କି ଖରା ତାତି

ବୈଶାଖ ମାସରୁ କି ନିଧଘର ତାତି
ଆସିଗଲା ଟାଣ ଖରା,
ଖରା ତେଜରେ ତ ତାତି ଯାଏ ପରା
ଏ ବାଲି ମାଟି ଧାରା ।
ଏହି ଖରାଦିନେ ଝାଞ୍ଜି ଖରାବେଳେ
ବୁଲିବା ନାହିଁ ବାହାରେ,
ସାବଧାନ ହୋଇ ଘରେ ରହିଲେ ଅଂଶୁଘାତ
ହୋଇବ ନାହିଁରେ ।
ପୋଖରୀ ଗାଡିଆ ନଦୀ ନାଳ ଯେତେ
ଜଳ ଶୂନ୍ୟ ହୋଇଯାଏ,
ପରିଶ୍ରମ କମ୍ ରେ ଧଇଁସଇଁ ଲାଗେ ପାଣି
ପିଇବାକୁ ମନ ଖାଲି ଚାହେଁ ।
କାଳ ବୈଶାଖୀ ଚାହିଁ ରହିଥାଏ ସମୟ
ମିଳିଲେ ବରଷି ଯାଏ,
ଜଳ ଟିକେ ପାଇଲେ ଏ ସାରା ଜଗତ
ଆନନ୍ଦ ହୋଇଯାଏ ।

ସମ୍ବିତ ଦାଶ,ପଲ୍ଲୀକଣ୍ଟା, ଏରସମା,ଜଗତସିଂହପୁର

 73 total views,  2 views today

Leave a Reply

Your email address will not be published. Required fields are marked *