କୃଷି ଆମର ଗର୍ବ
କୃଷି ଆମର ଗର୍ବ ଗୈାରବ
ତାଙ୍କ ପାଇଁ ଜୀବନ ଆମର,
କୃଷି ବିନା ଦୁନିଆ ଅସମ୍ଭବ
କୃଷି ଆମର ସେଇ ଠାକୁର।
ଦୁଃଖ କଷ୍ଟ ସହି ସେଇ ଶସ୍ୟ
ଦେଇଥାଏ ଆମକୁ ଆହାର,
ଲୋକଙ୍କ ପାଇଁ ସହ୍ୟ କରନ୍ତି
ତାଙ୍କ ପାଦେ କୋଟି ନମସ୍କାର।
ମୁଣ୍ଡର ଝାଳକୁ ହାତରେ ପୋଛି
ଆମ ପାଇଁ ସବୁ ସାମ୍ନା କରନ୍ତି,
ସେଇ ଆମ ଚାଷୀ ହିଁ, ଲୋକଙ୍କ
ମୁହରେ ହସ ଫୁଟାଇଥାନ୍ତି।
ଦୀପାଳି ମେହେର
ଖଇରପାଲି, ପଦ୍ମପୁର, ବରଗଡ଼