ପୁରୁଷ ଆଖିର ଲୁହ
କିଏ କହିଲା ଏ ଲୁହ କେବଳ ନାରୀ ଆଖିରେ ଝରେ
କିଏ କହିଲା ଏ କେବଳ ନାରୀ ବେଦନା ପାଇଁ
କିଏ କହିଲା ଏ କେବଳ ନାରୀ ର କୋହ ପାଇଁ
ମୁଁ ତ ଦେଖିଛି ପୁରୁଷ ଆଖିରେ ୟାକୁ ନିଗିଡି ବାରେ
କେବଳ କୋହ ବେଦନା କୁ ନୁହେଁ
କେବେ କେବେ ନିଜ ହାତେ ନିଜ କନ୍ୟା କୁ
ଆଉ କାହା ହାତେ ଟେକି ଦେଉଥିବା ବାପା ଙ୍କର
କଳିଜା ଚିରି ବାହାରି ଆସେ
ଖଣ୍ଡ ବିଖଣ୍ଡିତ କରିଦିଏ ହିମାଳୟ ଛାତି ଟାକୁ
ଜୀବନରେ ପେଟ ଚାଖଣ୍ଡେକୁ ପିଠି ରେ ଶୁଖାଇ
ବୁନ୍ଦା ବୁନ୍ଦା ଲୁଣିଆ ଝାଳ ପିଇ ସଞ୍ଚିଥିବା ପୁଞ୍ଜି
ସହ ଅଲୀଅଳି ଟାକୁ ପଠେଇବାକୁ ହୁଏ….
ମୁଁ ଯେ ଦେଖିଛି ଏ ଲୁହ ଗୁଡାକୁ
ଲୁଚାଇ ପୋଛି ଦେଉଥିବା
ଜଣେ ଅସହାୟ ସ୍ୱାମୀକୁ
ଯିଏ ଦେଖୁଥାଏ ସ୍ତ୍ରୀ ପ୍ରସବ ର ଯନ୍ତ୍ରଣା
“ମାଇଚିଆ” ଶବଦ ଭୟ ରେ
ନିରବୀ ଯାଏ କିଛି କ୍ଷଣ…….!!
ମୁଁ ବି ଦେଖିଛି ଏ ଲୁହକୁ ସେ ପୁଅ ପାଖେ
ଯିଏ କରିପାରେନି ରୋଗୀ ବାପା ମାଆଙ୍କ ଚିକିତ୍ସା
ଖଟି ଖଟି ମୁଠାଏ ଦେଲେ
ଆଉ ମୁଠାଏ କୁ ନିଅଣ୍ଟ
ମୁଣ୍ଡରେ ଅଭିଆଡ଼ି ଭଉଣୀ ର ଚିନ୍ତା
କେତେ ସ୍ବପ୍ନ ର ମେରୁଦଣ୍ଡ ଭାଙ୍ଗି ସେ ବି ପଙ୍ଗୁ…..!!
ମୁଁ ଦେଖିଛି ଏ ଲୁହ କୁ ସେ ପ୍ରେମିକ ଟିର ପାଖେ
କେବେ କେବେ ଜାତିପ୍ରଥା,ରୋଜଗାର ଓ ଅନେକ ପ୍ରସଙ୍ଗର
ଦ୍ୱାହି ରେ ଟାହିଟାପରା ଘାଣ୍ଟି ହୋଇ
ସେ ବି ଗୁମୁରି ଗୁମୁରି ଝରାଏ ରାତି ଅନ୍ଧାରେ ତା’
ପ୍ରେମ କୁ ହରେଇବା ଭୟ କୁ ଜାବୁଡି…..!!
ସରୋଜିନୀ ବେହେରା
ଆଗରପଡା, ଭଦ୍ରକ।