ଦେଖୁ ଭକ୍ତ ନିର୍ଦ୍ଵନ୍ଦରେ
ଡରିବୁ ବୋଲିକି କହୁଥିଲେ ଯଶୋଦା
କେବେ ତ ଡରୁ ନ ଥିଲୁ
ବନବାସ ଗଲୁ ଦଶରଥଙ୍କ ଆଶଙ୍କା
ଭବେ କିନ୍ତୁ ମନେ ରହିଲୁ
ଏ ଅଦୃଶ୍ୟ ରୋଗକୁ ଡରିଲୁ
ନ ମାସ ତୋର ସିଂହଦ୍ଵାର ଵନ୍ଦହେଲା
ତଥାପି ଭୟ ନ ଛାଡିଲୁ
ଖୋଲିଲୁ ଦ୍ବାରକୁ ରଖି ବହୁ ସର୍ତ୍ତ
ଡରୁଛୁ କି ତୁ କରୋନାକୁ
କାଳୀୟ ଦଳିଲୁ ନ ହୋଇ ଭୟଭୀତ
ଚିହ୍ନିନି କି ଭକ୍ତ ନଟଖଟିଆକୁ
କାହିଁକି ସବୁ ବାରଣ ଭକ୍ତକୁ
ଶ୍ରୀମନ୍ଦିର ବେଢାରେ ମନ୍ଦିର ବହୁତ
ଦେଖିବେ ନ ଦେଇ ଧୂପଦୀପକୁ
ଦେଖାଉ ଭେଳିକି ଡରିବାର ନାଟକ
ତୋଇଚ୍ଛା ବିନା କ’ଣ ହୁଏ
ଏତେ ଦିନ ହେଲା ଦେଖିନି ଭକତ
ତା କଥା ପଚାରେ ବା କିଏ
ତୋର ଖାଲି ରକ୍ଷା ତ ହୁଏ
ରହୁ କି ନ ରହୁ ଇଛା ଭକତର
ତୋ ରକ୍ଷାପାଇଁ ରଖିଛୁ ପି.ଏ
ଏତେ ଡର ଦେଖି ମନ ହୁଏ ଦୁଃଖି
ଭାବେ ମୁଁ ତୋତେ ଭାବରେ
ଭକତ ଡାକନ୍ତି ଜଗତରନାଥଙ୍କୁ
ଡରାନା ଗୋବିନ୍ଦ ଭକ୍ତରେ
ଜାଣି ଜାଣି ନ କର ନାଟରେ
ପାରୁଛୁ ଯଦି ଖୋଲ ପଞ୍ଚମଦ୍ବାରକୁ
ଦେଖୁ ଦୀନଭକ୍ତ ନିର୍ଦ୍ଵନ୍ଦରେ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର