ବୁଦ୍ଧ
କାମନା ବାସନା ତେଜ୍ୟା କରି ତୁମେ
ବୈରାଗ୍ୟେ ଭରିଲ ମନ
ଅଶୋତ୍ଥ ଵୃକ୍ଷର ମୂଳରେ ଵସିଣ
ସଜାଇଲ ତପୋବନ।
ଚିନ୍ତା ଚେତନାକୁ ଜଗାଇ ହୃଦୟେ
ଵୁହାଇଲ ସୁଧା ଧାର
ଜୀଵନ ଦର୍ଶନ ଶିଖାଇଲ ଭଵେ
ଧରି ବୌଦ୍ଧ ଅବତାର।
ହଜାଇଣ ଦେଲ ନିଜର ରୂପକୁ
ବୈରାଗୀ ହୋଇ ସଂସାରେ
ନିଶ୍ଚିନ୍ତରେ ଵସି ଶିଖାଇଲ ତୁମେ
ମୂଳ ମନ୍ତ୍ର ଜୀଵନରେ।
କି ମନ୍ତ୍ର ବୁଣିଲ ସଂସାରରେ ତୁମେ
ସର୍ଵେ ହେଲେ ସୁଧପୂତ
ଅସାଧୁ ବି ଏଠି ସାଧୁ ବୋଲାଇଲେ
ତୁମ ବାଣୀ ଶୁଣି ସତ।
ନଥିଲେ ବି ତୁମେ ରହିଛି ଅସ୍ତିତ୍ଵ
ପ୍ରତି କ୍ଷଣେ ସର୍ଵ ସ୍ଥାନେ
ଭୁଲି ବେନି କେଵେ ଅଖଣ୍ଡ ଵିଶ୍ଵରେ
ଥିଵ ତୁମେ ସର୍ଵ ମନେ।।
ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।