February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ସାହିତ୍ୟ ଜଗତରେ ନାରୀ ର ସ୍ଥାନ – ପବିତ୍ର ବେହେରା*

ସାହିତ୍ୟ ଜଗତରେ ନାରୀ ର ସ୍ଥାନ

ପବିତ୍ର ବେହେରା

 

ବିସୃଷ୍ଟୋ ସୃଷ୍ଟି ରୂପା ତ୍ଵଂ ସ୍ଥିତି ରୂପା ବିଚ୍ ପାଳନେ,
ତଥା ସଂହୃତି ରୂପାନ୍ତେ ଜଗତୋତସ୍ୟ ଜଗନ୍ମୟୀ ।

ହେ ଜଗନ୍ମୟୀ ନାରୀ ! ତୁମେ ଜଗତର ସୃଷ୍ଟି ଉଦ୍ଧେଶ୍ୟରେ ରଜଗୁଣ ସଂପନ୍ନା ସୃଷ୍ଟିରୂପା, ପାଳନ ଉଦ୍ଦେଶ୍ୟରେ ସତ୍ତଗୁଣା ସଂପନ୍ନା ସ୍ଥିତିରୂପା ଏବଂ କଳ୍ପାନ୍ତ କାଳରେ ତମୋଗୁଣ ସଂପନ୍ନା, ସଂହାର ରୂପେ ତୁମେ ଅଚିନ୍ତ୍ୟ ଶକ୍ତିର ସୃଷ୍ଟି, ସ୍ଥିତି ସଂହାର ମୂଳହେତୁ। ଏହି ଉକ୍ତିଟିରେ ନାରୀ ଶକ୍ତି ର ମହିମା ଓ ଗାରିମା ପ୍ରକଟିତ ହେଉଅଛି ଠିକ୍ ଏହି ପରି ଓଡ଼ିଆ ସାହିତ୍ୟ ଜଗତରେ ନାରୀ ର ସ୍ଥାନ ସ୍ଵତନ୍ତ୍ର।

ରବିନ୍ଦ୍ରନାଥ ଠାକୁରଙ୍କ ମତରେ ନାରୀ ହେଉଛନ୍ତି- ”ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା” କାରଣ ନାରୀ କୁ ସହଜରେ ବୁଝି ହୁଏ ନାହିଁ। ନାରୀ ମନର କଥା, ନାରୀ ମନର ବ୍ୟଥା , ନାରୀ ର ଚେତନା ବୁଝିବା ଏତେ ସହଜ ନୁହେଁ।

ଭାରତୀୟ ସଂସ୍କୃତି ଓ ସମାଜ ନିୟମ ଅନୁସାରେ ପ୍ରାକବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ନାରୀ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଆସୁଛି। ଠିକ୍ ଏହିପରି ଓଡ଼ିଆ ସାହିତ୍ୟ ଜଗତରେ ନାରୀ ସ୍ଥାନ ପର୍ଯ୍ୟବେକ୍ଷିତ ହୋଇ ଆସୁଅଛି।

