ବନାନୀ
ବନାନୀ ବାହୁନୁଛି….
ବଦଳି ଚାଲିଛି ତା ରୂପ ରଙ୍ଗ ଚିତ୍ର ଆଉ ଚରିତ୍ର।
ନୁହଁ ସେ ଏବେ ଅଗନା ଅଗନି ଅରଣ୍ୟ,
ଯେଉଁଠି ଗଛ ସବୁ ସାଥୀ ହୋଇ ମୁଣ୍ଡେଇ ଥାନ୍ତି ଆକାଶ,
ବୃକ୍ଷ ଲତା ଅନେକ ଅନାମି ଫୁଲ
ନିଘଞ୍ଚ ସବୁଜିମା,
ନା ନା ଜାତି ପଶୁ ପକ୍ଷୀ
ମାଙ୍କଡ ଡେଉଁ ଥାଏ
ଏ ଗଛ ରୁ ସେ ଗଛ
ଦିନ ଦ୍ବିପରରେ ବି ଶୁଭେ
ବିବ୍ରତ କାକଳି….
ବାଘ ମିରିଗ ର ଛକା ପଂଝା
ସିଂହ ଶିଆଳ ର ବିଚାର
ଆଉ ଜଣା ଅଜଣା ଅନେକ
ପକ୍ଷୀ ର ସ୍ୱର ଭଗ୍ନ କରୁ ଥିବା
ଅରଣ୍ୟ ର ଇଥର୍।
ନାହିଁ ସେଠି ଆବେଗ ର
ଛଳ ଛଳ ଝରଣା
କାଚ କେନ୍ଦୁ ପାଣି,
ବାଟ ଭୁଲି କେହି ରାଜ କୁମାର
ବି ଆସେନି କି
ତା ଶୀତଳ ଜଳରେ ଦେହ ପଖାଳି
ଦି ଢୋକ୍ ପିଇ ଥକ୍କା ମରା ହୋଇ
ବସେନି କି
ଦୂରରୁ ମୟୂର ର ନୃତ୍ୟ ଦେଖି
ବିଭୋର ହୁଏନି।
ଶାଳ ଭଞ୍ଜିକାର ଶିତଳତା
ବହି ଯାଏନି ମାଇଲ ମାଇଲ,
ସାଥିରେ କୁରେଇ ଫୁଲ ର କୁହୁକ
ମହୁଲ ଫୁଲ ର ମାଦକତା
ବଣ ମଲ୍ଲୀ ର ମହକ ,
ଭ୍ରମର ବି ହୁଏନି ପାଗଳ,
କି ଜଂଗଲୀ ଧାଙ୍ଗଡୀ
ରୂପରେ ମୁଗ୍ଧ ହୋଇ
କେହି ବାଟୋଇ ରହି ଯାଏନି
ନିଜ ବାଟ ଭୁଲି
ଯେମିତି ଏଠି ଜୀବନ
ଡହଳ ବିକଳ।
ବନାନୀ ଏବେ ବାଇଆ ଅଜା ଙ୍କ
ମୁଣ୍ଡ ପରି
ଯେଉଁଠି କାଁ ଭାଁ ଗୋଟେ ଯୋଡେ ଗଛ,
ଶାନ୍ତ ସବୁଜିମା ସ୍ୱପ୍ନ ପ୍ରାୟ
ଦଶ ଦିଶ ଧୁଧୁ ଚୁଛା ଡଙ୍ଗର,
କେବେ କେବେ ରାତିରେ
ଶୁଭେ ଶିଆଳ ର ହୁକେ ହୋ
କଳ କଳ ନାଦିନୀ ଝରଣା ରେ
ନା ଅଛି ସ୍ୱଚ୍ଛ ଛଳ ଛଳ ପଣ
ନା ଶୀତଳତା , ନା ସେଥିରେ
ଭାସି ଆସୁଛି
ଔଷଧୀୟ ଗୁଣ କିଛି।
ବାସ୍ କେବେ କେବେ
ସେଇ ଆଡୁ ବହି ଆସେ ଲୁ
ତତଲା ଝାଞ୍ଜି
ବୋଧେ ଅରଣ୍ୟ ର ତତଲା ଲୁହ ର
ଧାସ
ଏଯାଏ ପହଞ୍ଚୁଛି।
ମିନତି ଦାଶ
ବାରିପଦା