April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଆଶା ଅନ୍ଵେଷଣ – ଲକ୍ଷ୍ମୀପ୍ରିୟା ସେଠୀ

 ଆଶା ଅନ୍ଵେଷଣ 

 

ବାହାଘରକୁ ଅନେକ ବର୍ଷ ବିତିଗଲାଣି। ଏଯାଏଁ କୋଳକୁ ଛୁଆଟିଏ ଦେଲେନି ଭଗବାନ। କୋଉ ଜନ୍ମରେ କି ପାପ କରିଥିଲି କେଜାଣି। ଏ ଜନ୍ମରେ ଏତେ ସବୁ ଭୋଗିବାକୁ ପଡୁଛି। ଜାଣିନି ଆଉ କେତେ ଦିନ ଗଲେ ଏ ଦୁଃଖରୁ ମୁକ୍ତି ମିଳିବ। ୟାଙ୍କୁ କହିଲେ ସେ ମଧ୍ୟ କିଛି ବୁଝୁ ନାହାଁନ୍ତି। କେତେ ଆଉ ଡାକ୍ତର ଦେଖାଇବୁ । କେତେ ପରୀକ୍ଷା ନିରୀକ୍ଷା କରିବୁ। ଡାକ୍ତରଖାନା ଯାଇ ଯାଇ ଲୋକଙ୍କ କଥା ଶୁଣି ଶୁଣି ବିରକ୍ତ ଲାଗିଲାଣି। ଆଉ ଏ ଜୀବନ ରଖି ଲାଭ କଣ ? ଏପରି ଭାବି ଭାବି ବଡବୋହୂ ସୁଜାତାର ଅମାନିଆ ଲୁହ ଝରିପଡୁଥାଏ ।

 

ଘରକୁ ନୂଆକରି ଆସିଥାଏ ସାନ ବୋହୂ ଲତା । ସମସ୍ତଙ୍କ ତୁଣ୍ଡରେ ସାନ ବୋହୂର ପ୍ରଶଂସା। ସେ ଦେଖିବାକୁ ଗୋଟିଏ ଚାଉଳରେ ଗଢା । ଶାଶୁ ବଡ଼ବୋହୂକୁ ଅଭିଶପ୍ତାଟିଏ ଭାବୁଥାଏ । ସମ୍ମୁଖରେ ଦେଖିଲେ ମୁହଁ ଆଡ଼େଇ ଚାଲିଯାଏ। ଏକଥା ଶାଶୁ ଅନେକ ଥର କହିସାରିଲେଣି । ତଥାପି ନିଜ ସ୍ବାମୀଙ୍କ ପାଇଁ ସେ ମୁହଁ ମାଡ଼ି ପଡି଼ରହିଛି ସେଇ ଘରେ । ମନେ ମନେ ଏସବୁ କଥା ଭାବି କବାଟ କୋଣରେ ବସି ଅନେକ କାନ୍ଦେ । ହେଲେ କାହାକୁ କିଛି କହିପାରେନି ସୁଜାତା । କିନ୍ତୁ ସାନବୋହୂ ନୂଆ ହୋଇଥିଲେ ବି ବଡ଼ବୋହୂ ଛାତିର କୋହକୁ ଭଲଭାବରେ ବୁଝିପାରିଥିଲା । କଥାରେ ଅଛି ପରା, ଝିଅର ମନ କଥା ଝିଅଟେ ହିଁ ବୁଝିପାରେ । ସିଏ ବା ନ ବୁଝନ୍ତା କିପରି । ଦିନେ ସାନବୋହୂ ଆସି ବଡ଼ବୋହୂକୁ କହିଲା । ଅପା.. ଅପା… କାନ୍ଦୁଛ କାହିଁକି । ତମେ ମନ ଦୁଃଖ କରନା । ମୁଁ ଗୋଟେ କଥା କହିବି, ହୁଏତ ତୁମ ସମାଧାନ ସେଥିରେ ଥାଇପାରେ । ସେ କହିଲା-

 