ଚର୍ଯ୍ୟା ସାହିତ୍ୟ ରେ ନାରୀର ସ୍ଥାନ – ଚର୍ଯ୍ୟା ସାହିତ୍ୟ କହିଲେ ଆମ ମନରେ ନାରୀ ପ୍ରତି ଗୋଟିଏ ଭାବନା ଆସେ ନାରୀକୁ କେବଳ ଭୋଗ କରିବା କିନ୍ତୁ ତାହା ଏକ ବାହ୍ୟ ରୂପ କେବଳ ଏହା ପ୍ରକୃତରେ ନାରୀ କୁ ଦେବୀ ସହିତ ତୁଳନା କରି ସମ୍ମାନ ଦେଇଆସିଛି। ଏହା ଚର୍ଯ୍ୟାସାହିତ୍ୟରେ ଲୋକାୟତ ଭାବରେ ଅଛି କାରଣ ଚର୍ଯ୍ୟା ସାହିତ୍ୟରେ ନାରୀକୁ ଡମ୍ଭୀ,ଚାଣ୍ଡାଳି,ସବରୀ,ଶୁଣ୍ଢିଆଣି ଏପରି ଶବ୍ଦରେ ଜଣାଯାଏ କିନ୍ତୁ ପ୍ରକୃତରେ ନାରୀ କୁ ମୁଦ୍ରା ( ଭଗବାନ ପ୍ରାପ୍ତି ର ସାଧନା) ଭାବରେ ପରିଗଣିତ କରାଯାଉଥିଲା। ଏହାର କାରଣ ଯେଉଁ କଥା ଆମେ ସୃଷ୍ଟି ତତ୍ତ୍ଵରେ ଦେଖୁଛୁ ପରମେଶ୍ବର ଓ ପରମେଶ୍ବରୀ ଏବଂ ଶିବ ଓ ଶକ୍ତି ର ମିଳନରେ ଜଗତ ସୃଷ୍ଟି ହୋଇଛି। ସେହିପରି ଚର୍ଯ୍ୟା ସାହିତ୍ୟ ରେ ଏକ ପରିକଳ୍ପନା ହୁଏ ତାହା ହେଉଛି ଶୂନ୍ୟ ଓ କରୁଣା । ତୋ କରୁଣା ନାରୀ ବିନା ସାଧନା ହୋଇପାରେ ନାହିଁ। ତୋ କରୁଣା ଏଠାରେ ଡମ୍ଭୀ,ଚାଣ୍ଡାଳି,ସବରୀ,ଶୁଣ୍ଢିଆଣି ରୂପରେ ସାଧାନା ର ମୁଦ୍ରା ରୂପରେ ସହାୟକ ହୁଏ। ଚର୍ଯ୍ୟା ସାହିତ୍ୟ ନାରୀ କୁ କରୁଣା ବା ଦେବୀ ରୂପରେ ଚର୍ଯ୍ୟା ସିଦ୍ଧମାନେ ଗ୍ରହଣ କରୁଥିଲେ।
ସିଦ୍ଧମାନଙ୍କ ମତରେ ଡମ୍ଭୀ ଶବ୍ଦର ପ୍ରକୃତ ମାର୍ମିକ ଅର୍ଥ ହେଉଛି-“”ପରି ସୁଦ୍ଧା ବଧୂତି ନଇରାତ୍ମା “”” ଏବଂ ଚାଣ୍ଡାଳୀ ଶବ୍ଦର ଅର୍ଥ ହେଉଛି-“”ପ୍ରକୃତି ପ୍ରଭାସ ର ସ୍ଵରୂପୁନି, ନିର୍ମାଣ କାର୍ଯ୍ୟ ର ଆଦି ଶକ୍ତି ରୂପରେ ବର୍ଣ୍ଣିତ ତେଣୁ ନାରୀ କି ଏଠାରେ ଦେବୀ ସହିତ ତୁଳନା କରାଯାଇଛି।

ସାରଳା ଯୁଗରେ ନାରୀର ଭୂମିକା- ସାରଳା ଯୁଗରେ ନାରୀର ଭୂମିକା ଅତ୍ୟନ୍ତ ନିମ୍ନ ଧରଣର ରୂପେ ଗ୍ରହଣ କରାଯାଇଛି। କାରଣ ସାରଳା ଦାସ ନିଜେ ଶାକ୍ତ ଶକ୍ତି ଉପାସକ ହୋଇ ମଧ୍ୟ ଦୁର୍ଗାଦେବୀ ନିଜ ର ଶକ୍ତି ବଳରେ ଅସୁର କୁ ମାରୁଛନ୍ତି ବୋଲି କେଉଁଠି ମଧ୍ୟ ବର୍ଣ୍ଣନା କରିନାହାନ୍ତି କିନ୍ତୁ ଗୋଟିଏ କଥା କହିଛନ୍ତି ତାହା କଷ୍ଟ ଲାଗିଲେ ମଧ୍ୟ ନିରାଟ ସତ କଥା। ଆଦି ସାରଳା ଦାସଙ୍କ ଚଣ୍ଡୀ ପୁରାଣ ଏବଂ ବିଳଙ୍କା ରାମାୟଣ ରେ ସୂଚନା ମିଳୁଛି ଯେ ! ଯେତେବେଳେ ଦୁର୍ଗା ଅସୁରକୁ ମାରୁଛନ୍ତି ସେତେବେଳେ ମାତା ଦୁର୍ଗା ନିବର୍ସ୍ତ୍ର ଏବଂ ବିଭିସନା ହୋଇଛନ୍ତି ଏବଂ ସେ ବିଭିସନା ରୂପକୁ ଦେଖି ରାକ୍ଷସ ହୀନ ବିର୍ଯ୍ୟା ହୋଇଛନ୍ତି ଏହି ର୍ଦୁବଳ ମୂହୁର୍ତ୍ତ ର ସୁଯୋଗ ନେଇ ମାତା ଦୁର୍ଗା ରାକ୍ଷସ ର ବଧ କରିଛନ୍ତି। କିନ୍ତୁ ଏହା ସଂସ୍କୃତ ର ଅଦ୍ଭୁତ ରାମାୟଣ ରୁ ଆଣିତ ବିଲଙ୍କା ରାମାୟଣ ରଚିତ ନଥିବା ବେଳେ ଏହା ବିଲଙ୍କା ରାମାୟଣ ରେ ରଚିତ ଅଛି। ଏଥିରୁ ପ୍ରମାଣିତ ହେଉଛି ସାରଳା ଯୁଗରେ ନାରୀର ସ୍ଥାନ ଅତି ନିମ୍ନମାନର ଥିଲା।
ଅନ୍ୟ ରୂପରେ ଜଣାଯାଏ । ସାରଳା ଯୁଗ ପୂର୍ବରୁ ବୋଦ୍ଧ ଧର୍ମରେ ତାନ୍ତ୍ରିକମାନେ ନାରୀକୁ ଭୈରବୀ ରୂପରେ ଗ୍ରହଣ କରୁଥିବା ବେଳେ ସମାଜ ଏହାକୁ ବୈଭଚାରୀକା ରୂପେ ଗ୍ରହଣ କରୁଥିଲେ।
ଆଦି କବି ସାରଳା ଦାସଙ୍କ ମହାଭାରତ ରେ ଗୟାରେ ଦଶରଥଙ୍କ ପିଣ୍ଡ ଦେବା କଥା ବର୍ଣ୍ଣନା କରାଯାଇଛି। ସେତେବେଳେ ସୀତା ବ୍ରାହ୍ମଣମାନଙ୍କୁ ସାଖି ରୂପକ ରଖିଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ବ୍ରାହ୍ମଣମାନେ ପ୍ରଭୁ ରାମଚନ୍ଦ୍ରଙ୍କୁ “”ନାରୀ କଥା କୁ ବିଶ୍ଵାସ କରିବ ନାହିଁ””। ମାତା ବାରମ୍ବାର କହିବା ସତ୍ୱେ ମଧ୍ୟ ଯେ ମୁଁ ବାଲି ପିଣ୍ଡ ଦେଇଛି ଏବଂ ସ୍ଵୟଂ ପିତା ଦଶରଥ ଆସି ପିଣ୍ଡ ଗ୍ରହଣ କରିଛନ୍ତି ‌। ପ୍ରଭୁ ରାମଚନ୍ଦ୍ର ବ୍ରାହ୍ମଣମାନଙ୍କ କଥା ଶୁଣି ସୀତା ମାତାଙ୍କୁ ବିଶ୍ଵାସ କରୁ ନାହାନ୍ତି। ନାରୀ ଙ୍କୁ ବିଶ୍ଵାସ ନ କରିବା ପାଇଁ ସାରଳା ଯୁଗ ସମୟରେ ପ୍ରଚଳିତ ଥିଲା।
