ଜଗତ ଠାକୁର
ଜଗତ ଠାକୁର ନୀଳାଦ୍ରି ଈଶ୍ୱର
ଶୁଣିଲ ଡାକ ଭକ୍ତର
କେତେ ଦିନ ଆଉ ରହିବ କନ୍ଦରେ
ଫିଟି ଗଲା ତ ଦୁଆର।
କେତେ ଦିନୁ ଭକ୍ତ ଦେଖିନି ଶ୍ରୀମୁଖ
ଯୋଡ଼ି ଦିଏ ହାତ ଦୁଇ
ସଙ୍କଟ ପଡିଛି ଫେରି ଆସେ ସିନା
ଦୁଆର ପାଖକୁ ଯାଇ ।
ଜାଣେ ମୁଁ ନିଶ୍ଚିତ ଖୋଜୁଥିଲ ଭକ୍ତ
ଖାଲି ଥିଲା ଅଭିମାନ
ଅମାନିଆ ଜନେ ବାଟକୁ ଆଣିବା
ପାଇଁ ଥିଲା ପ୍ରୟୋଜନ।
ଧନ ଜନ ମାନ ସବୁଥିଲା ଲୋକ
ବୁଝିଗଲା ଆଜି ପ୍ରଭୂ
ତୁମ ବିନୁ ଆଉ ନାହିଁ ଆନ ଗତି
ମିଛରେ ଦେଖାଏ ସବୁ।
ସବୁ ଦେଇ ଛାଡି ଖାଲି ହାତ ଯୋଡ଼ି
ଡାକେ ରଖ ପ୍ରଭୂ ରଖ
ମୁହଁକୁ ଘୋଡାଇ ସଭିଙ୍କୁ ଦୂରେଇ
ଲକ୍ଷ୍ୟ ମୋ ପ୍ରଭୂ ଶ୍ରୀମୁଖ।
ଧନ୍ୟ ହେ ଠାକୁର ଧନ୍ୟ ଲୀଳା ତୁମ
ଚକାଆଖି ଦେଖୁଥାଉ
ତୁମ ନାମ ଭଜି ନିରିମାଲ୍ୟ ଭକ୍ଷି
ସବୁରି କଲ୍ୟାଣ ହେଉ ।
।। ଜୟ ଶ୍ରୀ ଜଗନ୍ନାଥ।।
431 total views, 1 views today