“ମୋ ମାଆ ମଧ୍ୟ ବହୁବର୍ଷ ଯାଏ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ସେ ମହାତ୍ମା ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ସେହି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖେ ତ ସେଠାରେ ସେ ନାହାନ୍ତି । ସେଠାରୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଛନ୍ତି ବୋଲି ଜାଣିବିକୁ ପାଇଲେ । ମା’ ମୋର ଥକ୍କି ନ ଯାଇ ପୁଣି ବାଟ ଚାଲିବାକୁ ଲାଗିଲେ । ବାଟରେ ନଈ । ନଈରେ ବନ୍ୟା । ନାଆର ଦେଖାନାହିଁ। ମା’ ସେହି ନଦୀ ସ୍ରୋତକୁ ଖାତିରି ନକରି ଆଗକୁ ବଢିଲେ ଏବଂ ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି। ମା’ ପୁଣି ସେଠାରେ ନ ଅଟକି ଆଗେଇଲେ ମହାପୁରୁଷଙ୍କୁ ଖୋଜିବାକୁ । ଶେଷରେ ତାଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପି ଦେଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି ।” ଏକଥା ଶୁଣିବା ପରେ ବଡ଼ ବୋହୂ ଆଖିରୁ ଲୁହ ପୋଛି ମନେ ମନେ ଦୃଢ ହେଲେ ଆଉ ସ୍ଥିର କଲେ ଯେ ଯେତେ କଷ୍ଟ ହେଉପଛେ ମୁଁ ଯାଇ ମହାପୁରୁଷଙ୍କୁ ଭେଟି ବରପ୍ରାପ୍ତ କରିବି ।

 

ସଂଧ୍ୟା ସମୟ । ସେ ଶାଶୁଙ୍କ ପାଖକୁ ଯାଇ କହିଲା- “ମୁଁ କିଛିଦିନ ପାଇଁ ବାପଘର ଯିବାକୁ ଚାହିଁଛି ବୋଉ । ଅନୁମତି ଦେଲେ ଟିକେ ଯାଇ ବାପା ମା’ଙ୍କ ଖବର ବୁଝି ଆସନ୍ତି ।” ଶାଶୁ ଏହା ଶୁଣି ମୁହଁ ମୋଡିଦେଇ କହିଲା- “ଯାଉନୁ.. ମୋତେ କାହିଁକି ପଚାରୁଛୁ । ଏମିତି ବି ବାଞ୍ଝ ମୁହଁ ଦେଖିଲେ ପାପ । ତୋ’ ମୁହଁ ଦେଖିବାକୁ ମୋର ଆଦୌ ଇଚ୍ଛା ନାହିଁ । ” ଶାଶୁଠାରୁ ଏପରି କଟୁ ବାକ୍ୟ ଶୁଣି ଆଖିରେ ଲୁହ ଭରି ଆସୁଥିଲା ସିନା ; ହେଲେ ସିଏ କାନ୍ଦି ପାରୁ ନଥିଲା । ତହିଁ ଆରଦିନ ସେ ବାପଘର ଯିବ କଣ ; ଚାଲିଲା ସାଧୁଙ୍କ ଅନ୍ବେଷଣରେ । ଏଠି ସେଠି ସବୁଠି ଖୋଜୁଥାଏ । ସମସ୍ତଙ୍କୁ ପଚାରି ବଝୁଥାଏ, ମହାପୁରୁଷଙ୍କର ଉପସ୍ଥିତି ସଂପର୍କରେ । ଏହିପରି ସାତ ଦିନ ବିତିଗଲା । ହେଲେ ସିଏ ମହାପୁରୁଷଙ୍କର ଠିକଣା ଖୋଜି ପାଇଲା ନାହିଁ ।

 

ମନରେ ହତାଶ ଏବଂ ନିରାଶର ଭାବ ।ଚାଲିବାକୁ ତାର ଆଉ ଶକ୍ତି ନାହିଁ । ତଣ୍ଟି ଶୁଖିଗଲାଣି । କଣ କରିବ, କିଛି ବୁଝିପାରୁ ନଥାଏ । ଉପରେ ସୂର୍ଯ୍ୟଙ୍କର ପ୍ରଖର କିରଣରେ ମୁଣ୍ଡ ଫାଟିପଡୁଛି । ସତେକି ପ୍ରାଣଟା ଏବେ ଚାଲିଯିବ । କିଛି ଦୂର ଗଲାପରେ ରାସ୍ତାକଡ଼ରେ ଥିବା ଏକ ବରଗଛ ଛାଇକୁ ଯାଇ ସେ ଲଥ୍ କରି ବସିପଡିଲା । ଆଖିରୁ ଝରୁଥିବା ତା’ର ଅଜଣା ଲୁହ କେତେବେଳେ ଶୁଖିଯାଇ ତାହା ଏକ ଚିକ୍କଣ ଆସ୍ତରଣ ସୃଷ୍ଟି କରିଛି, ସେ ମଧ୍ୟ ଜାଣେନା । ସୁଲୁସୁଲିଆ ପବନରେ କେତେବେଳେ ଆଖି ତା’ର ଲାଗିଯାଇଛି ତାହା ମଧ୍ୟ ଜାଣି ପାରିନି ।

