କୁହୁଡି ଘେରା ସ୍ଵପ୍ନ ମୁଠେ
କୁହୁଡ଼ି ଘେରା ସ୍ବପ୍ନ ମୁଠେ
ଝରି ପଡୁଥିଲେ ଆକାଶ ବୁକୁରୁ
ଆଖିରେ ସଜାଇବା ଆଶାରେ
ଧାଇଁ ଯାଇ ଥିଲି ସକାଳୁ
ସକାଳର ସୂର୍ଯ୍ୟ ଧାଇଁ ଆସିଥିଲା ସାଥିରେ
କୁହୁଡ଼ିକୁ ଜାଳି ଦେଇଗଲା ଉତ୍ତପ୍ତ କିରଣେ।
ଝଡ଼ି ଗଲେ ସ୍ବପ୍ନ ମୁଠେ
ଘାସ ଗାଲିଚାର କାକର ବିନ୍ଦୁରେ
ଚମକି ଉଠୁ ଥିଲେ
ସୂର୍ଯ୍ୟ କିରଣର ସ୍ପର୍ଶରେ।
ଦେଖୁ ଦେଖୁ କିଛି କ୍ଷଣେ
ଉଭେଇ ଗଲେ ଘାସ ଗାଲିଚାରେ
ଯେତେ ଖୋଜିଲେ ବି ପାଇଲିନ
ସ୍ବପ୍ନ ମୁଠେ ସେ ସକାଳରେ
ଫେରି ଆସିଥିଲି ସେଠୁ ଉଦାସ ମନରେ।
ଜଗମୋହନ ପ୍ରଧାନ
ଯାଜପୁର