କିଛି କଥା ଥିଲା
ଚର ଚଞ୍ଚଳ ତନୁ ମନ ମନ୍ଦାକିନୀ
କହିବି କେମିତି ଜାଣି ମୁଁ ପାରୁନି
ଆହା କି ପରସ କମଣ୍ଡଳୁ ହସ
ସତେ କି କରିବ ପ୍ରେମେ ତାର ବସ ।
ଚାର ଚାତୁରୀ ସେ ଚାଲି ତା ହରିଣୀ
କରିଛି ଆଖି ତା ଲାଜକୁ ବରଣି
କଥା ଥିଲା କିଛି କହିବାକୁ ତାକୁ
ଓଠ ପ୍ରେରଣା ରେ କୁହେ ମୋ ଲେଖନୀ ।
ପତ୍ର ଚୂମ୍ବନ ରେ ସଜା ତାର କେଶ
ଅଙ୍ଗେ ହଳଦୀ ରଙ୍ଗର ବସ୍ତ୍ର
ଉଦୁଉଦିଆ ଏ ଖରା ପ୍ରାଙ୍ଗଣରେ
ଲାଗେ ସେ ସୋରିଷ କ୍ଷେତ ।
ମୋହି ଯାଏ ଆଖି ଅଜାଣତେ କାଇଁ
ସପନର ଜୁଆରରେ
କେତେ ଥିଲା କଥା ବାକି ଯେ ରହିଲା
ସମୟର ଆଢୁଆରେ ।
କଥା ଥିଲା କିଛି କହିବାକୁ ତତେ
ରହିଗଲା ଓଠେ ଛୁପି
ଥିଲା ମୋ ହୃଦୟ ଫାଙ୍କା ବହିଟିଏ ଆଜି ଲେଖିଛି ତୋ ପାଇଁ ଚିଠି ।
ଆଜି ଲେଖିଛି ତୋ ପାଇଁ ଚିଠି ।
(ତୃପ୍ତି ମୟୀ ରାଉତ)
ଠିକଣା-କେନ୍ଦ୍ରାପଡା, ରାଜକନିକା,ବରୁଣାଡିହା ,ବନ୍ଧପଡା,