ଠିକ୍ ଏହିପରି ଆମେ ସାରଳା ମହାଭାରତ ଶାନ୍ତି ପର୍ବରେ ମଧ୍ୟ ଦେଖିବାକୁ ପାଉଛେ। ଯେଉଁ ଶାନ୍ତି ପର୍ବରେ ତତ୍କାଳୀନ ସାମାଜିକ ପ୍ରତିଛବି ବହୁତ ମାତ୍ରାରେ ପାଇବା । ସେହି ସମୟରେ ରାଜନୈତିକ କେଉଁ ପ୍ରକାର ଚାଲିଥିଲା ଏବଂ ଅନୁଶାସନ ପାଇଁ କେଉଁ ନିୟମ ପାଳନ କରାଯାଉଥିଲା ତାହା ବର୍ଣ୍ଣନା କରାଯାଇଛି କିନ୍ତୁ ସବୁ ଭଲ କଥା ଭିତରେ ସେ ଗୋଟିଏ କଥା ଲେଖିଛନ୍ତି ଯେ ଭୀଷ୍ମ ଯୁଧିଷ୍ଠିର ଙ୍କୁ ପରାମର୍ଶ ଦେଉଛନ୍ତି। ନାରୀକୁ କଦାପି ବିଶ୍ଵାସ କରିବୁ ନାହିଁ।
ତୋ ଆମେ ଏହିଟି ଦେଖିବାକୁ ପାଇଛୁ ଯେଉଁ କଥା ଉଚିତ କଥା ନୁହେଁ ତାହା ଆଦି କବି ନାରୀ ପ୍ରତି ବର୍ଣ୍ଣନା କରିଛନ୍ତି।
କାରଣ ସେ ସମୟରେ ନାରୀ ବିଶ୍ଵାସ ପାତ୍ରୀ ନଥିଲେ। ତେଣୁ ନାରୀ କୁ ସେ ସମୟରେ ଏଭଲି ରୂପରେ ଦେଖା ଯାଉଥିଲା। ଏବଂ ଆଦି କବି ସାରଳା ଦାସ ନାରୀକୁ ଏକ କଳହ ନାରୀ ରୂପେ ଗ୍ରହଣ କରୁଥିଲେ। କାରଣ ଥରେ ଲକ୍ଷ୍ମୀ ଏବଂ ପାର୍ବତୀ କଳହ ଇର୍ଷା ବତୀ କଳହ ହୋଇ କରିବା ଆଳରେ ଲକ୍ଷ୍ମୀ ପାର୍ବତୀ ଙ୍କୁ କହୁଛନ୍ତି। ସାରଳା ଦାସଙ୍କ ମତରେ “”ଲକ୍ଷ୍ମୀ ବୋଇଲେ ଗୋ ଦେବୀ ଶୁଣ ଏକ ଚିତି ଭିକ୍ଷାସି ଯିବାର ଦେଖିଲ କି ପଥେ”” ଯେହେତୁ ପାର୍ବତୀ ଦେବୀଙ୍କ ପତି ସାକ୍ଷାତ ମହାଦେବ ଭିକ୍ଷା ବୃତ୍ତି କରନ୍ତି ତେଣୁ ତାଙ୍କୁ ଆକ୍ଷେପ କରି ଲକ୍ଷ୍ମୀ ମାତା କହିଛନ୍ତି। ପାର୍ବତୀ ଦେବୀ ମଧ୍ୟ ଛାଡିବା ଲୋକ ନୁହେଁ ନିଜ ସ୍ଵାମୀଙ୍କ ଅପମାନ ସହ୍ୟ ନ କରି ସେ କହୁଛନ୍ତି- “”ଭିକ୍ଷାସି ସିନା ଜାଣନ୍ତି ଭିକ୍ଷାସି ର କଥା ବଳି କି ଯେ ମାଗୁଅଛି ଭିକ୍ଷା ବଳେ ଟେକି ଅଛି ମଥା””
ପାର୍ବତୀ ମାତା କହୁଛନ୍ତି ଭିକ୍ଷାରି କି ଯାଇ ଭିକ୍ଷାରି କଥା ପଚାର ଯେ ବଳି ରାଜା କୁ ଯାଇ ମାଗୁଥିଲା ବିକ୍ଷା। ତେଣୁ ସାଙ୍ଗେ ସାଙ୍ଗେ ପାର୍ବତୀ ଭଗବାନ ବିଷ୍ଣୁଙ୍କୁ ଭିକାରୀ ବୋଲି ପ୍ରମାଣିତ କରିଛନ୍ତି। ଏହି ପରି ଦୁଇ ଭଉଣୀ ମଧ୍ୟରେ କଳହ ସୃଷ୍ଟି ହେଉଥିଲା। ଏଠାରେ ନାରୀ ଲକ୍ଷ୍ମୀ ଓ ପାର୍ବତୀ ପରସ୍ପର ସ୍ଵାମୀ କୁ ନିଚ ଦେଖାଇବା ଏବଂ ତାଙ୍କୁ ଛୋଟ ବୋଲି ପ୍ରମାଣିତ କରିବା ସେମାନଙ୍କ ମୂଲ ଲକ୍ଷ୍ୟ ଥିଲା। ସେହି ସମୟରେ ନାରୀମାନଙ୍କ ସ୍ଥାନ ଭଲ ନଥିଲା।

