*ଦୁହିତା*
ସିନ୍ଦୂର ଦିଅଇ ନୂତନ ଠିକଣା
ଆପଣାକୁ କରି ପର
ବାପା ଭାଇ ସବୁ ପର ହୋଇଥାନ୍ତି
ଝିଅ ଗଲେ ଶାଶୁ ଘର ।।
ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା
ସହି ହୁଏ ଦହଗଞ୍ଜ
ସଭିଙ୍କ ମନକୁ ଖୁସି କରିବାକୁ
ବିତେ ସକାଳରୁ ସଞ୍ଜ ।।
ବୁଝନ୍ତିନି କେହି ତା ହୃଦ ଯନ୍ତ୍ରଣା
ଦେଖନ୍ତିନି ଝିଅ କାନ୍ଦେ
ଆଖିର ଲୁହ କୁ ଓଠେ ଚାପିଦିଏ
ହସି କଥା କୁହେ ପଦେ ।।
ତଥାପି ତା ପାଇଁ ଦୁଇଟି ଦୁନିଆ
ଜନମ ଠାରୁ ମରଣ
ସବୁ ଦୁଃଖ ପରେ ଦୁହିତା ବୋଲାଇ
ମନରୁ ଭୁଲେ କଷଣ ।।
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡ଼ମ୍ବା, କଟକ
ଚମତ୍କାର.. ଭଗବାନ ମଙ୍ଗଳ କରନ୍ତୁ.. ସଫଳତା ତୁମ ଚରଣସ୍ପର୍ଶୀ ହଉ ❤❤.
କବିତାଟି ସତରେ ମର୍ମସ୍ପର୍ଶୀ
କବିତାରେ ନାରୀର ବେଦନାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି
ସୁନ୍ଦର କଣ୍ଠ ସହ ଆବୃତ୍ତି ଶୈଳୀ ବି ଆହୁରି ସୁନ୍ଦର
ଧନ୍ୟବାଦ
Good
Tq mam
Tq
ସତରେ ଦୁହିତା ଦୁଇ କୁଳ ପାଇଁ ଜନ୍ମ ହୋଇଛି…..
ଖୁବ୍ ସୁନ୍ଦର ଉପସ୍ଥାପନା ଭଉଣୀ♥️
ଧନ୍ୟବାଦ ଭଉଣୀ ❤️