🙏କାର୍ତ୍ତିକ ପୂର୍ଣ୍ଣିମା🙏
ପବିତ୍ର ମନରେ ହୃଦୟ ଭିତରେ
ଭକ୍ତିର ଅର୍ଘ୍ୟକୁ ଦେଇ,
ପୁଣ୍ୟର ଡଙ୍ଗାରେ ମନର ଗଙ୍ଗାରେ
ପାନ ଗୁଆ ଫୁଲ ଥୋଇ ।
ମାସକର ଧର୍ମ କରିଥିବା କର୍ମ
ଅନ୍ୟ ହିତେ ଥିଲା ଯାହା,
ସ୍ମୃତି ଚାରଣରେ ହରଷ ମନରେ
ଜଣାଉଛି ଆଜି ତାହା ।
ନଦୀ ପୁଷ୍କରିଣୀ ମହୋଦଧି ପାଣି
ଆମ ପାଇଁ ଅଛି ମନା,
ଦେବ ଦରଶନ ସଭିଙ୍କର ମନ
ଦୂରୁ ଦେଖୁ ଖାଲି ବାନା ।
କାର୍ତ୍ତିକ ପୁନେଇ ରହିଲା ଅନେଇ
ପୂର୍ବ ସଂସ୍କୃତିକୁ ନେଇ,
ଓଡ଼ିଆ ସାଧବ ବାଣିଜ୍ୟ ବିଭବ
ସମ୍ମାନକୁ ଥିଲେ ପାଇ ।
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
13 total views, 1 views today
i love this finest article
i love this finest post