ଭକ୍ତି ହିଁ ଶକ୍ତି
ଭକତି ରୁ ଶକ୍ତି ହୋଇଥାଏ ପ୍ରାପ୍ତି
ସବୁ ତ ପ୍ରଭୁ ଙ୍କ ଦାନ
ଅନ୍ତର ଭିତରେ ଭରିଦେଇ ଭକ୍ତି
ଭାବ ବି କର ପ୍ରଦାନ ।
ଭାବ ଆସିଗଲେ ଭକ୍ତି ଆସିଯାଏ
ଦାସିଆ ନଡ଼ିଆ ନେଲ
ଭକ୍ତିର ଶକ୍ତି ରେ କରମା ଖେଚୁଡ଼ି
ଆନନ୍ଦରେ ଭୁଞ୍ଜି ଥିଲ ।
ପ୍ରଭୁ କୃପା ଥିଲେ ଆସିଥାଏ ଭାବ
ବଳରାମ ଦାସ ପରି
ଭକ୍ତି ର ଶକ୍ତି ରେ ବାଲି ର ରଥରେ
ବଶ ହୋଇଥିଲେ ହରି ।
ଦ୍ଵାପର ଯୁଗ ରେ ଭକ୍ତ ସୁଦାମା ଙ୍କ
ଭାବରେ ତ ବନ୍ଧା ହେଲ
ଛଡେଇ ଖାଇଲ ଖୁଦଭଜା ସବୁ
ଭକ୍ତ ର ମାନ ରଖିଲ ।
ଭକତ ବିଦୁର ଶାଗ ଭଜା ଖାଇ
ଭାବରେ ତ ବନ୍ଧା ହେଲ
କୈ।ରବ ସଭାରେ କୋଟି ବସ୍ତ୍ର ଦେଇ
ଦ୍ରୋପଦୀ ମାନ ରଖିଲ ।
ଭକ୍ତି ର ଶକ୍ତି ରେ ବାନ୍ଧିଦେ କାଳିଆ
ଭାବରୁ ନ ହୁଏ ଦୂର
ଭାବରେ ରଖିବ ପର କରିବନି
ତୁମେ ମୋ କଳା ଠାକୁର।
ସୁଜାତା ପତି
ଭୁବନେଶ୍ୱର