରେ ଜୀବନ ବାଃ
ଲଣ୍ଠନ ଦେହେ ମେଘ ମହ୍ଲାର ଫଟାକାଚ କରେ ଆହା
ଅନ୍ଧାର ଏଠି ରାଜୁତି କରେ ଦୁନିଆଁ ଗୋଲାମ ହୁଏ
ତଥାପି ଆଲୋକ ହାର୍ ମାନେନା ଆଗକୁ ଆଗକୁ ଯାଏ ାା

ବୟସ-ବତାସେ ବିଚରେ କିଏ ଇନ୍ଦ୍ରାସନେ କରି ଲୟ
ଆଖିବୁଜି ଚାଟେ ଆପଣା ଛେପ ହାୟରେ ଜୀବନ ହାୟ
ଝିଙ୍କାରୀ ଏଠି ଝଙ୍କାର ତୋଳେ ଉଜୁରକୁ କରି ହେୟ
ବିଶ୍ବାସ ପୁଣି ବିଷ ଉଦ୍ଗାରେ ସମ୍ପର୍କର ନାହିଁ ଦାୟ ାା

ତଥାପି ହୁଏ ଦଗ୍ଧପରାଣେ ସପନର ଅଧିବାସ
ମୁର୍ଦାରୁ ଉଠି କଁଅଳେ ତରୁ ଫୁଲେ ଫଳେ ଭରେ ବାସ
ଶତ ଧିକ୍କାର ପାଦ ପ୍ରହାର କିସ ବା ତାହାର କରେ
ଦୁର୍ବାଟିଏ ତ ପଣ୍ଡିତ ମନ୍ତ୍ରେ ଶୋଭେ ଦେବତାର ଶିରେ ାା

ସ୍ପନ୍ଦିତ ପ୍ରାଣ-ଖଞ୍ଜଣିତାନ ଗାଏ ଆଲୋକର ଜୟ
ଦିଲ୍ଲୀ ହେଉ କି ଦରିଦ୍ରପଲ୍ଲୀ ଜୀବନ୍ମୟ ଜୀବନ୍ମୟ ାା
********
ରମେଶ ଚନ୍ଦ୍ର ପସାଏତ୍

9- ଲୁହ- ଶ୍ରୀଯୁକ୍ତ ଜ୍ୟୋତି ନନ୍ଦ

ଲୁହ

ମାଆ ଲୋ ,ମାଆ,
ଏତେ ପଢୁଛୁ କ’ଣ?
ବାପା ବାଙ୍ଗାଲୋରରୁ ଆଉ କ’ଣ ଫେରିବେ
ଆଗରୁ ଓକିଲ ନୋଟିସ୍ ପରା ଆସି ସାରିଛି ?

ତୁ ଗଲା ପରଠୁ
ଧନରେ ମୋର ,ମୁଁ କେବଳ
ଗୋଟିଏ ପ୍ରକାର ବହି ଖୋଜି ଖୋଜିକା ପଢେ
ସବୁଠି ଛପିଛପିକା ଭୂତର ନାଚ,ଭୂତର କାହାଣୀ ।

ଅବିକା ତୁ ଏକେଲା, ରାତି ଅଧ,
ଚିର୍ଚ୍ଚିରେଇ ଉଠିଲେ ଭୟରେ
କିଏ ଆଉ ପାଖରେ ଅଛି ଯେ ତୋ ଦେହରେ
ନିଜର କଅଁଳ ହାତ ପକାଇ ଦେଇ କହିବ,ଡରିଗଲୁ କି,
ମୁଁ ପରା ଏଇଠେ ,
ଏଇଠି ତୋ ପାଖରେ ?

ନା ରେ ବାବୁ
ବଡ ଦୁଃଖର କଥା ଇଏ
ବହି ସାରା ଖାଲି ଛଳ ଛଳ ଆସିବା ଆଉ ଯିବା
କିଏ କ’ଣ ସେମିତି ଅଧିକ ସମୟ ରହିଥାଏ ଯେ
ନିଜରର ଅନୁପସ୍ଥିତିର ସୁଯୋଗ ଦେଖି
ଭୟାବହ ଶ୍ୱାପଦ ସଂକୁଳ ଅଂଧାରକୁ ମୋତେ
ଠେଲି ଦେଇ ଆଉ କୁଆଡକୁ ଅକସ୍ମାତ
ଅପସରି ଯିବ ?

ଆଜିକାଲି ତୁ ଏମିତି କଥା କହୁଚୁ ଯେ
ସହଜରେ କ’ଣ ବୁଝି ହେଉଛି
ଯେତିକି ଦେଖିଲିଣି ଏଇଠି
କାହାର ପାଖରେ ସେମିତି କିଛି
ଲକ୍ଷ୍ୟଭେଦୀ ବର୍ଚ୍ଛା ଅଛି ଯେ ସେ
ଆଉ କାହାର ଉପରେ
ତାହାର ଅବ୍ୟର୍ଥପଣର ଅଭ୍ୟାସ କରିବାକୁ
ବାହାରି ପଡିବ ?
ସେଇଥିପାଇଁ ତ
ଆଜି କାଲି ସବୁ ଭୂତକାହାଣୀ
ଭାରି ମଜାର କଥା, ଯେମିତି ସର୍କସର ଉଚ୍ଚଦୋଳିରୁ ତଳକୁ ଖସିପଡୁଥିବା
ବାମନ ଜୋକର ର ସହର୍ଷ ଉଡାଣ ?

