ହେମ ହରିଣୀ
ପ୍ରସନ୍ନ କୁମାର ମେହେର
କେଉଁ ଶିଳ୍ପୀ ହସ୍ତେ ଗଢ଼ଣ ହୋଇଛ
ସୁନ୍ଦରୀ ହେମହରିଣୀ
ଗୋରା ଚାହାଣୀ କୁ ନିରେଖି ଚାହିଁଲେ
ମନଲାଖି ଯିବ କ୍ଷଣି ।।
ବିଧାତା ର ଖେଳ କେଡ଼େ ମନୋହର
କୋଟିଏ ରେ ଗୋଟି ହୀରା
ନିଶା କାଳେ ସତେ ମେଘମାଳେ ତୁମ୍ଭେ
ଝଟକିବ ଜହ୍ନ ତାରା ।।
କେଉଁ ରାଇଜରୁ ଆସିଛ ହେ ଗୋରୀ
ଘନକେଶୀ ଲମ୍ବା ବେଣୀ
ଭ୍ରମର କି ସତେ ତଳି ପଡ଼ିଯିବ
ମୁକ୍ତ କୁଞ୍ଜ କଳା ଠାଣୀ ।।
ଗୋଲାପୀ ଅଧରେ ଗୋଲାପୀ ଚାହାଣୀ
ଗୋଲାପୀ ଚିବୁକ ଆଭା
ସୁବର୍ଣ୍ଣର ଛିଟା ପରିପାଟୀ ଚିତା
ଦ୍ୱିଗୁଣିତ କରେ ଶୋଭା ।।
ଅର୍ଦ୍ଧ ଚନ୍ଦ୍ର ତୁମ କପାଳ ଭ୍ରୁଲତା
ନୀଳନୟନୀ ତରୁଣୀ
ତୀଖ ନାସାଶିଖ ସୂଚାଏ ସୁମୁଖ
ହେ ଯୁବା ବାଙ୍କଚାହାଣୀ ।।
ମଲ୍ଲୀ ଫୁଲ ହସ କଥା କୁହା ହାସ
ମନ କଥା ଦିଅ ଖୋଲି
ଅନ୍ତରର କଥା ତୁଟିଯିବ ବ୍ୟଥା
ହୃଦୟର କୋହ ଭୁଲି ।।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର