ଚାଷୀ ପାଇଁ ହସେ ଧରା
କୃଷକ ଭାଇ ମୋ କୃଷକ ଭାଇ
ଖରା ବର୍ଷା ଆଉ ଶୀତ କୁ ସହି
ରକତକୁ ତୋର ଦେଉ ନିଗାଡ଼ି
ସଂସାର କୁ ଦେଉ ଦାନା ଯୋଗାଡି ।।
କ୍ଷେତରେ ହସାଉ ସୁନା ଫସଲ
ସବୁଜିମା ହୁଏ ଧରା
କୃଷକ ମହାନ୍ ଏ ମହୀ ମଧ୍ୟରେ
ହୁରି ପଡେ ପୃଥ୍ଵୀ ସାରା ।।
ପଖାଳ କଂସା ରେ ପେଟକୁ ଭରଇ
ନଥାଏ ଥାହାର ଦୁଃଖ
କର୍ମସ୍ଥଳେ ତାର ଅପାର ଆନନ୍ଦ
ମିଳିଥାଏ ସବୁ ସୁଖ ।।
ଧାନ କାଟି ଯିବ ଚଷା ଭାଇ ମୋର
କ୍ଷେତରେ ଗାଇବ ଗୀତ
ମନଫୁଲାଣିଆ ଗୀତ ଶୁଣି ତାର
ଆନନ୍ଦିତ ହେବ ଚିତ୍ତ ।।
ମୁଣ୍ଡ ଝାଳକୁ ତୁ ତୁଣ୍ଡରେ ମାରି
ଅମଳ ତୁ କରୁ ଆନନ୍ଦ ଭରି
କୃଷକ ମହାନ୍ ଦୁନିଆ ସାରା
ଚାଷୀ ପାଇଁ ହସେ ଏହି ମୋ ଧରା ।।
ପଦ୍ମାବତୀ ସ୍ଵାଇଁ, ବଡରଂପାସ , କେନ୍ଦୁଝର