ହେ ଇତିହାସ
ତୁମକୁ ମୋ ଶହେ ସଲାମ
ଇତିହାସ ତୁମେ ଏହି ଧରା ଧାମେ
ଘେନ ମୋ ସଲାମ ଶ୍ରଦ୍ଧା ସୁମନେ,
ଶତ ସଲାମର ଯୋଗ୍ୟ ଗ୍ରନ୍ଥସାର
ଝୁରେ ବିଶ୍ୱ ତୁମ ସ୍ମୃତି ଚାରଣେ!
ବିଶ୍ୱ ପ୍ରୀତି ତୁମ ଅତୁଲ୍ୟ ଉତ୍ତମ
ସାଇତା ସ୍ମୃତିର ବିଜ୍ଞ ବିଜ୍ଞାନ,
ପ୍ରାଚୀନ ସଂସ୍କୃତି ଯୁଗ ଜ୍ଞାନ ଜ୍ୟୋତି
ସ୍ଥିତି ଗତି ବୃତ୍ତି ସୃଷ୍ଟି ସନ୍ଧାନ,
ମାନବର ଶକ୍ତି ସମୃଦ୍ଧି ବିସ୍ତୃତି
ସାଇତିଛ ଶୁଦ୍ଧ ପ୍ରାଜ୍ଞ ପ୍ରମାଣେ,
ଇତିହାସ ତୁମେ ଏହି ଧରା ଧାମେ
ଘେନ ମୋ ସଲାମ ଶ୍ରଦ୍ଧା ସୁମନେ!
ପ୍ରକୃତି ବାରତା ଅଙ୍ଗେ ଲିଭା କଥା
ସାଉଁଟି ଆଣିଛ ପ୍ରାଚୀନ କାଳୁ,
ଚରାଚର ଜୀବ ଚଳାଚଳ ଭାବ
ଜୀବନ ଜୀବିକା ଜନମ ବେଳୁ।
ରଣ ରୋଗ ସ୍ମୃତି ପ୍ରକୃତି ବିକୃତି
ନର କୃତି କୀର୍ତ୍ତି ସୃଷ୍ଟି ସଂସ୍କୃତି,
ଅଙ୍ଗେ ଲିପିବଦ୍ଧ କରିଛ ଆବଦ୍ଧ
ବିତରିଛ ବିଶ୍ୱ ବିଜ୍ଞାନ ଜ୍ୟୋତି,
ତୁମେ ହିଁ ମହାନ ବିଶ୍ୱ ମହା ଜ୍ଞାନ
ସୃଷ୍ଟି ସ୍ଥିତି ଗତି ଲୟ ସନ୍ଧାନେ
ଶତ ସଲାମର ଯୋଗ୍ୟ ଗ୍ରନ୍ଥସାର
ଝୁରେ ବିଶ୍ୱ ତୁମ ସ୍ମୃତି ଚାରଣେ!
ଇତିହାସ ତୁମେ ଶାଶ୍ୱତ ସନ୍ଧାନେ
ସାଇତି ରଖିଛ ସାଉଁଟା କଥା,
ବିଶ୍ୱ ହିତେ ତୁମ ମହାନତା ପଣ
କୋଟି ଜନତାର ନୁଆଁଏ ମଥା!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,