 

ହଠାତ୍ ‘ମାଆ ! ଏ ମାଆ’ ଏପରି ଡାକ ଶୁଣି ସେ ଚମକି ପଡିଲା । ଉଠି ଦେଖେ ତ ଜଣେ କୌପିନୀ ଧାରୀ ସାଧୁବାବା ତାକୁ କହୁଛନ୍ତି , ମାଆ ତମେ କଣ ପାଇଁ ଏଠାରେ ଏକୁଟିଆ ବସିରହିଛ ?” ସେ ପ୍ରଥମେ ସାଧୁଙ୍କୁ କଣ କହିବ କିଛି ଭାବିପାରିଲା ନାହିଁ । କିନ୍ତୁ ପରେ ପ୍ରକୃତିସ୍ଥ ହୋଇ ଗୋଟି ଗୋଟି କରି ସମସ୍ତ କଥା ସାଧୁଙ୍କୁ ଜଣେଇଲା । ସାଧୁ ସ୍ମିତ ହସଟିଏ ହସିଦେଲେ । ତାଙ୍କ ଅଧା ଛିଣ୍ଡା ମୁଣାରୁ ଫଳଟିଏ ବାହାର କରି ତାକୁ ଖାଇବାକୁ ଦେଲେ ଏବଂ କହିଲେ, “ତୁ ଯାଆ ମାଆ, ତୋ ମନସ୍କାମନା ପୂର୍ଣ୍ଣ ହେବ । ତୁ ଶୀଘ୍ର ପୁତ୍ର ସନ୍ତାନର ଜନନୀ ହେବୁ ।” ବଡବୋହୂ ସୁଜାତା ସାଧୁଙ୍କୁ ପ୍ରଣାମ କରି ବାଟଧରି ଘରକୁ ଲେଉଟି ଆସିଲା ।

 

ସେଥି ମଧ୍ୟରୁ କେତେଟା ମାସ ବିତି ଯାଇଛି । ଆଜି ବଡବୋହୂ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଇ ପୂର୍ବ ପରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତେ, ଡାକ୍ତର ବାବୁ କହନ୍ତି କି- ଆପଣ ଏବେ ତିନିମାସ ଶିଶୁ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି ଆଜ୍ଞା.. ଡାକ୍ତରଙ୍କ ଠାରୁ ଏପରି ଏକ ଖୁସିର କଥା ଶୁଣି ସଙ୍ଗେ ସଙ୍ଗେ ପତି ପତ୍ନୀ ଦୁହିଁଙ୍କ ଓଠରେ ହସ ଖେଳିଗଲା ଏବଂ ଦୁହେଁ ମିଶି ଆନନ୍ଦ ଉଲ୍ଲାସରେ ଘରକୁ ଫେରି ଖୁସିର ଖବରଟି ଦେଇଥିଲେ….। ଏ କଥା ଶାଶୁ ବୁଢ଼ୀ ଶୁଣିବା କ୍ଷଣି ବଡବୋହୂ ସୁଜାତାକୁ କୁଣ୍ଢେଇ ଧରି ଖୁସିରେ ଫାଟି ପଡ଼ିଲେ ଏବଂ ସେତେବେଳେ ତାହାର ଆନନ୍ଦର କଥା କହିଲେ ନ ସରେ….।

 

ଲକ୍ଷ୍ମୀପ୍ରିୟା ସେଠୀ

ଦେଉଳି,ଯାଜପୁର

Loading

Leave a Reply

Your email address will not be published. Required fields are marked *