ଜୀବନ ଡଙ୍ଗା
ପ୍ରଫୁଲ୍ଲ କୁମାର ହୋତା।
ଯେମିତି ଜୀବନ ଯନ୍ତ୍ରଣା
ଆଉ ଜିଇଁ ବାର ସଂଘର୍ଷରେ
ପାପ ପୂଣ୍ୟର ବିଚାର କରୁନି ମଣିଷ
ମଣିଷ ଅହରହ ଜାରି ରଖିଛି
ତାର ସଂଘର୍ଷକୁ।
ସେମିତି ଜୀବନ ତରୀବହି ଚାଲିଛି
ସ୍ରୋତର ଅନୁକୂଳ ରେ।
ଆଗକୁ ଆଗକୁ
ଲଘିଂ ବିଲ ବନ ପ୍ରାନ୍ତର
ଆଉ ଜଳଜୀବକୁ ଅତିକ୍ରମ କରି
ପଥମଧଯେ ବହୁବାଧାବିଘନ ମଧ୍ୟ।
ସେମିତି ମଣିଷର ଜୀବନ ଡଙ୍ଗା
ସୁଖଦୁଃଖ ଭଲମନ୍ଦ କୁ ନେଇ।
ଭବ ସାଗରରେ।
ଜୀବନ ନିଜ ପାଇଁ ନୁହେଁ ସଭିଙ୍କୁ ପାଇଁ।
ସ୍ନେହ ପ୍ରେମ ଶ୍ରଦ୍ଧା ଦୟା ଓ କ୍ଷମା ର ସ୍ଥଳୀ ଟିଏ।ହିସାବ ନିକାଶ ର ପ୍ରଶସ୍ତ କ୍ଷେତ୍ର ଟିଏ।
ସୁଗନ୍ଧର ମାର୍ଗ ଏଠି ପ୍ରସାରିତ।
ତାରି ଭିତରେ ହଜିଗଲେ ଜୀବନ ଡଙ୍ଗା ସାର୍ଥକ।
ବୁଦବୁଦ ଠାରୁ ହୀନ ଏ ଜୀବନ
ଘଟ ଛୁଟିଲେ ଶେଷ।
ନିଜକୁ ସମର୍ପିତ କର।
ଜୀବନର ଡଙ୍ଗା ଚାଲିବ ଭଲରେ।
ଜନ୍ମ ହେବ ତୋ ସାର୍ଥକ।ଏକା ହିଁ କଳାନାଉରୀ ସାକ୍ଷୀ।
ପ୍ରଫୁଲ୍ଲ କୁମାର ହୋତା।
310 total views, 1 views today
immaculate
faultless