ସବୁକଥା କ’ଣ କହିହେବ, ଧନରେ ମୋର,
ତୋତେ ବାଧିବ ପରା
ସେଇଥିପାଇଁ ତ
ଭୂତମାନେ କେଉଁଠି ଭୂତ ହୋଇ ନଥାନ୍ତି
ଆଖିରୁ ପୋଛା ସରିଥିବା ଲୁହ ଆଉ
ଲୁହ ହୋଇ ନଥାଏ ଆଖପାଖରେ ।

ଶ୍ରୀଯୁକ୍ତ ଜ୍ୟୋତି ନନ୍ଦ
ଭୁବନେଶ୍ୱର

10- ବୋଝ- ପୂର୍ଣ୍ଣ ଚନ୍ଦ୍ର ମହାରଣା

।।ବୋଝ।।

ସକାଳେ ପଖାଳ
ଦି’ପହରେ ତବତ
ରାତିକି ପୁଣି
ରୋଷେଇ ହବ ଭାତ !!

ଘରେ ଆମର
କୁଟୁମ୍ବ ଛ’ପ୍ରାଣୀ
ଜେଜେ, ଜେଜିମା
ବାପା, ବୋଉ
ଆମେ ଓପର ତଳ
ଭାଇ, ଭଉଣୀ !!

ସହଜେ ଆମର
ଚଷା ଘର,
ହଳ,ଲଙ୍ଗଳ,ଶଗଡ଼
ଜୁଆଳି,ଜୋତ,
ମହୀ, ବିଦ, ଓଦର,ଦାମ୍ଫଣ,ଅଖା
ଏହାକୁ ନେଇ ଆମର
କାରବାର !!

ଖରା ବର୍ଷା କୁ ପକ୍ଷୀଆ
ଚାଷକୁ ପାଇଁ, କୋଡି,କୋଦାଳ, ଦାଆ ,
କୁରାଢି,କଟୁରୀ,କାଙ୍କ ଶାବଳ
ଏ ସବୁ ଆମ ହତିଆର !!

ବିଲ ଆମର ଚାରି ମାଣ
ପାଞ୍ଚ ‘ପା
ହଳେ ବଳଦ, ପଟେ ଛଡ଼ା
ଗୋଟେ ବାଛୁରୀ ଅମ୍ମୋଣିଆ !!

ସେଇ ଚାଷ ରୁ ସବୁ,
ସାହୁ,ମାହାଜନ
ବନ୍ଧୁ, ବାନ୍ଧବ,ଭାର,ବେଭାର
ଓଷା, ବରତ,ପୁନିଅଁ, ପରବ !!

ଫସଲ ଉଠିଆ ହେଇଚିତ
ଆମ ହାଣ୍ଡିରେ ପେଜ !!

ବାପାଙ୍କର ମୋ ପାଇଁ
ବେଶୀ ଚିନ୍ତା
ମତେ ସତର ପୁରି
ଚାଲିଲା ଅଠର
ଏଇ ସାଲେ କେମିତି କରିବେ
ବାହାଘର !!

ବର ଘର ଆସି
ଦେଖି ଯାଇଛନ୍ତି
ଆମର ବି ଦେଖାଚାହାଁ ସରିଛି
ଖାଲି ନୂଆପାଞ୍ଜି ଖୋଲିଲେ
ପଡିବ ହାତଗଣ୍ଠି !!

ପିଲାଟି ଭଲ
ଶାନ୍ତ, ସୁଧାର
ନିଶାପାଣି କିଛି ନାହିଁ
ଖାଲି ରଙ୍ଗ ଟିକେ ଶ୍ୟାମଳ !!

ଚାହାଳୀ ପାଠ ଯାହା ସାରିଛି
ବାପ ସାଙ୍ଗେ ଚାଷବାସ କରୁଛି
ହଉ କଣ ହେଲା
ପଢି ପାରୁଚି ତ ଭାଗବତ ଅକ୍ଷର !!

ବାପା ଆମର
ଖଣ୍ଡେଖଣ୍ଡେ ଜିନିଷ ବରାଦ
ଦେଲେଣି
ଖଟ, ପଲଙ୍କ, ଆଲମାରୀ, ଆଲେଣା, ରୁଖା, ବଇଠି, ଡଙ୍କା ,ଚଟୁ, ପିଢା, ଲୁଣକାଠୁଆ ଶିଳ,ଚକି !!

