ଧର୍ମରାଜ
ନିତି,ପ୍ରତି ଆସଉଇଁ ପୂର୍ବଦିଗେ
ଧରମ ପାଳନ କରି,
ପୃଥିବୀ ଲୋକକୁ ଆଲୋକିତ କରି
ଦିନଶେଷେ ଯାଅଫେରି l
ପୁରାଣରେ ତୁମେ ରବି ନାରାୟଣ
ଧର୍ମରାଜ ଦିବାକର,
ବିଜ୍ଞାନ କହୁଛି ତୁମକୁ ନକ୍ଷତ୍ର
ଆକାଶରେ ତୁମ ଘର l
ଯିଏଯେଉଁ ଭାବେ ତୁମକୁ ଭାବିଛି
ତୁମର କି ଯାଏ ଆସେ
ତୁମ କର୍ତ୍ତବ୍ୟରେ ତୁମେ ଧାବମାନ
ବନ୍ଧାତୁମେ କର୍ମପାଶେ l
ଅନେକ ଆସନ୍ତି ଅନେକ ଯାଆନ୍ତି
ଅନିତ୍ୟ ସଂସାର ଏହି,
ତୁମେ ହିଁ ରହିଛ ସୃଷ୍ଟି ଆରମ୍ଭରୁ
ଅବକ୍ଷୟ ଯାର ନାହିଁ l
ସେଥିପାଇଁ ତୁମେସତ୍ୟ ଆଉନିତ୍ୟ
ପୁଣ୍ୟ ଆଲୋକର ଆଭା,
ରାତି ସରିଗଲେ ସକାଳ ଆସିଲେ
ତୁମେ ହୋଇଯାଅ ଉଭା l
ନାହିଁ ତୁମପାଖେ ବଡ଼ଅବା ସାନ
ଉଚ୍ଚନୀଚ୍ଚ ଭାବନାହିଁ,
ସମ ଭାବାପନ୍ନ ଦୃଷ୍ଟିରେ ତୁମର
ସମାନ ହିଁ ରହିଥାଇ l
ଜଗତବାସୀଙ୍କୁ ଶିକ୍ଷା ଦେଇଯାଅ
କର୍ମ ତତ୍ପରତା ହୁଅ,
ଯେତେ ପ୍ରତିକୂଳ ପରିସ୍ଥିତି ଆସୁ
ନିଜଧର୍ମେ ନିଜେଥାଅ l
ଅଛିବୋଲି ଏଠି ଅନ୍ଧକାର ସିନା
ଆଲୋକ ଆସଇ ଚାଲି,
ଆଜି ଦୁଃଖଥିଲେ ଆସିବ ନିଶ୍ଚୟ
ସୁଖ ଟି ଆସନ୍ତା କାଲି l
ଜ୍ଞାନର ଆଲୋକେ ଆଲୋକିତ ହେବ
ତମସା ଆଚ୍ଛନ୍ନ ଧରା,
ଆଜି ଅନ୍ଧକାର କାଲି ହଟିଯିବ
ଏହାହିଁ ସୃଷ୍ଟିର ଧାରା
ସୁଜାତା ରାଉତ,
ଓରାସାହି, ଚାନ୍ଦବାଲି ,
ଭଦ୍ରକ