ଚାଷୀ
ଓଡ଼ିଶା ମାଟି ର ସେ ଗର୍ବ ଗୈାରବ
ମାନେ ନାହିଁ ବର୍ଷା ଖରା,
ତା’ରି ପାଇଁ ସଭିଏଁ ଦାନା ପାଆନ୍ତି
ଗର୍ବ କରେ ଏହି ଧରା।
ନିଜ ର ଦୁଃଖ କୁ ନଥାଏ ଖାତିରି
ଖଟୁ ଥାଏ ସିଏ ନିତି,
ସୁନା ର ଫସଲ ଅମଳ କରି ସେ
ପାଉଥାଏ ବହୁ ଶାନ୍ତି।
ପ୍ରତି ପ୍ରଭାତ ରୁ ନିତ୍ୟକର୍ମ ସାରି
ଚାଲିଯାଏ କର୍ମ ସ୍ଥଳ,
ପଖାଳ କଂସାଏ ଅଟେ ତା’ ଭୋଜନ
ଦେଇଥାଏ ତାକୁ ବଳ।
ଆଧୁନିକ ଯୁଗରେ ଅନେକ ଯନ୍ତ୍ର
ବାହାରିଛି ଚାଷ ପାଇଁ,
କମ୍ ସମୟରେ ଅନେକ ଫସଲ
ଖେଳେଇବ ଚାଷୀ ଭାଇ।
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର