ହଜିବାକୁ ଚାହେଁ
ହଜି ବାକୁ ଚାହେଁ
ସମୟ ସାଥିରେ
ଲୁଚିବାକୁ ଚାହେଁ
ଅତୀତ ପୃଷ୍ଠାରେ
କଲମ ଲୁହରେ
ଭିଜି ଯିବି କାଗଜ ଉପରେ
ଅଲୋଡ଼ା ଶବ୍ଦ ହୋଇ ରହିଯିବି
ଅତୀତର ଗଦା ଗଦା ଫର୍ଦ୍ଦ ଭିତରେ
ଖୋଜିଲେ ବି ପାଇବନି ଭବିଷ୍ୟତ ସେ ଅତୀତକୁ
ହଜି ବାକୁ ଚାହେଁ
ବାଦାମୀ ରଙ୍ଗର ପୁରୁଣା ବହିର
ଅଲୋଡ଼ା ଫର୍ଦ୍ଦ ଭିତରେ
ମେଞ୍ଚେ ମେଞ୍ଚେ ଧୂଳି ଭିତରେ
ଅସ୍ପଷ୍ଟ ଶବ୍ଦ ପରି
ଆଉ କିଛି ଶବ୍ଦ ଯନ୍ତ୍ରଣା ନିଆଁରେ
ଜଳି ଯାଇଥିବେ
କଳା ଟିପି ଟିପି ସ୍ୟାହି ଛିଟା ପରି
ଦିଶୁ ଥିବି ମୁଁ ସେ ଫର୍ଦ୍ଦରେ
ହଜି ବାକୁ ଚାହେଁ
ଅଦରକାରୀ ହୋଇ ଅତୀତ ପୃଷ୍ଠାରେ
ଜଗମୋହନ ପ୍ରଧାନ
ଯାଜପୁର