ହେ ମାଟି ମା‘…
କହିଦେ ମା’
କହିଦେ ହେ ମାଟି ମା’
କୋଉଠି ରଖିଛୁ ସାଇତି ତୋ ବକ୍ଷେ
ମୋ ପାଇଁ ସାଢ଼େ ତିନି ହାତେ
ଶୋଇଯିବି ନିଶ୍ଚିନ୍ତେ ତୋ କୋଳେ
ଭୁଲି ସଂସାରର ଯାବତୀୟ କଷଣ
ଜୀଇଁଥାଉ ଥାଉ ହେଉ ପଛେ…
ତୁ କ’ଣ କୋଳେଇ ନେବୁନୁ
ଜୀବନ ଯୁଦ୍ଧରେ ପରାଜିତ
ଏ ମୃତବତ୍ ଜୀଉଁଥିବା ପୁଅଟିକୁ
ନିଇତି ମରିମରି କ୍ଳାନ୍ତ ଏବେ ମୁଁ ମା’
ଦେ ତୋ କୋଳର ଠିକଣା
ଶୋଇବାକୁ ଟିକେ ଶାନ୍ତିରେ
ଆଉ ନ ଉଠିବାକୁ…
ଲଢ଼ିବାକୁ ଆଉ ଯୁ ନାହିଁ
ସବୁ ଆଗ୍ରହ ତ୍ୟେଜି ସାରିଲିଣି ବଞ୍ଚିବାର
ଆଉ ପାରୁନି ମା’
କୋଳେଇ ନେ ତୋ କୋଳକୁ
ହେ ମା’ …ମୋ ମାଟି ମା’ …
ଜୁମର ନାଥ ପାତ୍ର