ମୋ ବୋଉ
ମୋ ,ବୋଉ ପରି କିଏ ହେବ,
ଧରାକୁ ଆଣିଲା, ଗର୍ଭଧାରିଣୀ ସେ
ତା ଋଣ କିଏ ଶୁଝିବ ।
ମୋ, ବୋଉ ପରି କିଏ ହେବ।।o
ଏନ୍ତୁଡ଼ି ଶାଳରୁ,ବଡ଼ ହେବା ଯାଏ
ମୋ ବୋଉର ଅବଦାନ,
ମୋ ହୃଦୟୁ କେବେ,ଭୁଲି ପାରୁନାହିଁ
ଥିବି ମୁହିଁ ଯେତେ ଦିନ,
ଯୁଆଡ଼େ ଯାଏ ମୁଁ, ଘରକୁ ଆସିଲେ
ପେଟ କଥା ଵୁଝୁଥିଵ।1
ମୋ, ବୋଉ ପରି କିଏ ହେବ।
କୁଆଁ କୁଆଁ ରାବ, ଦେଲା ବେଳୁ ମୁହିଁ
ଅମୃତ କରିଛି ପାନ,
ତା କୋଳରେ ଥାଇ,ଝୁଲଣା ପରାୟେ
ଝୁଲିଛି ମୁଁ ବହୁଦିନ,
ଜ୍ୱର ରୋଗ ହେଲେ,କେତେ ସେବା ଯତ୍ନ
କହ କେ ଆଉ କରିବ।।2
ମୋ, ବୋଉ ପରି କିଏ ହେବ ।
ପିଲା ଦିନ କଥା,ଗୋଟି ଗୋଟି ହୋଇ
ମନେ ପଡୁଅଛି ମୋର,
ଛୋଟରୁ ବଡ ସେ, କରିଥିଲା ମୋତେ
ରହି କେତେ ଉଜାଗର,
ପେଟକୁ ନ ଖାଇ,ନିଜେ କଷ୍ଟ ସହି
କେତେ କଷ୍ଟ କରି ଥିବ ।।3
ମୋ, ବୋଉ ପରି କିଏ ହେବ।
ଖାଇ ନଥିଲେ ସେ,ନିଜେ ଖାଏ ନାହିଁ
ଆଗ ରଖେ ମୋର ପାଇଁ,
ଖାଦ୍ୟକୁ ନିଇତି,ରଖି ସେ ସାଇତି
ମୋ ବାଟକୁ ଥିବ ଚାହିଁ,
ନ ଖାଇଲେ ନିଜ, ହାତରେ ସେ ନିଜେ
ବସାଇ ଖୁଆଇ ଦେବ।।4
ମୋ, ବୋଉ ପରି କିଏ ହେବ।
ଜୀଅନ୍ତା ଠାକୁର, ଯଦି କେହି ଥାଏ
ଏତେ ବଡ଼ ଦୁନିଆରେ,
ବୋଉ ବାପା ଠାରୁ,ଆଉ କେ ନାହିଁ ରେ
ବଡ଼ ସଂସାର ମଧ୍ୟରେ,
ଜାଣି ନଥିଲି ମୁଁ,ଏକା କରି ମୋତେ
ମୋ ଠାରୁ ବିଦାୟ ନେଵ ।।5
ମୋ, ବୋଉ ପରି କିଏ ହେବ।
ଅଶୋକ କୁମାର ପତି, ଦହିଗାଁ
42 mouza, CTC.