-:ମଉଳା ଫୁଲର ବାସ୍ନା:-
ସନ୍ତୋଷ କୁମାର ଅଟୀ
**************************
ଫୁଲଟିଏ ହୋଇ ଫୁଟିଥିଲ ତୁମେ
ଅମାପ ବାସ୍ନା ନେଇ,
କେତେକ୍ଷଣ ରହି ସହଳ ଫେରିଲ
ଗଲ ସ୍ମୃତି ଛାଡି ଦେଇ ।।
ଫୁଟିଲା ବେଳର ଗହଳ ଚହଳ
କା ଆଖି କଲ ଚକିତ,
ମନ ଗହନରେ ଅବିର ବୋଳିଲ
ଇନ୍ଦ୍ରଧନୁ ଭ୍ରମ ଜାତ ।।
କିଏ କାହାପାଇଁ କାହିଁକି ବା ଦେବ
ଆଶାର ମନ୍ଦ ଅମୃତ,
ତୁମେ ବ୍ୟତିକ୍ରମ କୋଟିକୋଟି ମଧ୍ୟେ
ଗାଇଲ ସ୍ୱଚ୍ଛ ସଙ୍ଗୀତ ।।
ଯା ଆଖିରେ ଥିଲା ଛଳନାର ପୁଟ
ରୂପ କଲା ସବୁ ଲୀନ,
ପଲକରେ ଦେଲ ବଇରୀ ବୁକୁରେ
ଅନୁରାଗ ଶିହରଣ ।।
ଏଇଠି ଅନ୍ଧାର ଏଇଠି ଆଲୋକ
ଅଛି ଜଞ୍ଜାଳ ଜୀବନେ,
ହେଉ କିଛି ସମ ସମର୍ପଣ ଗାନ
ଜନ ସମାଜ କଲ୍ୟାଣେ ।।
କିଏ ନେଇଛି ଯେ ବାହାସ୍ପୋଟ ମାରେ
ଏ ଜାତିକୁ କରି ହୀନ,
ରହିଛି ରହିବ ତୁମରି ଆଦର୍ଶ
ପ୍ରତି ହୃଦକନ୍ଦେ ମାନ ।।
ନ ନେଇ ଦେଇଛ ନିଜର ସର୍ବସ୍ୱ
ବ୍ୟାକୁଳ ଚିତ୍ତ ପୂର୍ଣ୍ଣ,
ସୁନା ନେଇନେଇ ବେଙ୍ଗି ପିତଳକୁ
କି ଲାଭ କରି ଦାନ ।।
ଫୁଟିଲ ବୁଣିଲ ମାନବିକତାର
ସତ୍ୟ ଶୀତଳତା ଜ୍ୟୋସ୍ନା,
ପ୍ରତି ପ୍ରାଣେ ପ୍ରାଣେ ଏବେ ମହକିତ
ମଉଳା ଫୁଲର ବାସ୍ନା ।।
(ବିଦ୍ର:-ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ସ୍ମୃତିରେ )
ସନ୍ତୋଷ କୁମାର ଅଟୀ
Thanks-a-mundo for the blog.Much thanks again. Really Cool.
Very good information. Lucky me I came across your blogby chance (stumbleupon). I have bookmarked it for later!
Aw, this was a very nice post. In thought I wish to put in writing like this moreover – taking time and precise effort to make a very good article… however what can I say… I procrastinate alot and by no means seem to get something done.
Hello i am kavin, its my first occasion tocommenting anyplace, when i read this post i thought i could also make comment due tothis good paragraph.
Good information. Lucky me I ran across your blog by accident (stumbleupon). I have book marked it for later!
You made some decent points there. I looked on the internet for the subject and found most people will approve with your blog.
Thanks suitable for sharing this type of pleasant idea, article is good, thats why I’ve read through it absolutely