ଜୀବନ କାହାଣୀ
ଢୋଲ ମହୁରୀ ର ତାଳେ ତାଳେ ଘୁମରି ଉଠୁଥିଲା ଚଉଁରାପାଲି ଗାଁ l ଚିକମିକିଆ ଲୁଗାପଟାରେ ଚମକୁଥିଲା ସେ ଅଞ୍ଚଳ l ଝିଅଟି ନବବଧୂର ପରିଚୟ ନେଇ ଆସିଲା ଶାଶୂଘରକୁ, ମୁହଁଲୁଚା ଓଢଣୀ ସହିତ ଲାଜରେ ମଥା ନଇଁଯାଉଥାଏ l ସର୍ବଗୁଣସମ୍ପର୍ଣ୍ଣା ବୋହୂଟିଏ ପାଇଛୁ ଶାଶୂଘରେ ଖୁସିର ଲହରୀ ଖେଳୁଥାଏ l ନୂଆ ଘର ନୂଆ ସ୍ଥାନ ନୂଆ ସମ୍ପର୍କ ଲାଜବତୀ ବୋହୂଟି କାହାକୁ ବା କଣ କହିବ,ଏଣେ ବାପଘର ଛାଡି ଆସିବାର ଦୁଃଖରେ ଭାଙ୍ଗିପଡୁଥାଏ l ଦିନ ପରେ ଦିନ ଆସି ଖୁସିରେ ଚଳନ୍ତି ସୁଖର ସଂସାର ଶାଶୂଘର ପରିବାର l ସ୍ୱାମୀ ସ୍ତ୍ରୀଙ୍କ ହସ ଖୁସି ଥଟା ମଜାରେ ଦିନ ବିତୁଥାଏ l ଚାହୁଁ ଚାହୁଁ ବର୍ଷେ ପୁରିଲା l ସନ୍ତାନ ସନ୍ତତିର କଥା କିଛି ଦୃଶ୍ୟମାନ ହେଲାନାହିଁ l
ମାସ ପରେ ମାସ ଆସି ପୁଣି ଚାଲିଯାଉଥାଏ l ସୁଖର ସଂସାରରେ ବୋଧେ ଦଇବର କଳାଛିଟା ଲାଗିଗଲା l ଆଗରୁ ଅତି ସ୍ନେହ ଆଦର କରୁଥିବା ଶାଶୁ ନଣନ୍ଦ ପରିବାର ବନ୍ଧ୍ୟା ଦୋଷ ଲାଗିଛି ବୋଲି କେତେ ମାନ ଅପମାନ ଦେଉଥାନ୍ତି l ଗାଁ ଦାଣ୍ଡରେ ମୁଣ୍ଡଟେକି ଚାଲିପାରୁନଥିଲା l ବନ୍ଧ୍ୟାନାରୀ ବୋଲି କହି ସମସ୍ତେ ଟାହି ଟାପରା କରୁଥିଲେ l ଅଶୁଭ ମନେକରି କେତେ ବାଦ ଅପବାଦ କରୁଥିଲେ l ସନ୍ତାନ ମୁଖ ଦେଖିବି ବୋଲି କେତେ ଦାନ ଦକ୍ଷିଣା, ପୂଜାପାଠ, ସ୍ୱାସ୍ଥ୍ୟ ଚିକିତ୍ସା କରୁ କରୁ ପ୍ରାୟ ଆଠ ବର୍ଷ ବିତିଗଲା l କିନ୍ତୁ କିଛି ଫଳପ୍ରଦ ହେଲାନାହିଁ l ଶେଷରେ ନିରାଶା ହେଇ ଶାଶୂଘର ଅତ୍ୟାଚାରକୁ ସହ୍ୟ କରୁଥାଏ l
ଭାଗ୍ୟର ବିଡମ୍ବନା ତ କାହାକୁ କହିବ l ନିଜ ଭାଗ୍ୟକୁ ଆଦରି ଦିନ କାଟୁଥାଏ l ପଡୋଶୀ ଘରୁ ଜାଣିବାକୁ ପାଇଲା ପାଖ ଗାଁ କୁ ଏକ ମହାମାନବ ଋଷିଙ୍କ ଆଗମନ ହେଇଛି l ଏକଥା ସ୍ୱାମୀଙ୍କୁ ଜଣେଇଲା l ନିଜେ ଯାଇ ସେ ମହାପୁରୁଷଙ୍କୁ ଦେଖାକରି ଘଟି ଯାଇଥିବା ସକଳ ବୃତାନ୍ତ କହିଲା l
*ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।”*
ସେ ଧାର୍ମିକ ମହାପୁରୁଷ କହିଲେ “ତୋର ମନସ୍କାମନା ନିଶ୍ଚୟ ପୂରଣ ହେବ ଲୋ ମାଆ ” କିନ୍ତୁ ମୋତେ ଏକ ବସ୍ତୁ ଦେବାକୁ ପଡିବ l ଯାହା ତୁମର ଅତି ପ୍ରିୟ ହେଇଥିବ l ମାଆ ମନରେ ଖୁସିର ଲହରୀ ସବୁ ବାଡ଼ବତାକୁ ଭାଙ୍ଗିଦିଏ l ମନରେ ଭାବିଲେ ବୋଧେ ମୋ ସବୁ ଅପେକ୍ଷାର ଅନ୍ତ ଘଟାଇ ବନ୍ଧ୍ୟା ଦୋଷରୁ ମୁକ୍ତ କରିବାକୁ ସ୍ୱୟଂ ନାରାୟଣ ନର ରୂପ ଧାରଣ କରିଛନ୍ତି ମୋ ପାଇଁ l ମନରେ ଭାବୁ ଭାବୁ ଆସି ପହଞ୍ଚିଗଲେ ନିଜ ଘରେ l
ଅତି ଯତ୍ନର ସହିତ ରଖିଥିଲେ ଏକ ରୁପାମୁଦ୍ରା ଯାହା ବାପଘରୁ ଆଣିଥିଲେ l ରୁପାମୁଦ୍ରାକୁ ଧରି ତୁରନ୍ତ ବାହାରିଲେ ମହାମନୀଷୀଙ୍କ ପାଖକୁ l କିନ୍ତୁ ସେଠାରେ ଯାଇ ଦେଖିଲେ ସେ ମହାପୁରୁଷ ଆଉ ସେଠାରେ ନାହାନ୍ତି l କୋଡିଏ କୋଷ ଦୂରରେ l ଆନନ୍ଦର ସୀମାରେ ଚଲାପଥର ସୀମା ଆଖି ଦୃଶିଆ ଜଣାପଡେ ନାହିଁ l ଆନନ୍ଦ ର ସୀମାରେ ଦୁର ଦିଗନ୍ତ ର ସୀମା ମାପନ କରିହେଲାନି 20କୋଷ ଆଜି 20 ପାହୁଣ୍ଡ ପରି ଲାଗୁଥାଏ l ଆଗକୁ ଆଗକୁ ପାଦ ପଡୁଥାଏ l ବାଟରେ ସାମ୍ନା କରିବାକୁ ପଡିଲା ଏକ ନଈ, ଦୁଇ କୂଳକୁ ଖାଇ ବହି ଚାଲିଛି l ବନ୍ୟାର ଜଳସ୍ରୋତ, ଏଣେ ନାଉରିଆର ଦେଖା ଦର୍ଶନ ନାହିଁ l ମାଆ ମୋର ନିରୁପାୟ l ପରିସ୍ଥିତିର ବସବର୍ତ୍ତୀରେ ଦେଖାଗଲା ନାହିଁ ନଈର ଜଳସ୍ରୋତ l କଳ ବଳ କୌଶଳରେ ସ୍ରୋତରେ ତାଳଦେଇ ଚେଷ୍ଟାରେ ସଫଳ ହେଇ ପାରିହେଲେ ଆର ପାରିକୁ l
ଲକ୍ଷସ୍ଥଳରେ ପହଞ୍ଚି ଦେଖିଲେ ସେ ମହାପୁରୁଷ ସେଠାରୁ ଗସ୍ତ କରିଛନ୍ତି ତିରିଶ କୋଶ ଦୂରରେ ଥିବା ଅନ୍ୟ ଏକ ଗ୍ରାମକୁ l
” ମନରେ ସଂକଳ୍ପ ନେଇଥିବା ଲୋକ କଣ ସହଜରେ ହାର ମାନିଯାଏ ”
ସେତିକିରେ ବି ହାର ନ ମାନି ମାଆ ମୋର ଲକ୍ଷ୍ୟ ଅନ୍ୱେଷଣରେ ନିଜ ଉପରେ ଭରସା ମନରେ ସାହସ ବାନ୍ଧି ଧର୍ଯ୍ୟର ସହିତ ବାଟ ଚାଲୁଥାନ୍ତି l
ଶେଷରେ ବାଟ ଚାଲିବାର ଅନ୍ତ ଘଟିଲା l ମାଆ ମହାପୁରୁଷଙ୍କ ଭେଟ ପାଇ କାନିରୁ ଖୋଲି ସେ ରୁପାମୁଦ୍ରା ଟିକୁ ଅର୍ପଣ କଲେ l ମହାପୁରୁଷ ତାହା ଗ୍ରହଣ ପୂର୍ବକ ଧ୍ୟାନମଗ୍ନ ହେଲେ l କିଛି କ୍ଷଣ ପରେ ଚକ୍ଷୁମେଲି ମାଆଙ୍କୁ ସନ୍ତାନ ସୁଖରେ ବର ପ୍ରଦାନ କଲେ l ମାଆ ମୋର ବେନି ହସ୍ତକୁ ଯୋଡ଼ି ନର ଦେହଧାରୀ ମହାପୁରୁଷ ନାରାୟଣଙ୍କୁ ପ୍ରଣିପାତ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ l ଆନନ୍ଦ କହିଲେ ନସରେ ମୁଖ ତ ପୂର୍ଣ୍ଣିମାର ଚାନ୍ଦ ଖୁସିର ସୀମା ରହେନାହିଁ l ମାଆ ଏକଥା ସବୁ ବାପାଙ୍କୁ ଜଣେଇଲେ l କିଛିଦିନ ପରେ ମୁଁ ଜନ୍ମ ନେଲି l ଅସଜଡ଼ା ଥିବା ପରିବାର ସଜାଡିହେଇ ଖୁସିରେ ଜୀବନ ବିତାଇଲୁ
ସତରେ ମାଆର ସହନଶୀଳତା ସନ୍ତାନ ମାନଙ୍କ ପାଇଁ ତା’ର ପ୍ରେମ ଅବର୍ଣ୍ଣନୀୟ l ହେ ମାୟାଧର ଲୀଳାମୟ ! ଧନ୍ୟ ତୁମ ଲୀଳା ପ୍ରଭୁ !
ସୁଭ୍ରାନ୍ତ ବେହେରା
ଆଠମଲ୍ଲିକ ଅନୁଗୁଳ