April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ–ଜଗନ୍ନାଥ ଚୌଧୁରୀ*

ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଜଗନ୍ନାଥ ଚୌଧୁରୀ ନୂଆପେଣ୍ଠ, ଗଞ୍ଜାମ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଅନନ୍ୟ ଏବଂ ପରିଚିତ ସାହିତ୍ୟ ଅନୁଷ୍ଠାନ ଭାବରେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏଥିପାଇଁ ସବୁ ଶ୍ରେୟର ଅଧିକାରୀ ହେଉଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ ଭାଇ ଏବଂ ସମସ୍ତ କର୍ମକର୍ତ୍ତା l ବିଶ୍ୱର କୋଣ ଅନୁକୋଣରୁ ପ୍ରତିଭା ମାନଙ୍କୁ ଖୋଜି କବିତା,ଗଳ୍ପ,ପ୍ରବନ୍ଧ,କବିତା ଆବୃତ୍ତି ମାଧ୍ୟମରେ ଶ୍ରେଷ୍ଠ ପ୍ରତିଭା ଚୟନର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ l ଏଥିରେ ସାମିଲ ହୋଇଥିବାରୁ ନିଜକୁ ଗର୍ବିତ ମନେକରେ l ଗତବର୍ଷ ସାମାଜିକ ମିଡ଼ିଆ ଦ୍ୱାରା ଅନୁଷ୍ଠାନକୁ ଜାଣିଥିଲି ଏବଂ ଅନୁଷ୍ଠାନ ସହ ଜଡ଼ିତ ଥିଲି କିନ୍ତୁ ମୋ ଆଦର୍ଶ ରୂପଶ୍ରୀ ରାଈ ରଞ୍ଜନ ନନ୍ଦ ଭାଇଙ୍କ ପ୍ରେରଣା ପାଇ ଏ ବର୍ଷ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି l
ପ୍ରଥମ ସୋପାନରେ ସାକ୍ଷାତକାର ମାଧ୍ୟମରେ ସୁନ୍ଦର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଭା ମାନଙ୍କୁ ଉତ୍ସାହିତ ପୂର୍ବକ ଶୁଭାରମ୍ଭ ହୋଇଥିବା ଏହି ଯାତ୍ରା ନିଶ୍ଚୟ ଶିଖର ପହଞ୍ଚିବ ଏଥିରେ ଦ୍ବିମତ ନାହିଁ l
ସାକ୍ଷାତକାର,କବିତା,ଗଳ୍ପ,ସମାଜସେବା କବିତା ଆବୃତ୍ତି ଇତ୍ୟାଦି ସମସ୍ତ ବିଭାଗରେ ମାର୍କ ବ୍ୟବସ୍ଥା ଭଲ ଲାଗିଲା l ଅନୁଷ୍ଠାନର କିଛି ସ୍ୱତନ୍ତ୍ରତା ରହିଛି ଏଇ ଯେମିତି ମନ ଇଚ୍ଛା ଶ୍ରେଷ୍ଠ ପ୍ରତିଭା ଚୟନ ନକରି ପଦ୍ଧତିଗତ ହେବା l ଫେସୁବୁକ୍ ପୃଷ୍ଠାରେ ଲାଇଭ୍ କାର୍ଯ୍ୟକ୍ରମ ଦ୍ୱାରା ନୂଆ ନୂଆ ପ୍ରତିଭାଙ୍କୁ ଲୋକଲୋଚନ କୁ ଆଣିବା ଏମିତିରେ ସବୁ କିଛି ନିୟମ ଏବଂ ପ୍ରଣାଳୀ ଭଲ ହିଁ ଭଲ l ପ୍ରତିଯୋଗିତା ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ପ୍ରତିଷ୍ଠାତା ମନୋଜ ଭାଇ ସମସ୍ତ ତଥ୍ୟକୁ “ନବ ସମ୍ଭାବନା ନବ ସ୍ବାକ୍ଷର” ଗ୍ରୁପ ଏବଂ ବ୍ୟକ୍ତିଗତ ଭାବରେ ବି ପ୍ରେରଣ କରି ସମସ୍ତ ନବ ପ୍ରତିଭାଙ୍କୁ ଜାଗ୍ରତ କରନ୍ତି ଏବଂ ଆମ୍ଭମାନଙ୍କୁ କିଛି ଅଜଣା ଥିଲେ ଫୋନ୍ ଯୋଗେ କଥା ହୋଇ ବୁଝନ୍ତି ତତ୍ ସହ ମେଣ୍ଟର ବା ମାର୍ଗଦର୍ଶକ ମାନେ ନିଜ ନିଜର ପ୍ରତିଯୋଗୀମାନଙ୍କୁ ମାର୍ଗଦର୍ଶନ କରନ୍ତି ଏଇ ଯେମିତି ମୋ ମେଣ୍ଟର୍ ସରୋଜ କୁମାର ସାହୁ ଭାଇ ମୋତେ ପ୍ରତିଟି କ୍ଷେତ୍ରରେ ସହଯୋଗ କରନ୍ତି ତେଣୁ ତାଙ୍କୁ ମୋର କୋଟି ଧନ୍ୟବାଦ l
ମୁଁ ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ ଅଛି କିନ୍ତୁ ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସେଥିମଧ୍ୟରୁ ସ୍ୱତନ୍ତ୍ର ଓ ନିଆରା କାରଣ ଅନ୍ୟ ଅନୁଷ୍ଠାନ ପରି ପ୍ରତିଭାଙ୍କୁ ସିଧାସଳଖ ଚୟନ ନକରି ନିୟମ ଅନୁସାରେ ଏବଂ ଯୋଗ୍ୟ ପ୍ରତିଭାଙ୍କୁ ଚୟନ କରାଯାଏ l ଜଣକୁ କେବଳ ଯେ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିବାକୁ ପଡ଼ିବ ତାହାନୁହେଁ ବରଂ ପ୍ରତ୍ୟେକ ପ୍ରତିଯୋଗୀକୁ ସମସ୍ତ ବିଭାଗରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯାଏ ଯଦ୍ୱାରା ସେମାନେ ସାହିତ୍ୟର ପ୍ରତିଟି ବିଭାଗରେ ପାରଦର୍ଶିତା ଲାଭ କରନ୍ତି l ମୁଁ ବିଦ୍ୟାଳୟ ସ୍ତରରେ ଗଳ୍ପ ଲେଖୁଥିଲେ ନିଜର କାର୍ଯ୍ୟବ୍ୟସ୍ତତା ଏବଂ କିଛି ବ୍ୟକ୍ତିଗତ କାରଣ ଯୋଗୁଁ ଗଳ୍ପ ଲେଖାଠାରୁ ଦୀର୍ଘ ଦିନ ହେଲା ଦୂରେଇ ଯାଇଥିଲି କିନ୍ତୁ ଦୀର୍ଘଦିନ ପରେ ଡିବିରି ଶୀର୍ଷକ ଅଣୁଗଳ୍ପ ଲେଖି ବିଜୟୀ ହେବା ପରେ ମୋତେ ଶତ ସିଂହର ବଳ ମିଳିଲା ପୁଣି ଗଳ୍ପ ଦୁନିଆଁକୁ ଯିବାକୁ, ତେଣୁ ଅନୁଷ୍ଠାନ ପାଖରେ ସଦା ଋଣୀ l ଗୋଟିଏ ପରେ ଗୋଟିଏ ରାଉଣ୍ଡ୍ ରେ ସରିବା ପରେ ଶେଷରେ ଶ୍ରେଷ୍ଠ ପ୍ରତିଭା ଚୟନ କରାଯାଏ l ଜିତିବା ହାରିବା ତ ଲାଗିରହିଛି l ମୋ ନିଜସ୍ୱ ମତ ଯାହା ପୁରସ୍କାର ପାଇବା ଆଶା ନେଇ ମୁଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନି ବଡ଼ କଥା ହେଲା ନିଜ ପ୍ରତିଭାକୁ ବିଶ୍ଵଦରବାରରେ ଉପସ୍ଥାପନା କରିବା ସହ ଏହି ପରିବାର ମାଧ୍ୟମରେ ଅନେକ ଜ୍ଞାନୀ ଗୁଣି ସାହିତ୍ୟିକ,ଛୋଟ ବଡ଼ ଭାଇ ଭଉଣୀ ପାଇଛି ୟା ଠାରୁ ବଡ଼ ପୁରସ୍କାର ଆଉ ସୌଭାଗ୍ୟ ଆଉ ବା କଣ ହୋଇପାରେ l ପରିଶେଷରେ ଏତିକି କହିବି ସମସ୍ତ ଯୁବ ପ୍ରତିଭା ମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ମାର୍ଗଦର୍ଶକ ମାନଙ୍କୁ ମୋର କୋଟି ନମନ୍ l