ବୋଉ ଆମର ଯାତରା ତିଥ
ମେଳଣ ରୁ
କିଣି ଆଣୁଚି ମନୋହରି ଗୋଟି ଗୋଟି ମନେ ପକେଇ,
ଙ୍କସା,ଥାଳି,ଢାଳ
ଗିନା,ତାଟିଆ,ଥାଳିଆ,ବାସନ କୁସନ
ହାଣ୍ଡି,ଆଟିକା,ଡାଲା,ବାଉଁସିଆ
କୁଲା ଭୋଗେଇ, ଗାଣ୍ଡୁଆ,ଚିଡେଇ
ଟ୍ରଙ୍କ,ବାକୁସ, ଯାହା ମନେ ପଇଲା !!

ଝୁଅ କୁ ସବୁ ଦବ ହେଲେ ଦବନି
ଖରିକା,ଝାଟୁଆ,ଛାଞ୍ଚୁଣୀ
ଇଏ କୋଉ କଥାଲୋ ମା°°°°
କାଇଁକି ଦବନି କେଜାଣି !!

ପୂର୍ଣ୍ଣ ଚନ୍ଦ୍ର ମହାରଣା

11- କିଣା ବିକା- କବି ଶ୍ରୀଦେଵ

କିଣାବିକା
———–
କିଣା
——-
ଦିଅ ଦିଅ ! କିଏ ଦବ ଦିଅ

ସ୍ବପ୍ନ ଦିଅ
ଦିଅ, ଆକାଶର ତାରା
ପେଟଭୋକ ପାଇଁ
ଲଙ୍ଗଳ ଯୁଆଳି ଯବାନଙ୍କ ପରି
ଥାଉ ସଂଗାରେ ଓହଳା
ଶସ୍ୟ ବିହୁନ ନପଡୁ ପଡିଆ
ଗୋରୁ ଗୁହାଳ ଓ ଗାଡିଆ ପଦ୍ମବଣ
ନପଶୁ ନଉଡୁ ଅନ୍ଧପକ୍ଷୀ
ହାଣ୍ଡିଶାଳେ କାଳ ଛଞ୍ଚାଣ

ଆଙ୍କୁଥାଉ ଚିହ୍ନ
ଦ୍ଵିତୀୟା ଜହ୍ନ
ପଶ୍ଚିମା ସଂଜେ
ଥପଥପ ହସ ହସୁ
ଶିଶିର ବିନ୍ଦୁର ରୂପେ
ପୂର୍ବଜ ମସିଆ ଖାତାରେ
ନୀରବ ରାସ୍ତାଧାରେ
କୁଆଡ଼କୁ ଯିବ ତୁଚ୍ଛା ଜିଇଁବାକୁ
ଲେଖାଥାଉ ରାସ୍ତାଘାଟେ
ନେମ୍ ପ୍ଲେଟ୍ – ହୃଦ ଠିକଣା।

ବିକା
——–
ନିଅ !
ନବ କିଏ ନିଅ , କ୍ଷେତ

ଶସ୍ୟଶୁନ
ପଡ଼ିଛି କିଆରି ଯେଉଁଠି
ନଂପୁସକ ଜମିବାଡ଼ି
ବିକ୍ରିଅଛି ହୃତପିଣ୍ଡ ଓ
ପୁରୀର ଫର୍ଫର ନେତ
ନବ ଯଦି ନିଅ ନିଅ
ମିଛହସ ଶୁଷ୍କ ସମ୍ବିଧାନ
ରକ୍ତଶୁନ୍ୟ ସ୍ବପ୍ନ
ନାମହୀନ ଦୁଃଖିରଙ୍କି ପ୍ରେମ

ବଞ୍ଚ ନେଇ ମିଞ୍ଜିମିଞ୍ଜି ତାରା
ଗାଁ ଗଣ୍ଡା ସହର ବି ନିଅ
ପଡିଆ ପଡିଚି ଖାଲି
ମେଲିଛି ଯେଉଁଠି
ବେଖାତିର ଖରା

ଜହ୍ନ ବିନା କାଳରାତି
ଚାନ୍ଦୁଆ ଘେରିରହିଚି
ପହରେ ପହଡ଼ ଭାଙ୍ଗେ
ସୁଖର ଚଉରା
ବିକ୍ରି ହେଇଯାଉଥାଏ
ଅଭଡ଼ା ଅମାର
ଖାଁ ଖାଁ ହୃଦ ହାଣ୍ଡିଶାଳ ।

ଶ୍ରୀଦେଵ
ବାଲେଶ୍ଵର


12- ପ୍ରେମିକା- ଚିତ୍ତରଞ୍ଜନ ନାୟକ


13- ପ୍ରତିବାଦ- ଡଃ ଗୋବିନ୍ଦ ଚନ୍ଦ୍ର ଦାଶ


14- ତରାରେ ମୁଁ ଜଳେ- ଗିରିଜା କୁମାର ବଳୀୟାର ସିଂହ


15- ବୃନ୍ତଚ୍ୟୁତ- ଡଃ ଉମେଶ ଚନ୍ଦ୍ର ମହାପାତ୍ର

 

Loading

Leave a Reply

Your email address will not be published. Required fields are marked *