ଦୀନବନ୍ଧ
ଜଗତର ବନ୍ଧୁ ଆହେ ଦୀନବନ୍ଧୁ
ଶ୍ରୀ ଛାମୁରେ ଏ ମାଗୁଣୀ
ସଦା ରହୁ ମନ ଶ୍ରୀ ରଙ୍ଗା ଚରଣେ
ନାମ ସଦା ହୁଏ ଗୁଣି।
ଦୟା ରଖି ଥାଅ ଏ ଦୀନ ଉପରେ
ଶୁଭେ ବିତୁ ସର୍ବ ଦିନ
ନିବେଦନ କରେ ଶ୍ରୀ ପୟରେ ସ୍ଵାମୀ
ପଦେ ରହୁ ସଦା ମନ।
ତୁମେ କର୍ମଦାତା ତୁମେ ମୁକ୍ତିଦାତା
ତୁମେ ହିଁ ପରମ ପିତା
ତୁମ ବିନା ଆନ ନାହିଁ କେ ଜଗତେ
ତୁମେ ହିଁ ତ ସର୍ବ ଜ୍ଞାତା।
ମାୟା ମୋହ ଏଇ ସଂସାର ପଥରେ
ଭକତ ହୃଦ ଚନ୍ଦନ
ଦୁଃଖ ଶୋକ ତାପ ହରଣ କରୁଛ
ଉଡେ ପତିତପାବନ।
ଜୀବନ ମରୁରେ ଅମୃତ ଝରାଇ
ଜୀବନକୁ ବାହିନିଅ
ଦୀନର ବାନ୍ଧବ ହେ ପ୍ରାଣ ବାନ୍ଧବ
ପଦ ତଳେ ଆଶ୍ରା ଦିଅ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।