ପଞ୍ଚସଖା ଯୁଗରେ ନାରୀର ସ୍ଥାନ- ଏହିଠାରେ ମଧ୍ୟ ସେହି ସମ୍ମାନ କଥା। ପଞ୍ଚସଖା ଯୁଗର କବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରଚିତ ସୀତାଙ୍କୁ ବିର୍ସଜନ କରିବା କଥା। ସେହି ସମୟରେ ପ୍ରଭୂ ରାମଚନ୍ଦ୍ର ମାତା ସୀତାଙ୍କୁ ତ୍ୟାଗ କରୁଛନ୍ତି। ସେହି ଶୋକାକୁଳ ପରିବେଶ ରେ ଲକ୍ଷ୍ମଣ ପ୍ରଭୁ ରାମଚନ୍ଦ୍ରଙ୍କୁ ଯାହା ସାନ୍ତ୍ଵନା ଦେବାକୁ ଯାଇ ଦାଣ୍ଡି ରାମାୟଣ ରେ ବଳରାମ ଦାସ ଯାହା କହୁଛନ୍ତି ତାହା ଏକ ନିନ୍ଦନୀୟ କଥା। ତାହା ମାନେ ସେ ସମୟରେ ନାରୀ ର ସ୍ଥାନ ଅତି ନିମ୍ନରେ ଥିଲା। ବଳରାମ ଦାସ ନାରୀକୁ ପାଦ ର ପାଣ୍ଡୋଇ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଏବଂ ସେ ସେଠାରେ କହୁଛନ୍ତି ନାରୀ ପାଇଁ କଲୋହ ସୃଷ୍ଟି ହୁଏ। ନାରୀ ଲାଗି ପୁରୁଷ ର ନିନ୍ଦା ହୁଏ ନାରୀ ଲାଗି ପୁରୁଷ କଲଙ୍କ ହୁଏ ତେଣୁ ନାରୀ ଠାରୁ ପୁରୁଷ ଯଥେଷ୍ଟ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ। ନାରୀମାନେ କଦାପି ବିଶ୍ଵାସ ର ପାତ୍ରି ହୋଇପାରନ୍ତି ନାହିଁ ବୋଲି ବଳରାମ ଦାସ ଦାଣ୍ଡି ରାମାୟଣ ରେ ବର୍ଣ୍ଣନା କରିଛନ୍ତି। ଏବଂ ଲକ୍ଷ୍ମଣ ଦାଣ୍ଡି ରାମାୟଣ ରେ “”ନାରୀ ପ୍ରାଣର ପଇରୀ ନାରୀ ସର୍ବ ଗୁଣର ଅଧିକାରୀ””