ଜୟ ସାହିତ୍ୟ
ଜୟ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ (Suryodaya Literary Foundation -SLF)
🙏🙏🙏🙏🙏🙏🙏🙏

Loading

2 thoughts on “*ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ–ଜଗନ୍ନାଥ ଚୌଧୁରୀ*

  1. ସୁନ୍ଦର ଅନୁଭୂତି ସାଉଁଟିଛନ୍ତି ଆପଣ…. ଶୁଭେଚ୍ଛା

  2. ଆତ୍ମ ଚିନ୍ତନ କୁ ଜାଗ୍ରତ କରି ଆତ୍ମଗର୍ବକୁ ଦୂରକୁ ଦୂରକୁ ଫିଙ୍ଗି ଦିଅ ଆଉ ଆଗକୁ ଆଗକୁ ବଢିଚାଲ ସୁନ୍ଦର ଭବିଷ୍ୟତ ବାଟଚାହିଁ ବସିଛି । ଜଗନ୍ନାଥ ନିଶ୍ଚୟ ସାହା ହେବେ । ମାଆ ସାରଳା ବାଟ ଦେଖାଇବେ ଏବଂ ମାଆ ସରସ୍ଵତୀ କଣ୍ଠରେ ବିରାଜମାନ କରିବେ ।

Leave a Reply

Your email address will not be published. Required fields are marked *