କିଛି କଥା ଥିଲା
≈≈≈≈≈≈≈≈≈
କିଛି କଥା ଥିଲା
ତୁମେ କହିବାର
କହି ତ ପାରିଲ ନାହିଁ
ଦିନେ ଏକା କରି
ଚାଲିଗଲ ଛାଡି
ଝୁରିମରେ ତୁମପାଇଁ l
କିଛି କଥା ଥିଲା
ମୁଁ ଯେ କହିବାର
କହିବାକୁ ଦେଲନାହିଁ
ଅଜଣା ପଥ ର
ପଥିକ ହୋଇଲ
ପାଶେ ଦୂରେଇଲ କାହିଁ l
ବଞ୍ଚିବି କେମିତି
ତୁମବିନା କୁହ
ଥିଲ ମୋ ହୃଦୟରାଣୀ
ନୀଳ ଆକାଶ ର
ତାରାଟିଏ ହୋଇ
ଏକା କରିଦେଲ ଜାଣି l
ମନ ମୋର ଭ୍ରମେ
ଫେରିବ କି ତୁମେ ?
କହିବି ଅକୁହାକଥା
ଜାଣି ମୁଁ ଅଜଣା
ମନ ହୁଏ ବଣା
ଘୁରିଯାଏ ମୋର ମଥା l
ତୁମରି ପଥ ରେ
ହେବି ମୁଁ ପଥିକ
ଗଣିଗଣି ଦିନବିତେ
“କିଛ କଥା ଥିଲା”
କହିବି ତୁମକୁ
ଅପେକ୍ଷା କରିବ ମୋତେ l
≈≈≈≈≈≈≈0≈≈≈≈≈≈≈
ଜ୍ଞାନରଞ୍ଜନ ନାୟକ
Gyanaranjan Nayak
(Kendrapara )