ରୀତି ଯୁଗରେ ନାରୀର ସ୍ଥାନ- ପଦ୍ମାବତୀ ପରିଣୟରେ ରୀତି ଯୁଗୀୟ କବି ଲୋକନାଥ ବିଦ୍ୟାଧର କହିଛନ୍ତି –
“”” ପ୍ରସଙ୍ଗ ଆଗ ପଛ ହୋଇବା,
କି ଦୋଷ ନ ହେବୁ ହେତୁ କହିବା ।
କାବ୍ୟରେ ନାୟିକା ସିନା ପ୍ରସଧନ
ଯାହାକୁ ଘେନି ସବୁ ରସମାନ।
ଏ ଘେନି ଆଗ ତାର ବର୍ଣ୍ଣନା
ହେଲା କବି ପରମ୍ପରା ସିନା।””””

କବିଙ୍କ ଲେଖନି ଶୈଳୀ ରୁ ଜଣାଯାଏ। ରୀତି ଯୁଗୀୟ ସାହିତ୍ୟ ରେ ନାରୀର ସ୍ଥାନ କେତେ ଉର୍ଦ୍ଧ୍ବରେ ଥିଲା। ରୀତି ଯୁଗରେ ନାରୀ ରୂପ ବର୍ଣ୍ଣନା, ଅଙ୍ଗ ବର୍ଣ୍ଣନା, ଅଧିକ ଗୁରୁତ୍ୱ ଦିଆଯାଇଛି କିନ୍ତୁ ପ୍ରକୃତରେ ରୀତି ଯୁଗୀୟ ସାହିତ୍ୟ ନାରୀ ବ୍ଯତୀତ କିଛି ନୁହେଁ। ତେଣୁ ନାରୀ କି ଏହି ଯୁଗରେ ନାରୀ ର ସ୍ଥାନ ସର୍ବୋଛ ଭାବେ ଗ୍ରହଣ କରାଯାଇଅଛି। ଅନ୍ୟାନ ରୀତି ସାହିତ୍ୟ ପରି ଓଡିଆ ରୀତି ସାହିତ୍ୟ ରେ ନାରୀ ର ଦୁଇଟି ରୂପକୁ ଗୁରୁତ୍ୱ ଦିଆଯାଇଛି । ଗୋଟିଏ ହେଲା ସ୍ତ୍ରୀ ଅନ୍ୟଟି ପ୍ରେମିକା। ଏହି ବ୍ଯତୀତ ନାରୀ ଏଠାେର ଜନନୀ ଓ ଭଗ୍ନୀ ରୂପରେ ପାଠକ ର ଭଲପାଇବା ଲାଭ କରିଛି।
ଆଲୋଚକ ଜୟକୃଷ୍ଣ ଙ୍କ ମତରେ ନାରୀ ହେଉଛି କାବ୍ୟ ର ନାୟିକା ଏବଂ ଅନ୍ୟ ରୂପରେ କାବ୍ୟ ହିଁ ଜଣେ ନାରୀ। ନାରୀ ରୀତି ଯୁଗରେ ସର୍ବ ଗୁଣ ସର୍ମ୍ପଣା । ନାରୀ ର ଜନ୍ମ, ଯୋୖବନ,ମିଳନ, ପ୍ରୀତି,ରତି,ଖେଳ,ଲୀଲା,ରାଗ,ରୁଷ, ସବୁ କିଛି ରତି ସାହିତ୍ୟ ରେ ଆଲେଖ ହୋଇଛି। ତେଣୁ ରୀତି ଯୁଗରେ ନାରୀ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଏହି ଠାରେ ପ୍ରଣୟନୀ ରୂପରେ ନାୟକ ର ନାୟିକା ସାଜିଛି ସତେ ଯେମିତି ଦେବ ର୍ଦୁଲଭ ରୂପ ପାଇଛି। ଚନ୍ଦ୍ର ର ଉଜ୍ଵଲ୍ୟ, ପଦ୍ମ ର ସୁବାଷ, ଦର୍ପଣ ର ସ୍ଵଛତା, ସୋରିଷ ଫୁଲର କୋମଳତା , ରାଜ ହଂସ ର ରମଣୀୟ ଗତି, ମୃଗୁଣୀ ର ନୟନ ଝଟା, ହରି ମଧ୍ୟମା, ବିଚି ବିକ୍ଷବତା ସାଗର ର କୁଟିଳତା ନାରୀ ରୂପର ଅଭିଜାତ୍ୟ। ଏହି ପରି ଭାବରେ ନାରୀ ରୂପ କୁ ବର୍ଣ୍ଣନା କରାଯାଇଛି।

ରୀତି ଯୁଗୀୟ ସାହିତ୍ୟ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ ଲାବଣ୍ୟବତୀ ରେ ମଧ୍ଯ ଶ୍ରେଷ୍ଠ ରୂପେ ଗ୍ରହଣ କରି ସେ କହିଛନ୍ତି-

ସୁଖ ହେବ ଏମନ୍ତ ବିଚାରି ପଦ୍ମ ବିଧୁ
ହସ୍ତ ବୋଲା କରି ଆକୁ ପଡିଥିଲା ସାଧୁ ।
ତହୁଁ ଭାଷା ଆହ୍ଳାଦ ର୍ଦପଣ ରୁ ଝଲି
ଲହରୀ ରୁ କୁଟିଲ ଅଞ୍ଜନା ପୁଞ୍ଜୁ କାଢି ।
କୁରଙ୍ଗ ରୁ ତରଙ୍ଗ ବିଦ୍ରମ୍ ରଙ୍ଗ ହରି
ଲବଣୀ ସିରିଷ ରୁ କୋମଲି ବର୍ଜେ କୋରି।
ସୁବର୍ଣ୍ଣ ରୁ ବର୍ଣ୍ଣ , ରାଜ ହଂସ ଠାରୁ ଗତି
ଏ ରୂପେ ବର୍ଣ୍ଣନା ଯେତେ ଅଛନ୍ତି।
ସବୁ ଠାରୁ ସାର,ସାର ଭାଗ ଆଣି
ପୁରଟ ପ୍ରତିମା ପରି ରଚିଲା ରମଣୀ।

ରୀତି ଯୁଗୀୟ ସାହିତ୍ୟ ରେ ନାରୀ କୁ ଦେବତୁଲ୍ୟ ଏବଂ ପ୍ରକୃତି ର ଅବଦାନ ରୂପେ ଗ୍ରହଣ କରାଯାଇଛି।

ପବିତ୍ର ବେହେରା, ଗଞ୍ଜାମ

 837 total views,  1 views today

4 thoughts on “*ସାହିତ୍ୟ ଜଗତରେ ନାରୀ ର ସ୍ଥାନ – ପବିତ୍ର ବେହେରା*

  1. ଖୁବ ସୁନ୍ଦର ଭାବରେ ରଚନା କରିଛ ଭାଇ ❤️

Leave a Reply

Your email address will not be published. Required fields are marked *