ଦିବ୍ୟ ଚେତନା
ଜୀବନ ସନ୍ଧ୍ୟାରେ ଜାଳି ଦୀପାବଳି
ପୁଣ୍ୟକର୍ମ ଉଭାହୁଏ,
ଚେତନାରେ ଥାଇ କର୍ମକଲେ ଜୀବ
ମୁକ୍ତିପଥେ ପାଦଦିଏ l
ବିବେକ ଛାଟରେ ଭାଙ୍ଗେ ମୋହନିଦ୍ରା
ସତ୍ୟ ଓ ଅସତ୍ୟ ଜାଣି,
ବିଭୂପାଦେ ଧ୍ୟାନ ରଖିଥାଏ ଯେବେ
ଭୋଗଭାବ ଛାଡିପୁଣି l
ଦୀପ୍ତିମନ୍ତ ସେହି ଉଜ୍ଜ୍ୱଳ ଆଲୋକ
ଜ୍ଞାନର ସକାଳ ନେଇ,
ଆସିବ ହିଁ ଦିନେ ପ୍ରତିଟି ଜୀବନେ
ଅଜ୍ଞାନ ଅନ୍ଧାର ଫେଇ l
ଆସବନ୍ଧୁ ଆସ ନକରି ଉଛୁର
ସେହିପଥେ ଆସ ଚାଲି,
ଜୀବନରେ ଯେତେ ଦୁଃଖ ଅବଶୋଷ
ସେସବୁକୁ ଯାଇ ଭୁଲି।
ସୁଜାତା ରାଉତ
ଓରାସାହି,
ଚାନ୍ଦବାଲି, ଭଦ୍ରକ