ଶେଷ ଚିଠି
ଲେଖୁ ଲେଖୁ ଶେଷ ଚିଠି ମୁଁ ଲେଖିଲି
କେବଳ ତୁମରି ପାଇଁ
କଲମ ମୁନରେ ହୃଦୟର କଥା
କାଗଜେ ଦେଲି ଗାରେଇ।
ଯେତେ ସ୍ମୃତି ଥିଲା ସବୁ ମୁଁ ଲେଖିଲି
ଭାବନା ସହର ଯାଇଁ
ଶବ୍ଦରେ ଶବ୍ଦକୁ ଆଙ୍କି ମୁଁ ଚାଲିଲି
ଇତି କୁ ତ ଜାଗା ନାହିଁ।
ରାତି ସରିଗଲା ସକାଳ ଆସିଲା
ଇତି ତ ସରିଲା ନାହିଁ
ଉଜାଗର ରହି ଲେଖି ମୁଁ ଚାଲିଲି
ଶେଷ ଚିଠି ତୁମ ପାଇଁ।
ସମୟ ଆସିଲା ଇତି ମୁଁ ଲେଖିଲି
ଡ଼ାକ ବାଲା ଗଲା ନେଇ
କେବେ ପହଞ୍ଚିବ ଶେଷ ଚିଠି ମୋର
ତୁମ ଠିକଣାରେ ଯାଇଁ।
ଜଗମୋହନ ପ୍ରଧାନ
ଯାଜପୁର